ରାତିରେ ଶୋଇବା ପୂର୍ବରୁ ମାତ୍ର 3 ଥର କହି ଦିଅନ୍ତୁ ଏହି ମନ୍ତ୍ର, ଅପାର ଧନ ସମ୍ପତ୍ତି ସାଙ୍ଗକୁ ପୁରା ଦୁନିଆରେ ଆପଣ ରାଜ୍ କରିବେ

ନମସ୍କାର ବନ୍ଧୁଗଣ, ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ପୂଜା ଏବଂ ମନ୍ତ୍ର ଗାନ କରାଯାଇଥାଏ । ଜୀବନରେ ଆସୁଥିବା ସମସ୍ତ ସଙ୍କଟକୁ ଦୂରେଇ ଦେଇଥାନ୍ତି ବଜରଙ୍ଗବଲି ହନୁମାନ । ତେଣୁ ସର୍ବ ପ୍ରଥମେ ଭଗବାନ ହନୁମାନଙ୍କୁ ପ୍ରସନ୍ନ କରିବା ଦରକାର । ନିଜ ଜୀବନରେ ଧନ ସମ୍ପତ୍ତିର ଆଗମନ କରିବାକୁ ଚାହୁଁଥିଲେ ସଙ୍କଟ ମୋଚନ ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ ତିନି ଥର ଏକ ଚମତ୍କାରୀ ମନ୍ତ୍ର ପାଠ କରନ୍ତୁ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ତାହା କେଉଁ ମନ୍ତ୍ର ଅଟେ ।

ହନୁମାନ ନିଜ ଭକ୍ତ ମାନଙ୍କ ଜୀବନରେ ଚାଲିଥିବା ସମସ୍ତ ସମସ୍ୟାକୁ ନାଶ କରିଥାନ୍ତି । ହନୁମାନ ସଙ୍କଟ ମୋଚନ ଅଟନ୍ତି । ହନୁମାନଙ୍କ ଭକ୍ତ ଯେଉଁମାନେ ହୋଇଥାନ୍ତି ତାଙ୍କ ଜୀବନରେ ଆସୁଥିବା ସମସ୍ତ ସମସ୍ୟା ଆସିବା ପୂର୍ବରୁ ହିଁ ହନୁମାନ ବିନାଶ କରିଦେଇଥାନ୍ତି । ହନୁମାନ ନକରାତ୍ମକ ଶକ୍ତିର ବିନାଶ କର୍ତ୍ତା ହୋଇଥାନ୍ତି । ଯେଉଁ ସ୍ଥାନରେ ହନୁମାନଙ୍କ ବାସ ହୋଇଥାଏ ସେଠାରେ କୌଣସି କୁପ୍ରଭାବ ପଡିନଥାଏ । କାହାର ଖରାପ ନଜର ମଧ୍ୟ ଲାଗିନଥାଏ ।

ମଣିଷକୁ ସର୍ବଦା ଭଗବାନଙ୍କ ଉପାରେ ଆସ୍ଥା ବନାଇ ରଖିବା ଆବଶ୍ୟକ । କାରଣ ଭଗବାନଙ୍କ କରୁଣା ବିନା ସଂସାରରେ ଗୋଟିଏ ପତ୍ର ମଧ୍ୟ ହଲିନଥାଏ । ଯଦି ଆପଣଙ୍କ ଜୀବନରେ ଧନର ଘୋର ଅଭାବ ଲାଗି ରହୁଥାଏ ଏବଂ ଘରେ ସବୁବେଳେ ଅଶାନ୍ତି ଲାଗିରହୁଥାଏ ତେବେ ହନୁମାନଙ୍କୁ ପ୍ରସନ୍ନ କରିବା ପାଇଁ କେବଳ ଗୋଟିଏ ମନ୍ତ୍ର ଜପ କରନ୍ତୁ ।

ହନୁମାନଙ୍କ ସେହି ମନ୍ତ୍ରଟି ହେଉଛି, ଓମ ଅଞ୍ଜନି ସୂତାୟ ବିଘ୍ନେୟ ବାୟୁ ପୁତ୍ରାୟ ଧିମହି ତ୍ରାୟେ ମାରୁତି ପ୍ରଚୋଦୟାତ । ଏହି ମନ୍ତ୍ରର ଉଚ୍ଚରଣ ଆପଣ କରିବା ଫଳରେ ଆପଣଙ୍କ ଜୀବନରେ ଥିବା ସମସ୍ତ ଦୁଃଖ ଦୂରେଇ ଦେବେ ଅଞ୍ଜନି ପୁତ୍ର ହନୁମାନ । ଜୀବନରେ ଚାଲିଥିବା ସମସ୍ୟା ଗୁଡିକର ସମାଧାନର ରାସ୍ତା ଆପଣଙ୍କୁ ମିଳିଯିବ । ଆପଣଙ୍କୁ ଏହି ମନ୍ତ୍ରର ରାତିରେ ଶୋଇବା ପୂର୍ବରୁ ତିନିଥର ଉଚ୍ଚାରଣ କରିବାକୁ ପଡିବ ।

ଆପଣ ଏହି ମନ୍ତ୍ରର ଜପ ନିୟମିତ କରିବା ଫଳରେ ଏହାର ସୁପ୍ରଭାବ ଆପଣଙ୍କ ଉପରେ ଧୀରେ ଧୀରେ ପଡିବା ଆରମ୍ଭ ହୋଇଯିବ । ଆପଣ ନିଜ ଜୀବନରେ ହେଉଥିବା ଏହି ପରିବର୍ତ୍ତନକୁ ଆପଣ ଅନୁଭବ ମଧ୍ୟ କାରିପାରିବେ । ଏହି ମନ୍ତ୍ରର ଜପ ପ୍ରଭାବରେ ଆପଣଙ୍କ ଆର୍ଥିକ ପରିସ୍ଥିତି ସୁଦୃଢ ହେବାକୁ ଲାଗିବ । ଜୀବନରେ ଚାଲିଥିବା ସମସ୍ତ ଚିନ୍ତାର ବିଷୟକୁ ବଜରଙ୍ଗବଲି ହନୁମାନ ନିଜର କୃପା ଦୃଷ୍ଟି ପକାଇ ହରଣ କରିନେବେ ।

ତେଣୁ ଆପଣ ନିୟମିତ ଭାବରେ ହାତ ଗୋଡ ମୁହଁ ଧୋଇ ରାତିରେ ଶୋଇବା ପୂର୍ବରୁ ଏହି ଛୋଟିଆ କାମଟି କରିବା ଫଳରେ ଆପଣଙ୍କ ଜୀବନରେ ବହୁତ ବଡ ବଡ ପରିବର୍ତ୍ତନ ହେବାକୁ ଲାଗିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।