କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ଅଟନ୍ତି ଏହି ବଲୀଉଡ ଷ୍ଟାରମାନେ, ହେଲେ ଏବେବି ଅଛନ୍ତି ଅବିବାହିତ, ନଂ ୧ତ ୧୯୦୦ କୋଟି ଟଙ୍କାର ମାଲିକ

ବଲୀଉଡ ଷ୍ଟାରମାନଙ୍କ ବିବାହିତ ଜୀବନ ବିଷୟରେ ଯଦି କଥାବାର୍ତ୍ତା କରିବା ତେବେ କିଛି ଷ୍ଟାର ଏହି ଇଣ୍ଡଷ୍ଟ୍ରିକୁ ଆସିବା ପୂର୍ବରୁ ହିଁ ବିବାହ କରି ସାରିଛନ୍ତି । କିନ୍ତୁ ପ୍ରାୟତଃ ଷ୍ଟାର ଇଣ୍ଡଷ୍ଟ୍ରି କାମ କରିବା ପରେ ଓ ସଫଳ ହୋଇ ଯିବା ପରେ ହିଁ ବିବାହ କରନ୍ତି । ଏହା ଛଡା କେତେକ ଷ୍ଟାରମାନେ ଦୁଇ ଦୁଇ ଥର ବିବାହ କରିଛନ୍ତି । କିନ୍ତୁ ଆଜି ଆମେ ଆପଣମାନଙ୍କୁ ସେହି ଷ୍ଟାରମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଏହି ଇଣ୍ଡଷ୍ଟ୍ରିରେ ବହୁତ ବଡ ଷ୍ଟାର ଅଟନ୍ତି, ଏହା ସହିତ କୋଟି କୋଟି ଟଙ୍କାର ମାଲିକ ବି ଅଟନ୍ତି ।

କିନ୍ତୁ ଆଜି ପର୍ଯ୍ୟନ୍ତ ବିବାହ କରି ନାହାନ୍ତି ଓ ଏମାନଙ୍କ ବୟସ ବି ବହୁତ ଅଧିକ ହୋଇ ଯାଇଛି ତଥାପି ଏମାନେ ନିଜର ବିବାହ ବିଷୟରେ ଚିନ୍ତା କରନ୍ତି ନାହିଁ । ଏହି ଷ୍ଟାରମାନଙ୍କ ମଧ୍ୟରେ କେତେକ ଷ୍ଟାର ଏମିତି ବି ଅଛନ୍ତି ଯେଉଁମାନଙ୍କ ବିବାହକୁ ତାଙ୍କର ଫ୍ୟାନମାନେ ବି ଅପେକ୍ଷା କରିଛନ୍ତି । ତେବେ ଚାଳନ୍ତୁ ଜାଣିବା ସେହି ଷ୍ଟାରମାନଙ୍କ ବିଷୟରେ ।

୧. ମୁକେଶ ଖନ୍ନା

ଭାରତୀୟ ଧାରାବାହିକ ଫିଲ୍ମ ଜଗତର ଅଭିନେତା ମୁକେଶ ଖନ୍ନାଙ୍କ ଜନ୍ମ ୭ ଜୁନ ୧୯୫୮କୁ ହୋଇଥିଲା ଓ ବର୍ତମାନ ସେ ୬୧ ବର୍ଷର ହୋଇ ଯାଇଛନ୍ତି । ମୁକେଶ ଖନ୍ନା ଟିଭି ଧାରାବାହିକ ଓ ବହୁତ ଫିଲ୍ମରେ କାମ କରିଛନ୍ତି । ତାଙ୍କର ସବୁଠୁ ଚର୍ଚିତ ଧାରାବାହିକ ହେଉଛି ମହାଭାରତ ଓ ଶକ୍ତିମାନ । କିନ୍ତୁ ୬୧ ବର୍ଷର ମୁକେଶ ଖନ୍ନା ଆଜି ପର୍ଯ୍ୟନ୍ତ ବି ଅବିବାହିତ ଅଛନ୍ତି ।

