33 ବର୍ଷ ପରେ ଆଜି ବହୁତ ବଦଳି ଯାଇଛନ୍ତି Ramayan ସିରିଏଲ ର ଏହି 5 ଜଣ Actor

ବନ୍ଧୁଗଣ, ୮୦ ଦଶକର ରାମାୟଣ ଆପଣ ନିଶ୍ଚୟ ଦେଖିଥିବେ । ଏହା ସେହି ସମୟର ଅତ୍ୟନ୍ତ ଲୋକପ୍ରିୟ ଶୋ ଥିଲା ଓ ଅନେକ ରେକର୍ଡ ମଧ୍ୟ ସୃଷ୍ଟି କରିଥିଲା । ଏହି ଶୋ ରେ ଅଭିନୟ କରି ଅନେକ କଳାକାର ଦର୍ଶକଙ୍କ ମନକୁ ଛୁଇଁ ପାରିଥିଲେ ତଥା ଆଜି ମଧ୍ୟ ସେମାନଙ୍କୁ ଭୁଲି ପାରି ନାହାନ୍ତି ଦର୍ଶକେ । ତେବେ ଆପଣଙ୍କର ସେହି ପ୍ରିୟ କଳାକାର ମାନେ ଆଜି କଣ କରୁଛନ୍ତି ଓ କେମିତି ଦେଖା ଯାଉଛନ୍ତି ସେ ବିଷୟରେ ଆମେ ଆପଣଙ୍କୁ କହିବୁ ।

ନଂ.୧- ରେଣୁ ଧରିୱାଲ

ଭାରତର ଏହି ଫେମସ ଟିଭି ଶୋ ରେ ରାବଣଙ୍କ ଭଉଣୀ ସୂର୍ପଣଖାଙ୍କ ଚରିତ୍ରରେ ଅଭିନୟ କରିଥିଲେ ରେଣୁ ଧରିୱାଲ । ଏହି ଲୋକପ୍ରିୟ ଧାରାବାହିକ ୧୯୮୭ ରେ ଟିଭିରେ ପ୍ରସାରିତ ହୋଇଥିଲା ।ଏହାକୁ ଆଜି ଦୀର୍ଘ ୩୩ ବର୍ଷ ବିତି ଯାଇଛି । ଆଉ ରେଣୁ ମଧ୍ୟ ଖୁବ ବଦଳି ଯାଇଛନ୍ତି ।

ନଂ.୨- ସୁଧୀର ଦଲଭି

ସେତେବେଳର ଏହି ଲୋକପ୍ରିୟ ଟିଭି ଶୋ ରେ ଗୁରୁ ବଶିଷ୍ଠ ଙ୍କ ଚରିତ୍ରରେ ଅଭିନୟ କରିଥିବା କଳାକାରଙ୍କ ନାମ ହେଉଛି ସୁଧୀର ଦଲଭି । ରାମାୟଣ ବ୍ଯତୀତ ସୁଧୀର ଆହୁରି ଅନେକ ଟିଭି ଧାରାବାହିକରେ ମଧ୍ୟ କାମ କରି ସାରିଛନ୍ତି ।

ନଂ.୩- ଅରବିନ୍ଦ ତ୍ରିବେଦୀ

ଭଗବାନ ଶ୍ରୀରାମଙ୍କ ଶତ୍ରୁ ତଥା ମାତା ସୀତାଙ୍କ ଅପହରଣକାରୀ ଲଙ୍କାର ରାଜା ରାବଣଙ୍କ ଚରିତ୍ରରେ ଅଭିନୟ  କରିଥିଲେ ଅରବିନ୍ଦ ତ୍ରିବେଦୀ । ନିଜ ଦମଦାର ଅଭିନୟ ରେ ରାବଣର ଚରିତ୍ରକୁ ଖୁବ ଜୀବନ୍ତ ଭାବେ ଟିଭି ପରଦାରେ ପ୍ରଦର୍ଶନ କରିଥିଲେ ଅରବିନ୍ଦ । ସେ ତାଙ୍କ ଚରିତ୍ରକୁ ଏତେ ଉତ୍ତମ ଭାବେ ପ୍ରଦର୍ଶିତ କରିଥିଲେ ଯେ ରାବଣ ନାମରେ ସେ ଘରେ ଘରେ ପରିଚିତ ହୋଇ ପାରିଥିଲେ । ଆଉ ଆଜି ଅରବିନ୍ଦ ଦେଖିବାକୁ ଖୁବ ଭିନ୍ନ ହୋଇ ଯାଇଛନ୍ତି ।

ନଂ.୪- ଅରୁଣ ଗୋଭିଲ

ଲୋକପ୍ରିୟ ଟିଭି ଧାରାବାହିକ ରାମାୟଣର ରାମ ଭୂମିକାରେ ଅଭିନୟ କରିଥିଲେ ଅଭିନେତା ଅରୁଣ ଗୋଭିଲ । ସେ ପ୍ରଭୁ ଶ୍ରୀରାମଙ୍କ ଚରିତ୍ରକୁ ପରଦା ଉପରେ ଖୁବ ଗୌରବଜନକ ଭାବେ ପ୍ରଦର୍ଶିତ କରି ପାରିଥିଲେ । ତାଙ୍କ ଫ୍ୟାନ ଆମନେ ତାଙ୍କୁ ସର୍ବଦା ପ୍ରଭୁ ଶ୍ରୀରାମଙ୍କ ଭୂମିକାରେ ହିଁ ଦେଖିବାକୁ ପସନ୍ଦ କରନ୍ତି ।

ନଂ.୫- ଦୀପିକା ଚିଖାଲିୟା

ଅଭିନେତ୍ରୀ ଦୀପିକା ଚିଖାଲିୟା ଏହି ଶୋ ରେ ମାତା ସୀତା ତଥା ପ୍ରଭୁ ଶ୍ରୀରାମଙ୍କ ପତ୍ନୀଙ୍କ ଭୂମିକାରେ ଅଭିନୟ କରିଥିଲେ । ନିଜ ସରଳ ଏବଂ ସୁନ୍ଦର ଅଭିନୟରେ ମାତା ସୀତା ଭାବେ ଦର୍ଶକଙ୍କ ହୃଦୟ ଜିତି ପାରିଥିଲେ ଦୀପିକା । ରାମାୟଣ ବ୍ଯତୀତ ସେ ଆହୁରି ଅନେକ ପୌରଣିକ ଶୋ ରେ ଅଭିନୟ କରିଛନ୍ତି । ଦୀପିକା ଖୁବ ବଦଳି ଯାଇଥିଲେ ମଧ୍ୟ ଆଜି ବି ଦେଖିବାକୁ ଖୁବ ସୁନ୍ଦରୀ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।