୮୦ ଦଶକରେ ବଲୀଉଡ ଇଣ୍ଡଷ୍ଟ୍ରିରେ ରାଜ କରି ସାରିଥିବା ହିରୋଇନମାନଙ୍କ ଝିଅମାନେ

ବଲୀଉଡ ଇଣ୍ଡଷ୍ଟ୍ରିରେ ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜର ଅଭିନୟ ଓ ନିଜର ଷ୍ଟାଇଲ ଦ୍ଵାରା ସମସ୍ତଙ୍କୁ ନିଜର ଦିବାନା କରିଛନ୍ତି ଓ ଇଣ୍ଡଷ୍ଟ୍ରିରେ ଏକ ଭିନ୍ନ ସଫଳତା ହାସଲ କରିଛନ୍ତି । ଏହି ଅଭିନେତ୍ରୀମାନ ନିଜର କ୍ୟାରିୟରରେ ଗୋଟିଏ ରୁ ବଳି ଗୋଟିଏ ହିଟ ଫିଲ୍ମ ଦେଇଛନ୍ତି । କହିବାକୁ ଗଲେ ଆପଣମାନେ ଏହି ଅଭିନେତ୍ରୀମାନଙ୍କ ବିଷୟରେ ଜାଣିଛନ୍ତି କିନ୍ତୁ କଣ ଆପଣମାନେ ସେମାନଙ୍କ ଝିଅମାନଙ୍କ ବିଷୟରେ ଜାଣିଛନ୍ତି ।

ଯେଉଁମାନେ ନିଜ ମାଙ୍କ ଠାରୁ ବି ଅଧିକ ସୁନ୍ଦର ଅଟନ୍ତି । ଆଜି ଆମେ ସେହି ଅଭିନେତ୍ରୀମାନଙ୍କ ଝିଅମାନଙ୍କ ବିଷୟରେ କହିବୁ ଯେଉଁମାନଙ୍କ ମା ୮୦ ଦଶକରେ ବଲୀଉଡ ଇଣ୍ଡଷ୍ଟ୍ରିରେ ରାଜ କରୁଥିଲେ ।

ଶର୍ମିଲା ଟୈଗୋର

ବଲୀଉଡ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ଶର୍ମିଲା ଟୈଗୋରଙ୍କୁ ପୁରା ଭାରତ ଚିହ୍ନିଛନ୍ତି । ଯାହାଙ୍କର ଷ୍ଟାଇଲର ଦିବାନା ସମସ୍ତେ ଅଟନ୍ତି । ଯଦି ଶର୍ମିଲା ଟୈଗୋରଙ୍କ ଝିଅମାନଙ୍କ ବିଷୟରେ କହିବା ତେବେ ତାଙ୍କର ଦୁଇଟି ଝିଅ ଅଛନ୍ତି । ସବା ଅଲି ଖାନ ଓ ଶୋହା ଅଲି ଖାନ । ସବା ଅଲି ଖାନଙ୍କୁ ଅଭିନୟରେ ବିଲକୁଲ ବି ଭଲ ଲାଗେ ନାହିଁ । ଯେଉଁ କାରଣରୁ ସେ ନିଜର କ୍ୟାରିୟର ଜୁୟେଲରି ଡିଜାଇନର ରୂପରେ ବାଛିଲେ ।

ଅନ୍ୟ ପଟେ ଶୋହା ଅଲି ଖାନ ଜଣେ ଅଭିନେତ୍ରୀ ଅଟନ୍ତି । ଯିଏ ବଲୀଉଡ ଫିଲ୍ମରେ କାମ କରିଛନ୍ତି । କିନ୍ତୁ ବର୍ତ୍ତମାନ ସେ ବଲୀଉଡରୁ ଦୂରରେ ଅଛନ୍ତି ।

ଜୟା ବଚ୍ଚନ

ବଲୀଉଡର ପ୍ରସିଦ୍ଧ ଅଭିନେତ୍ରୀ ଜୟା ବଚ୍ଚନ ନିଜର କ୍ୟାରିୟରରେ ଗୋଟିଏ ରୁ ବଢି ଗୋଟିଏ ଫିଲ୍ମରେ କାମ କରିଛନ୍ତି । ଜୟା ବଚ୍ଚନଙ୍କ ଝିଅଙ୍କ ନାମ ଶ୍ଵେତ ନନ୍ଦା ଅଟେ । ଯିଏକି ଜଣେ ଲେଖକ ଅଟନ୍ତି । କହିବାକୁ ଗଲେ ଶ୍ଵେତା ନନ୍ଦା ନିଜର କ୍ୟାରିୟରର ଆରମ୍ଭ ମଡେଲିଙ୍ଗ ରୂପରେ କରିଥିଲେ । କିନ୍ତୁ ପରେ ସେ ଲେଖକ ହୋଇଗଲେ ।

ନୀତୁ କପୁର

ନିଜ ସମୟରେ ସବୁଠୁ ସୁନ୍ଦର ଓ ପ୍ରସିଦ୍ଧ ଅଭିନେତ୍ରୀ ନିତୁ କପୁର ବହୁତ ହିଟ ଫିଲ୍ମରେ କାମ କରିଛନ୍ତି । ନିତୁ କପୁରଙ୍କ ଭଉଣୀଙ୍କ ନାମ ରିଧିମା କପୁର ସାହାନୀ ଅଟେ । ଯିଏକି ପ୍ରସିଦ୍ଧ ଫ୍ୟାସନ ଡିଜାଇନର ଅଟନ୍ତି ଓ ସେ ଫ୍ୟାସନ ଇଣ୍ଡଷ୍ଟ୍ରିର ଜଣେ ଜଣା ଶୁଣା ନାଁ ଅଟନ୍ତି ।

ହେମା ମାଳିନୀ

ବଲୀଉଡରେ ଡ୍ରିମ ଗର୍ଲ ନାମାରେ ପରିଚିତ ଅଭିନେତ୍ରୀ ହେମା ମାଳିନୀଙ୍କୁ ସମସ୍ତ ଜାଣିଛନ୍ତି । ହେମା ମାଳିନୀ ଏକ ଭଲ ଅଭିନେତ୍ରୀ ସହ ଜଣେ ନୃତ୍ୟଶିଳ୍ପୀ ବି ଅଟନ୍ତି । ହେମା ମାଳିନୀଙ୍କୁ ଦୁଇଟି ଝିଅ ଅଛନ୍ତି । ଆହାନା ଦେଓଲ ଓ ଇଶା ଦେଓଲ । ଯଦି ଆହାନା ଦେଓଲଙ୍କ କଥାବାର୍ତ୍ତା କରିବା ତେବେ ସେ ଜଣେ ନୃତ୍ୟଶିଳ୍ପୀ ସହ ଏକ ଅଭିନେତ୍ରୀ ବି ଅଟନ୍ତି । ସେ ବଲୀଉଡରେ ବହୁତ କମ ଫିଲ୍ମ କରିଛନ୍ତି ।

ଅନ୍ୟ ପଟେ ଇଶା ଦେଓଲ ବଲୀଉଡର କେତେକ ହିଟ ଫିଲ୍ମରେ କାମ କରିଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ଦୁଇ ଭଉଣୀ ବଲୀଉଡ ଇଣ୍ଡଷ୍ଟ୍ରି ଠାରୁ ଦୂରରେ ଅଛନ୍ତି ଓ ନିଜର ବିବାହିତ ଜୀବନରେ ଖୁସିରେ ଅଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।