ଇଚ୍ଛା ମୁତାବକ ଫିସ ନ ମିଳିଲେ ଫିଲ୍ମ ଛାଡି ଦେଉଥିଲେ ଅମରୀଶ ପୁରୀ, ଜାଣନ୍ତୁ ଗୋଟେ ଫିଲ୍ମ ପାଇଁ କେତେ ଟଙ୍କା ନେଉଥିଲେ ସେ

ହିନ୍ଦୀ ସିନେମାର ପ୍ରସିଦ୍ଧ ଖଳନାୟକ ଅମରୀଶ ପୁରୀ ଆଜି କୌଣସି ପରିଚୟର ମୋହତାଜ ନୁହନ୍ତି । ଯଦି ଗବ୍ବର ପରେ କୌଣସି ଖଳନାୟକ ଅଛି ତେବେ ସେ ହେଉଛି ମୋଗାମ୍ବୋ । ଅମରୀଶ ପୁରୀଙ୍କ ଭିତରେ ଏମିତି କ୍ଷମତା ଥିଲା କି ସେ ଯେଉଁ ରୋଲକୁ ବି କରୁଥିଲେ ସେ ହିଟ ହୋଇ ଯାଉଥିଲା । ଅମରୀଶ ପୁରୀ ସବୁ ରୋଲରେ ଫିଟ ହୋଇ ଯାଉଥିଲେ ସେ ଜଣେ ଆଦର୍ଶ ଅଭିନେତା ଥିଲେ । ଗୋଟିଏ ପିତା, ବନ୍ଧୁ ଓ ଖଳନାୟକ ତିନୋଟି କିରଦାରରେ ସେ ଅଭିନୟ କରୁଥିଲେ ।

ସେଥିପାଇଁ ତ ସେ ମହାନ କଳାକାରମାନଙ୍କ ମଧ୍ୟରେ ଆଜି ବି ସାମିଲ ଅଛନ୍ତି । ଏହି ଅଭିନେତା ବିନା ବୋଧେ ଫିଲ୍ମ ଜଗତ ଅଧୁରା ଅଟେ । କହିଦେଉଛୁ କି ଅମରୀଶ ପୁରୀଙ୍କ ଜନ୍ମ ୨୨ ଜୁନ ୧୯୩୨ ପଞ୍ଜାବରେ ହୋଇଥିଲା ।

ବଲୀଉଡର ଖଳନାୟକମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ଥିବା ଅମରୀଶ ପୁରୀ କିନ୍ତୁ ଆଜି ଆମ ଗହନରେ ଆଉ ନାହାନ୍ତି । କିନ୍ତୁ ତାଙ୍କର ଫିଲ୍ମ ଗୁଡିକୁ ଆଜି ବି ଦର୍ଶକମାନେ ଦେଖିବାକୁ ପସନ୍ଦ କରନ୍ତି । ତାଙ୍କର ଅଭିନୟକୁ ଆଜି ବି ଲୋକମାନେ ମନେ ରଖିଛନ୍ତି । ଅମରୀଶ ପୁରୀ ବଲୀଉଡର ଏକମାତ୍ର ଖଳନାୟକ ଥିଲେ ଯିଏ ଫିଲ୍ମରେ ଅଭିନେତାଙ୍କ ଉପରେ ଭାରି ପଡି ଯାଉଥିଲେ । ୮୦ ଓ ୯୦ ଦଶକରେ ଅମରୀଶ ପୁରୀ ଫିଲ୍ମରେ ମୁଖ୍ୟ ଅଂସ ହୋଇଯାଇଥିଲେ ।

ଯଦି ତାଙ୍କର ଅଭିନୟ କ୍ୟାରିୟର ବିଷୟରେ କହିବା ତେବେ ସେ ୧୯୬୦ ଦଶକରେ ରଙ୍ଗମଞ୍ଚ ଦୁନିଆରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ସେ ୧୯୭୧ରୁ ନିଜର ଫିଲ୍ମି କ୍ୟାରିୟର ଆରମ୍ଭ କରିଥିଲେ । ଥିଏଟରରେ କାମ କରୁଥିବା ଅମରୀଶ ପୁରୀଙ୍କୁ ଯେତେବେଳେ ଫିଲ୍ମର ଅଫର ଆସିବାକୁ ଲାଗିଲା ତେବେ ସେ ନିଜର ୨୧ ବର୍ଷର ସରକାର ଚାକିରିକୁ ବି ଛାଡି ଦେଲେ । ସେହି ସମୟରେ ସେ ଏ ଗ୍ରେଡର ଅଫିସର ହୋଇସାରିଥିଲେ ।

ଅମରୀଶ ପୁରୀ ବଲୀଉଡରେ ଫିଲ୍ମରେ ପ୍ରଥମେ ପ୍ରଥମେ ଖଳନାୟକ ରୂପରେ ନଜର ଆସିଲେ ଓ ତାଙ୍କୁ ଏହି କ୍ଷେତ୍ରରେ ଭଲ ସଫଳତା ବି ମିଳୁଥିଲା । କହିବାକୁ ଗଲେ ଗୋଟିଏ ସମୟ ଏମିତି ବି ଆସିଯାଇଥିଲା ଯେତେବେଳେ ଅମରୀଶ ପୁରୀଙ୍କୁ ତାଙ୍କର ମନ ମୁତାବକ ଫିସ ନ ମିଳିଲେ ସେ ଫିଲ୍ମକୁ ମନା କରି ଦେଉଥିଲେ । ୧୯୮୮ରେ ଦେଇଥିବା ଇଣ୍ଟଭିୟୁରେ ଅମରୀଶ ପୁରୀ କହିଥିଲେ ଏନଏନ ସିପିଙ୍କ ଗୋଟିଏ ଫିଲ୍ମ ସେ କେବଳ ଏଥିପାଇଁ ଛାଡି ଦେଇଥିଲେ କାରଣ ତାଙ୍କ କହିବା ଅନୁସାରେ ତାଙ୍କୁ ୮୦ ଲକ୍ଷ ତାଙ୍କ ଦିଆଯାଉ ନ ଥିଲା ।

ଫିଲ୍ମରେ ତାଙ୍କର ଅଭିନୟ ଓ ଆବାଜର ହିଁ ଜାଦୁ ଥିଲା କି ସେ ଫେମସ ହେବା ପରେ ତାଙ୍କୁ କେତେକ ଫିଲ୍ମରେ ଅଭିନେତାଙ୍କ ଠାରୁ ବି ଅଧିକ ଫିସ ମିଳୁଥିଲା । ଖଳନାୟକ ରୂପରେ ଗୋଟିଏ ଫିଲ୍ମରେ କାମ କରିବା ପାଇଁ ଅମରୀଶ ପୁରୀ ୧ କୋଟି ଟଙ୍କାରୁ ବି ଅଧିକ ଟଙ୍କା ନେଉଥିଲେ । ସେ ହିନ୍ଦ ସିନେମାର ଜଣେ ମୁଖ୍ୟ ଅଂସ ଥିଲେ । ଅମରୀଶ ପୁରୀ ଖଳନାୟକ ରୂପରେ ଯେଉଁ ସଫଳତା ହାସଲ କରିଛନ୍ତି ବୋଧେ ସେହିଭଳି ପ୍ରସିଦ୍ଧତା ଆଉ କୌଣସି ଅଭିନେତା ହାସଲ କରି ନାହାନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।