ସ୍ବାମୀଙ୍କ ଆଗରେ ବୁଢୀ ଭଳି ଲାଗନ୍ତି TV ର ଏହି 5 ଜଣ Actress, 1 ଓ 4 ନମ୍ବର Actress ତ ନିଜ ସ୍ବାମୀଙ୍କ ଠାରୁ 8 ବର୍ଷ ବଡ

ପ୍ରେମ ଏକ ଏମିତି ଶବ୍ଦ ଯାହା ଯେତେବେଳେ ଯେଉଁ ବ୍ୟକ୍ତି କରିଥାଏ ସେତେବେଳେ ସେ ଜାତି, ଧର୍ମ, ବୟସ, ରଙ୍ଗ, ରୂପ କିଛି ଦେଖି ନ ଥାଏ । ପ୍ରେମର ତୁଳନା କାହା ସହ କରାଯାଇ ପାରିବ ନାହି । ପ୍ରେମରେ ପଡିଥିବା ବ୍ୟକ୍ତି କେବଳ ନିଜ ସାଥିର ହୃଦୟ ଦେଖିଥାଏ । ସାଧାରଣତ ଦେଖିବାକୁ ଗଲେ ଯେବେ ଗୋଟେ ଝିଅ ବିବାହ କରିଥାଏ ସେତେବେଳେ ସେ ତା ଠାରୁ ଅଧିକ ବଯସର ପୁଅଟିଏ ଖୋଜିଥାଏ ।

ଆମ ସମାଜରେ ମଧ୍ୟ ଧାରଣା ରହିଛି ଯେ ସ୍ବାମୀର ବୟସ ସ୍ତ୍ରୀ ଠାରୁ ଅଧିକ ହେବା ଦରକାର ଅଟେ । କିନ୍ତୁ ପ୍ରେମ କରୁଥିବା ବ୍ୟକ୍ତି ଏହି କଥାଟିକୁ ବୁଝି ନ ଥାଏ । ପ୍ରେମ ଦ୍ଵାରା ଗୋଟେ ମଣିଷ ଆଉ ଗୋଟେ ମଣିଷକୁ ଜିତିପାରେ । ଟିଭି ଜଗତରେ ଅଭିନୟ କରୁଥିବା ଅଭିନେତ୍ରୀ ମାନେ ନିଜ ସ୍ବାମୀଙ୍କ ଠାରୁ ବୟସରେ ବଡ ଅଟନ୍ତି  ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ।

୧- “ଭାରତୀ ସିଂ”- ହର୍ଷ ଲିମ୍ବାଚିଆ : ଭାରତୀ ସିଂ ଦୁନିଆରା ସବୁଠାରୁ କମେଡି କୁଇନ ଭାବେ ପରିଚିତ ଅଟନ୍ତି । ଯେବେ ସେ କମେଡି ସର୍କସ ରେ କାମ କରୁଥିଲେ ସେତେବେଳେ ହର୍ଷ ଲିମ୍ବାଚିଆ କମେଡିର କାହାଣୀ ଲେଖିବାର କାମ କରୁଥିଲେ । ଏହା ପରେ ଦୁହିଙ୍କ ଭିତରେ ପ୍ରେମ ହୋଇ ଥିବାରୁ ୨୦୧୭ରେ ପରସ୍ପର ବିବାହ କରିଥିଲେ । ହର୍ଷ ଭାରତୀଙ୍କ ଠାରୁ ବୟସରେ ୮ ବର୍ଷ ସାନ ଅଟନ୍ତି ।

୨- “ଅର୍ଚ୍ଚନା ପୂରନ  ସିଂ”- “ପରମିତ ଶେଠୀ” : ଅର୍ଚ୍ଚନା ପୂରନ ସିଂ ଟିଭି ଓ ଫିଲ୍ମରେ ଅଭିନୟ କରି ସାରିଛନ୍ତି । ଦୁହିଙ୍କ ଭିତରେ ପ୍ରେମ ସମ୍ପର୍କ ରହିଥିବାରୁ ଦୁହେଁ ୪ ବର୍ଷ ରିଲେସନରେ ଥିଲେ । ଏହା ପରେ ୧୯୯୨ରେ ଅର୍ଚ୍ଚନା ପରମିତଙ୍କ ସହ ବିବାହ କରିଥିଲେ । ସେ ପରମିତଙ୍କ ଠାରୁ ୭ ବର୍ଷ ବଡ ଅଟନ୍ତି ।

୩- “ମାହି ବୀଜ”- “ଜୟ ଭାନୁଶାଳୀ” : ମାହି ବୀଜ ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ନାଁରେ ପରିଚିତ ଅଟନ୍ତି । ଦୁହେଁ ପରସ୍ପରକୁ ପ୍ରେମ କରି ୨୦୧୧ରେ ବିବାହ କରିଥିଲେ । ମାହି ତାଙ୍କ ସ୍ଵାମୀ ଜୟଙ୍କ ଠାରୁ ୨ ବର୍ଷ ବଡ ଅଟନ୍ତି । ଏମାନଙ୍କର ୩ଟି କିଉଟ ବେବୀ ମଧ୍ୟ ଅଛନ୍ତି । ଦୁହେଁ ପରସ୍ପର ସହ ଖୁସିରେ ଲାଇଫ ସ୍ପେନ୍ଡ କରୁଛନ୍ତି ।

୪- “କିଶ୍ଵର ମରଚେଟ”- “ଶୂୟସ ରାୟ” : କିଶ୍ଵର ମରଚେଟ “ବିଗ ବସ”ରେ ଆସିବା ପରେ ଟିଭି ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ଭାବେ ଲୋକପ୍ରିୟତା ହୋଇଥିଲେ । କିଶ୍ଵର ଜାତିରେ ମୁସଲିମ ଓ ଶୂୟସ ଜାତିରେ ହିନ୍ଦୁ ଅଟନ୍ତି । ଦୁହେଁ ପରସ୍ପରକୁ ପ୍ରେମ କରିଥିବାରୁ ୨୦୧୬ରେ ବିବାହ କରିଥିଲେ । ଶୂୟସ ରାୟ କିଶ୍ଵରଙ୍କ ଠାରୁ ୮ ବର୍ଷ ସାନ ଅଟନ୍ତି ।

୫- “ସନାୟା ଇରାନୀ”- “ମୋହିତ ସହଗଲ” : “ଇସ ପ୍ୟାର କୋ କ୍ଯା ନାମ ଦୂଉଁ” ସିରିଏଲରେ ଅଭିନୟ କରିଥିବା ଅଭିନେତ୍ରୀ ଭାବେ ସନାୟା ଇରାନୀ ପରିଚିତ ଅଟନ୍ତି । ଦୁହେଁ ପରସ୍ପର ଭଲ ପାଇବା ସହ ବହୁତ ଦିନ ପର୍ଯ୍ୟନ୍ତ ଡେଟ ମଧ୍ୟ କରୁଥିଲେ । ୨୦୧୬ରେ ପରସ୍ପରକୁ ବିବାହ କରିଥିଲେ । ମୋହିତ ସହଗଲ ବୟସରେ ଇଶାନିଙ୍କ ଠାରୁ ୨ ବର୍ଷ ସାନ ଅଟନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।