କଣରୁ କଣ ହେଇଗଲେ ଟିଭିର Superstar ଓ Bigg Boss ଜିତିଥିବା Shweta Tiwari

ବଲୀଉଡର ଅଭିନେତ୍ରୀ ଶ୍ଵେତ ତିବାରୀ ଆଜି କୌଣସି ପରିଚୟର ମୋହତାଜ ନୁହନ୍ତି । ଶ୍ଵେତ ତିବାରୀ ଟିଭି ଇଣ୍ଡଷ୍ଟ୍ରିର ଜଣେ ଜଣା ଶୁଣା ନାଁ ଅଟନ୍ତି । ଶ୍ଵେତ ତିବାରୀ କେବଳ ଟିଭି ଇଣ୍ଡଷ୍ଟ୍ରିରେ ନୁହନ୍ତି ଏହା ଛଡା ସେ ବଲୀଉଡ ଓ ଭୋଜପୁରୀ ଫିଲ୍ମରେ ବି କାମ କରିଛନ୍ତି । ଶ୍ଵେତ ତିବାରୀ ବିଗ ବସ ସିଜିନ ୪ର ବିଜେତା ବି ହୋଇ ସାରିଛନ୍ତି । କିନ୍ତୁ କିଛି ଦିନ ତଳେ ZEE5ରେ ରିଲିଜ ହୋଇଥିବା ୱେବ ସିରିଜ ‘ହମ ତୁମ ଏଣ୍ଡ ଦେମ’ରେ ତାଙ୍କର କିରଦାରକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ ।

କହିବାକୁ ଗଲେ ସବୁବେଳେ ପାରିବାରିକ ଶୋରେ ନଜର ଆସୁଥିବା ଶ୍ଵେତା ତିବାରୀ ଏହି ୱେବ ସିରିଜରେ ବହୁତ ବୋଲ୍ଡ ସିନ କରିଥିଲେ । ଏହି ୱେବ ସିରିଜରେ ଶ୍ଵେତା ତିବାରୀ ଜଣେ ମର୍ଡନ ମାର ଭୂମିକାରେ ଥିଲେ । ଏହି ୱେବ ସିରିଜରେ ଶ୍ଵେତା ତିବାରୀ ବହୁତ ହଟ ନଜର ଆସୁଥିଲେ ।

ଏହା ଛଡା ଖବର ଆସୁଛି କି ଶ୍ଵେତା ତିବାରୀ ଅନ୍ୟ କେତେକ ବୋଲ୍ଡ ୱେବ ସିରିଜରେ ବି ନଜର ଆସି ପାରନ୍ତି । ସୋସିଆଲ ମିଡିଆ ବିଷୟରେ କହିବା ତ ଶ୍ଵେତା ତିବାରୀ ପ୍ରାୟତଃ ନିଜର ପିଲାମାନଙ୍କ ସହିତ ଓ ନିଜର ଫଟୋ ଶେୟାର କରି ସମସ୍ତଙ୍କୁ ନିଜର ଦିବାନା କରି ଦିଅନ୍ତି । କହିବାକୁ ଗଲେ ବର୍ତ୍ତମାନ ସମୟରେ ଶ୍ଵେତା ତିବାରୀ ଜଣେ ସଫଳ ଅଭିନେତ୍ରୀ ହୋଇ ଯାଇଛନ୍ତି କିନ୍ତୁ ଏହି ସ୍ଥାନକୁ ପହଞ୍ଚିବା ପାଇଁ ସେ ବହୁତ ସଂଘର୍ଷ ମଧ୍ୟ କରିଛନ୍ତି ।

ୟୁପିର ପ୍ରତାପଗଡ ଜିଲ୍ଲାରେ ରହୁଥିବା ଶ୍ଵେତା ତିବାରୀ ନିଜର ପ୍ରାଥମିକ ଶିକ୍ଷା ଇଲହାବାଦରେ ପୁରା କରିଛନ୍ତି । ସେ ୨୦୦୧ରେ ଟିଭି ଇଣ୍ଡଷ୍ଟ୍ରିରେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । କିନ୍ତୁ ଶ୍ଵେତା ତିବାରୀଙ୍କୁ ଅସଲ ସଫଳତା ‘କସୌଟୀ ଜିଂଦଗୀ କୀ’ ସିରିୟଲରେ ମିଳିଥିଲା । ସେହି ସମୟରେ ସେ ଘରେ ଘରେ ବହୁତ ପରିଚିତ ହୋଇ ଯାଇଥିଲେ । ଏହା ପରେ ସେ ଧୀରେ ଧୀରେ ହିନ୍ଦୀ ଓ ଭୋଜପୁରୀ ଫିଲ୍ମରେ କାମ କରିଲେ ଓ ସେ ଭୋଜପୁରୀ ଇଣ୍ଡଷ୍ଟ୍ରିର ସଫଳ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ।

ଏହା ପରେ ମାତ୍ର ୧୮ ବର୍ଷ ବୟସରେ ହିଁ ଶ୍ଵେତା ତିବାରୀ ଭୋଜପୁରୀ ଅଭିନେତା ଓ ପ୍ରଡ୍ୟୁସର ରାଜା ଚୌଧରିଙ୍କୁ ବିବାହ କରିଥିଲେ । କିନ୍ତୁ ଏମାନଙ୍କ ବିବାହ ମାତ୍ର ୫ ବର୍ଷ ହିଁ ଚାଲି ପାରିଲା । ରାଜା ଓ ଶ୍ଵେତାଙ୍କ ଗୋଟିଏ ଝିଅ ବି ଅଛି । ଯାହାର ନାମ ପଲକ ଅଟେ । ଏହା ପରେ ଶ୍ଵେତା ରାଜାଙ୍କ ଠାରୁ ଡିଭର୍ସ ନେବାର କିଛି ବର୍ଷ ପରେ ଅଭିନେତା ଅଭିନଭ କୋହଳିଙ୍କୁ ବିବାହ କରିଲେ । ଏହା ପରେ ସେ ୨୦୧୬ରେ ଏକ ପୁଅକୁ ଜନ୍ମ ଦେଲେ । ବର୍ତ୍ତମାନ ସମୟରେ ଶ୍ଵେତା ତିବାରୀ ସୋନି ଟିଭି ଉପରେ ଅରସାରିତ ମେରେ ଡୈଡ କୀ ଦୁଲ୍ହନରେ ନଜର ଆସୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।