ଯେବେ Ankita Lokhande ଙ୍କୁ ନିଜ ହଟ ଡ୍ରେସ ପାଇଁ ପବ୍ଲିକରେ ହେବାକୁ ପଡ଼ିଥିଲା ଲଜ୍ଜିତ

ଟେଲିଭିଜନ ଦୁନିଆରୁ ଚଳଚ୍ଚିତ୍ର ଦୁନିଆରେ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ, ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛନ୍ତି । ଅଙ୍କିତା ଙ୍କ ଏପରି କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆ ରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥି ପାଇଁ ତାଙ୍କୁ ଅପ୍ରୀତିକର ପରିସ୍ଥିତିର ସାମନା କରିବାକୁ ପଡିଛି ।

ଅଙ୍କିତା ଲୋଖଣ୍ଡେ ଙ୍କ ଜନ୍ମ ୧୯ ଡିସେମ୍ବର ୧୯୮୪ ରେ ହୋଇଥିଲା । ଛୋଟ ବେଳୁ ହିଁ ଅଙ୍କିତା ଅଭିନେତ୍ରୀ ହେବାକୁ ଚାହୁଁଥିଲେ ଯେଉଁଥି ପାଇଁ ସେ ଉତ୍ତରପ୍ରଦେଶ ରୁ ମୁମ୍ବାଇ ଆସିଥିଲେ । ୨୦୦୯ ରେ ଏକତା କପୁର୍ ଙ୍କ ସିରିଏଲ୍ “ପବିତ୍ର ରିସ୍ତା” ରେ ଅଭିନୟ କରି ନିଜର ପରିଚୟ ସୃଷ୍ଟି କରିଥିଲେ ଏବଂ ଘରେ ଘରେ ଅର୍ଚ୍ଚନା ନାମରେ ଲୋକପ୍ରିୟତା ହାସଲ କରିଥିଲେ । ଏହି ସିରିଏଲ୍ ରେ ତାଙ୍କର ସହଯୋଗୀ ଅଭିନେତା ଥିଲେ ସ୍ୱର୍ଗୀୟ ସୁଶାନ୍ତ ସିଂ ରାଜପୁତ ।

ଟେଲିଭିଜନ ପରଦା ର ଏହି ଚର୍ଚ୍ଚିତ ଯୋଡ଼ି ଦୁଇଜଣ ଦୁଇଜଣଙ୍କୁ ଡେଟ୍ କରୁଥିଲେ କିନ୍ତୁ ବହୁତ୍ ଦିନ ଲିଭ୍ ଇନ୍ ରେ ରହିବା ପରେ ଦୁଇଜଣ ଅଲଗା ହୋଇଯାଇଥିଲେ । ଏହାପରେ ଅଙ୍କିତା ଲୋଖଣ୍ଡେ ଟେଲିଭିଜନ ଦୁନିଆ ରୁ ଦୁରେଇ ଯାଇଥିଲେ ।

କିନ୍ତୁ ୨୦୧୯ ରେ ଆସିଥିବା ଚଳଚ୍ଚିତ୍ର “ମଣିକର୍ନିକା”ରେ ସେ ଅଭିନୟ କରି ବଲିଉଡ ରେ ପାଦ ରଖିଥିଲେ । ଚଳଚ୍ଚିତ୍ରରେ ସେ ଝାଲକରି ବାଇ ନାମକ ମୁଖ୍ୟ ଚରିତ୍ର ରେ ଅଭିନୟ କରି ପ୍ରଶଂସା ସାଉଁଟି ଥିଲେ । ପୁଣି ୨୦୨୦ ରେ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର ‘ବାଗି-୩’ ରେ ଅଙ୍କିତା ଲୋଖଣ୍ଡେ ଶ୍ରଦ୍ଧା କପୁର ଙ୍କ ଭଉଣୀ ର ଚରିତ୍ର ରେ ଅଭିନୟ କରିଥିଲେ ।

କିନ୍ତୁ ନିକଟରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ଅଙ୍କିତା ଙ୍କୁ ଅପ୍ରୀତିକର ପରିସ୍ଥିତି ର ଶିକାର ହେବାକୁ ପଡ଼ିଥିଲା । ଟିଭି ଓ ବଲିଉଡ ର ଅଭିନେତ୍ରୀ ମାନେ ନିଜକୁ ଅନ୍ୟ ଠୁ ଶ୍ରେଷ୍ଠ ଦେଖାଇବା ପାଇଁ କିଛି ବି କରି ବସନ୍ତି । କିଏ ନୂଆ ହେଆର୍ ଷ୍ଟାଇଲ ତ କିଏ ମେକ୍ ଅଫ୍ ଅବା କିଏ ଏପରି ଡ୍ରେସ୍ ପିନ୍ଧି ନିଅନ୍ତି ଯେଉଁଥିପାଇଁ କେବେ କେବେ ଏମାନେ ବହୁତ ଟ୍ରୋଲ୍ ହୋଇଥାନ୍ତି । ଏହିପରି କିଛି “ପବିତ୍ର ରିସ୍ତା” ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ଙ୍କ ସହ ହେଇଥିଲା ।

ଯେବେ ଅଙ୍କିତା ଙ୍କୁ ଏକ ଆୱାର୍ଡ଼ ଶୋ ରେ ଫଟୋ ସୁଟ କରିବାର ଥିଲା ସେ ଏକ ପିଚ୍ କଲର୍ ର ଡ୍ରେସ୍ ପିନ୍ଧିଥିଲେ । ଏହି ଡ୍ରେସ୍ ରେ ଅଙ୍କିତା ବହୁତ ସୁନ୍ଦର ଦିଶୁଥିଲେ ମଧ୍ୟ ଟିକେ ବେଶୀ ଅଙ୍ଗ ପ୍ରଦର୍ଶନ କରି ଦେଇଥିଲେ । ଡ୍ରେସ୍ ର ବେକ ମଧ୍ୟ ବେଶୀ ଡିପ୍ ଥିବାରୁ ତାଙ୍କୁ ବହୁତ ଅସୁବିଧା ହେଉଥିଲା । କିନ୍ତୁ ଏହା ପ୍ରଥମ ଥର ନୁହେଁ, ଆଗରୁ ମଧ୍ୟ ଅଙ୍କିତା ଙ୍କୁ ଏହିଭଳି ଡ୍ରେସ୍ ପାଇଁ ଅପ୍ରୀତିକର ପରିସ୍ଥିତି ର ସାମନା କରିବାକୁ ପଡ଼ିଛି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।