୨. ଅକ୍ଷୟ ଖନ୍ନା

ନିଜର ଅଭିନୟ ଦମରେ ଲୋକମାନଙ୍କ ହୃଦୟରେ ଖାସ ସ୍ଥାନ କରିଥିବା ଅକ୍ଷୟ ଖନ୍ନାଙ୍କୁ ୪୫ ବର୍ଷ ହୋଇ ଯାଇଛି । ଅକ୍ଷୟ ଖନ୍ନା ଅଭିନେତା ବିନଦୋ ଖନ୍ନାଙ୍କ ପୁଅ ଅଟନ୍ତି । କିନ୍ତୁ ଆଜି ପର୍ଯ୍ୟନ୍ତ ଅକ୍ଷୟ ଖାନ୍ନା ବି ବିବାହ କରି ନାହାନ୍ତି ।

୩. ପ୍ରଭାସ

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠୁ ଜଣା ଶୁଣା ଅଭିନେତା ପ୍ରଭାସଙ୍କୁ ଆଜି ସମସ୍ତେ ଜାଣିଛନ୍ତି । ସେ ବର୍ତ୍ତମାନ କୌଣସି ପରିଚୟର ମହୋତାଜ ନୁହନ୍ତି । କହିବାକୁ ଗଲେ ପ୍ରଭାସ ବର୍ତ୍ତମାନ ୪୦ ବର୍ଷର ହୋଇ ଯାଇଛନ୍ତି । ତଥାପି ସେ ଆଜି ପର୍ଯ୍ୟନ୍ତ ଅବିବାହିତ ଅଛନ୍ତି ।

୪. ସଲମାନ ଖାନ

ବଲୀଉଡର ସବୁଠୁ ଚର୍ଚିତ ଅଭିନେତା ସଲମାନ ଖାନଙ୍କ ବିଷୟରେ ସମସ୍ତେ ଜାଣିଛନ୍ତି । ସଲମାନ ଖାନ ବର୍ତ୍ତମାନ ୫୪ ବର୍ଷର ହୋଇ ଯାଇଛନ୍ତି । କିନ୍ତୁ ସେ ଆଜି ପର୍ଯ୍ୟନ୍ତ ଅବିବାହିତ ଅଛନ୍ତି । ଦର୍ଶକମାନେ ତାଙ୍କର ବିବାହକୁ ନେଇ ସର୍ବଦା ଉତ୍ସାହରେ ଥାନ୍ତି । ତାଙ୍କ ଜୀବନରେ ବହୁତ ଝିଅ ଆସିଛନ୍ତି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କେହି ବି ତାଙ୍କର ପତ୍ନୀ ହୋଇ ପାରିଲେ ନାହିଁ ।

୫. ତବ୍ବୁ

ବଲୀଉଡର ସବୁଠୁ ସୁନ୍ଦର ଅଭିନେତ୍ରୀ ଓ ଭଲ ଅଭିନୟ କରୁଥିବା ଲିସ୍ଟରେ ସାମିଲ ଥିବା ତବ୍ବୁଙ୍କ ବୟସ ୪୮ ବର୍ଷ ଅଟେ । କିନ୍ତୁ ସେ ଆଜି ପର୍ଯ୍ୟନ୍ତ ଅବିବାହିତ ଅଛନ୍ତି । ସେ ଆଜି ପର୍ଯ୍ୟନ୍ତ ନିଜର ବିବାହ କଥା ଚିନ୍ତା କରି ନାହାନ୍ତି । ତବ୍ବୁଙ୍କ କହିବା ଅଟେ କି ବିବାହ ତ କେବେ ବି ହୋଇ ପାରିବ । ଏତେ ଜଲ୍ଦି କଣ ଅଛି ।

୬. ଅମୀଷା ପଟେଲ

ଅମୀଷା ପଟେଲ ନିଜର ପ୍ରଥମ ଫିଲ୍ମ ‘କହୋ ନା ପ୍ୟାର ହୈ’ରୁ ଲୋକମାନଙ୍କ ହୃଦୟରେ ଘର କରିଥିବା ଅମୀଷା ପଟେଲ ନିଜର କ୍ୟାରିୟରରେ ବହୁତ ବଡ ବଡ ଫିଲ୍ମରେ କାମ କରିଛନ୍ତି । ତାଙ୍କର ଅଭିନୟ ଓ ସୁନ୍ଦରତାର ଲକ୍ଷ ଲକ୍ଷ ଦିବାନା ଅଛନ୍ତି । ତାଙ୍କର ବୟସ ୪୩ ବର୍ଷ ଅଟେ । ତଥାପି ସେ ବିବାହ କରି ନାହାନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।