ସକାଳୁ ଘରୁ ନ ବାହାରିବା ପାଇଁ ଜାରି ହେଲା ସତର୍କ ସୂଚନା- କାଲି 10 ରୁ 12ଟା ଭିତରେ ଲ୍ୟାଣ୍ଡଫଲ୍ କରିବ ଭୟଙ୍କର ବାତ୍ୟା ‘ଫୋନି’

ଭୟଙ୍କର ରୂପ ନେଇ ମାଡି ଆସୁଛି ଫୋନି ।  ଏହି ସାମୁଦ୍ରିକ ଝଡ ‘ଫୋନି’ ଏବେ ପୁରୀଠାରୁ ମାତ୍ର ୩୩୦ କିଲୋମିଟର ଦୂରରେ ରହିଛି । ବର୍ତ୍ତମାନର ସବୁଠାରୁ ବଡ ଖବର ହେଉଛି, ଆସନ୍ତାକାଲି ସକାଳ ୧୦ଟାରୁ ୧୨ଟା ସୁଦ୍ଧା ପୁରୀ ନିକଟରେ ବାତ୍ୟା ଫୋନି ଲ୍ୟାଣ୍ଡଫଲ କରିବ ।  ସର୍ବାଧିକ ୨୧୦ କିଲୋମିଟର ବେଗରେ ପବନ ବୋହିବାର ସମ୍ଭାବନା ରହିଛି ବୋଲି ପାଣିପାଗ ତରଫରୁ ସୂଚନା ମିଳିଛି ।

 

ଏହି ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମୁର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ସୂଚନା ମିଳିଛି । ସମସ୍ତ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ଜନସାଧାରଣ ମାନଙ୍କ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ସେଥିପାଇଁ ଆସନ୍ତାକାଲି ସକାଳୁ  ଘରୁ ବାହାରକୁ ନବାହାରିବା ପାଇଁ ସମସ୍ତ ଜନସାଧାରଣଙ୍କୁ କୁହାଯାଇଛି । ସମସ୍ତ ଦୋକାନ, ବଜାର, ଅଫିସ, ଗାଡି ମଟର ଚଳାଚଳ ବନ୍ଦ ରଖିବା ପାଇଁ କୁହାଯାଇଛି । ବାତ୍ୟା ଅତିକ୍ରମ ନକରିବା ପର୍ଯ୍ୟନ୍ତ ସମସ୍ତଙ୍କୁ ଘରେ ରହିବା ପାଇଁ କୁହାଯାଇଛି ।