ଟିଭିର ‘ବୀରା’ ପ୍ରଥମ ଥର ପାଇଁ କରାଇଲେ ବୋଲ୍ଡ ଫୋଟୋଶୁଟ, ଭାଇରାଲ ହେଲା ଫଟୋସବୁ, ଦେଖନ୍ତୁ

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଟେଲିବିଜନର ଅଭିନେତ୍ରୀମାନେ ନିଜର ଫଟୋ ଶେୟାର କରୁଛନ୍ତି ଓ ତାହା ବହୁତ ଜଲ୍ଦି ଭାଇରାଲ ମଧ୍ୟ ହେଉଛି । ଏହା ମଧ୍ୟରେ ‘ଏକ ବୀରା କୀ ଅରଦାସ ବୀରା’ରେ ବୀରା ଚରିତ୍ରରେ ଅଭିନୟ କରିସାରିଥିବା ଦିଗାଂଗନା ସୂର୍ୟବଂଶୀ ପ୍ରଥମ ଥର ସୋସିଆଲ ମିଡିଆରେ ନିଜର ବୋଲ୍ଡ ଫଟୋ ଶେୟାର କରିଛନ୍ତି । ଯାହାକୁ ଦେଖି ଫ୍ୟାନମାନେ ବହୁତ ଖୁସି ହେଉଛନ୍ତି ।

ଦିଗାଂଗନା ସୂର୍ଯ୍ୟବଂଶି ଟେଲିବିଜନ ପରେ ବର୍ତ୍ତମାନ ବଲୀଉଡରେ ଡେବ୍ୟୁ କରିସାରିଛନ୍ତି । ସେ ଫିଲ୍ମ ‘ଜଲେବୀ’ରେ ନଜର ଆସିଥିଲେ । ସେ ଟିଭି ଜଗତରେ ବହୁତ ଲୋକପ୍ରିୟତା ହାସଲ କରିଥିଲେ, ଯେଉଁ କାରଣରୁ ସେ ପ୍ରାୟତଃ ଚର୍ଚ୍ଚାରେ ରହୁଥିଲେ ।

ଦିଗାଂଗନା ସୂର୍ଯ୍ୟବଂଶି କରାଇଲେ ଫଟୋଶୁଟ

ଦିଗାଂଗନା ସୂର୍ୟବଂଶୀ ପ୍ରଥମ ଥର ପାଇଁ ନିଜର ବୋଲ୍ଡ ଫଟୋଶୁଟ କରାଇଛନ୍ତି । ଯାହାକୁ ତାଙ୍କର ଫ୍ୟାନ ବହୁତ ପସନ୍ଦ କରୁଛନ୍ତି । ଦିଗାଂଗନାଙ୍କର ଏହିଭଳି ରୂପ ଏହା ପୂର୍ବରୁ କେବେ ବି ସାମ୍ନାକୁ ଆସି ନାହିଁ । କହିବାକୁ ଗଲେ ଦିଗାଂଗନା ବର୍ତ୍ତମାନ ବଲୀଉଡ ଦୁନିଆରେ ନିଆଁ ଲଗାଇବା ପାଇଁ ଭାବି ସାରିଛନ୍ତି, ଯେଉଁଥିପାଇଁ ସେ ଏହିଭଳି ଫଟୋଶୁଟ କରୁଛନ୍ତି ।

ଟିଭିରୁ ଦୂରେଇ ଯାଇଛନ୍ତି ଦିଗାଂଗନା ସୂର୍ଯ୍ୟବଂଶି

ବହୁତ ଦିନ ହେବ ଦିଗାଂଗନା ଟେଲିବିଜନ ଦୁନିଆରେ ନଜର ଆସୁ ନଥିଲେ । ଦିଗାଂଗନାଙ୍କୁ ବିଗ ବସ ସିଜିନ ୯ରେ ଦେଖା ଯାଇଥିଲା । ଯେଉଁଠାରୁ ତାଙ୍କର ଲୋକପ୍ରିୟତା ବଢିଲା । ଏହା ଛଡା ଫିଲ୍ମ ‘ଜଲେବୀ’ରେ ଦିଗାଂଗନାଙ୍କର ଅଭିନୟକୁ ବି ଲୋକମାନେ ବହୁତ ପସନ୍ଦ କରିଥିଲେ । ବର୍ତ୍ତମାନ ସେ ବଲୀଉଡରେ ଜଲ୍ବା ଦେଖାଇବା ପାଇଁ ପ୍ରସ୍ତୁତି କରୁଛନ୍ତି ।

୭ ବର୍ଷ ବୟସରୁ କରିଥିଲେ ଡେବ୍ୟୁ

ଦିଗାଂଗନାଙ୍କୁ ପିଲାବେଳୁ ହିଁ ଅଭିନୟ କରିବାର ଇଚ୍ଛା ଥିଲା । ଯେଉଁ କାରଣରୁ ସେ ମାତ୍ର ୭ ବର୍ଷ ବୟସରୁ ହିଁ ଅଭିନୟ କରିବା ଆରମ୍ଭ କରି ଦେଇଥିଲେ । ଦିଗାଂଗନା ପିଲାମାନଙ୍କର ଶୋ ‘କ୍ୟା ହାଦସା କ୍ୟା ହକକୀତ’ରେ ନଜର ଆସିଥିଲେ । ଏହା ପରେ ସେ ଟିଭି ଦୁନିଆରେ ବିଭିନ୍ନ ସୋ ରେ ମଧ୍ୟ କାମ କରିଥିଲେ । କିନ୍ତୁ ଅସଲ ପରିଚୟ ତାଙ୍କୁ ବୀରା ରୂପରେ ହିଁ ମିଳିଲା । କହିଦେଉଛୁ କି ଦିଗାଂଗନା ଅସଲ ଜୀବନରେ ରାଜକୁମାରୀଙ୍କ ଭଳି ଜୀବନ ଯାପନ କରନ୍ତି ।