Odia GK Q&A: ତାହା କଣ ଯାହା ଆମେ ବର୍ଷରେ ଥରେ କିଣୁ, ବର୍ଷସାରା ବ୍ୟବହାର କରୁ ଓ ତା’ପରେ ଫୋପାଡି ଦେଉ ? କହିଲେ ଦେଖି ଉତ୍ତର କଣ !

ଆଜିର ସମୟରେ ଭଲ ଚାକିରି କରିବା ପାଇଁ ବ୍ୟକ୍ତିଙ୍କ ମଧ୍ୟରେ ଦକ୍ଷତା ସହ ସାଧାରଣ ଜ୍ଞାନ ରହିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜିର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନ ବ୍ୟଞ୍ଜନରେ ଲୁଣ ଭଳି କାମ କରେ । କାରଣ ଯେକୌଣସି ବ୍ୟଞ୍ଜନ ହେଉ ପଛେ ଲୁଣ ବିନା ତାହା ଅସମ୍ପୂର୍ଣ୍ଣ । ସେହିଭଳି ଜଣେ ବ୍ୟକ୍ତି ଅନ୍ୟ କୌଣସି କ୍ଷେତ୍ରରେ ଯେତେ ରୁଚି ରଖିଥାନ୍ତୁ ପଛେ ସାଧାରଣ ଜ୍ଞାନ ଜାଣିବା ମଧ୍ୟ ଜରୁରୀ ଅଟେ । ତେବେ ଚାଲନ୍ତୁ ଜାଣିବା କିଛି ବଛାବଛା ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ।

1- ତାହା କଣ ଯାହାକୁ କେବଳ ଆପଣ ଦେଖି ପାରିବେ କିନ୍ତୁ ଅନ୍ୟକୁ ଦେଖେଇ ପାରିବେ ନାହିଁ ?

ଉ: ସ୍ଵପ୍ନ ।

2- ଯେତେ ବ୍ୟବହାର କରିବେ ତାହା ସେତେବେ ବଢିବ, ସେଇଟା କଣ ?

ଉ: ବିଦ୍ୟା ।

3- ଗୋଟିଏ ଥାଳିରେ ଦୁଇଟି ଅଣ୍ଡା ଗୋଟିଏ ଗରମ ଅନ୍ଯଟି ଥଣ୍ଡା ?

ଉ: ସୂର୍ଯ୍ୟ ଓ ଚନ୍ଦ୍ର ।

4- ମୃତ୍ୟୁ ପରେ ବି ଯିଏ ଠିଆ ହୋଇଥାଏ ସେ କିଏ ?

ଉ: ଗଛ ।

5- ଘର ଗୋଟିଏ ବାର ବଖରା, ତିନି ସିପାହୀ ଦିଅନ୍ତି ପହରା ?

ଉ: ଘଣ୍ଟା ।

6- ଜନମ ମୋର ସମୁଦ୍ର କୂଳେ, ରହିଥାଏ ମୁଁ ରୋଷେଇ ଶାଳେ । ଏହାର ଉତ୍ତର କଣ ?

ଉ: ଲୁଣ ।

7- ଗାଈ କ୍ଷୀର ଦିଏ, କୁକୁଡା ଅଣ୍ଡା ଦିଏ, କିନ୍ତୁ ସେ କିଏ ଯିଏ ଦୁଇଟି ଯାକ ଦିଏ ?

ଉ: ଦୋକାନୀ ।

8- କଞ୍ଚା ବେଳେ ଲତପତ ପାଚିଗଲେ ଟାଣ ?

ଉ: ମାଟି ହାଣ୍ଡି ।

9- ଫୁଲ ନ ହେଲେ ବି ବାସ୍ନା ଦିଏ, ଈର୍ଷା ନ ଥିଲେ ବି ଜଳିଥାଏ । ତାହା କଣ ?

ଉ: ଧୂପକାଠି ।

10- ସେ କେଇନ ଡ୍ରାଇଭର ଯାହାର ଲାଇସେନ୍ସ ଦରକାର ହୁଏ ନାହିଁ ?

ଉ: ସ୍କୃ- ଡ୍ରାଇଭର ।

11- ସେ କିଏ ଯିଏ ମୁକ, ଅନ୍ଧ ଓ ବଧିର ହେଲେ ମଧ୍ୟ ସତ କୁହେ ?

ଉ: ଆଇନା ।

12- ସେ କେଉଁ ଫୁଲ ଯିଏ କେବେ ହେଲେ ଫୁଟି ନ ଥାଏ ?

ଉ: ଏପ୍ରିଲ ଫୁଲ୍ ।

13- ସେ କିଏ ଯିଏ ନିଜେ ରାସ୍ତା ଦେଖି ପାରେ ନାହିଁ ହେଲେ ଅନ୍ୟକୁ ରାସ୍ତା ଦେଖାଇଥାଏ ?

ଉ: ଅନ୍ଧ ଲୋକଙ୍କ ବାଡି ।

14- ଟିକି ବାଛୁରି ବେକରେ ପଘା, ଟିକି ଦାନ୍ତରେ କାମୁଡେ ଲୁଗା ?

ଉ: ଛୁଞ୍ଚି ଓ ସୂତା ।

15- ଗଛ ଲଗେଇଲି ଫଳିଲା ପାଇଁ ଫଳିଲା, ପାଚିଲା ହେଲେ ଝଡିଲା ନାହିଁ ?

ଉ: ଭେଣ୍ଡି ।

16- ସକଲାଏ 4ଟି ଗୋଡ, ଦ୍ବୀପରହରେ 2ଟି ଗୋଡ ଓ ସନ୍ଧ୍ୟାରେ 3ଟି ଗୋଡରେ ଚାଲେ । ସେ କିଏ ?

ଉ: ମଣିଷ (ଶୈଶବ, ଯୌବନ ଓ ବାର୍ଦ୍ଧକ୍ୟ ) ।

17- କାଗଜରେ ଦିଏ ଜୀବନ ଲେଖି, କାଗଜ ଦେଖିଲେ ମିଳେ ଜୀବନ ?

ଉ: ଔଷଧ ।

18- ତାହା କଣ ଯାହା ଆମେ ବର୍ଷରେ ଥରେ କିଣୁ, ବର୍ଷସାରା ବ୍ୟବହାର କରୁ ଓ ତା’ପରେ ଫୋପାଡି ଦେଉ ?

ଉ: କ୍ଯାଲେଣ୍ଡର ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।