“ଦଙ୍ଗଲ ଗାର୍ଲ” Fatima Sana Shaikh ଙ୍କ ବଡ ଖୁଲାସା, କହିଲେ- କାମ ବଦଳରେ ବହୁତ ଥର ସେ-କ୍ସ କରିବା ପାଇଁ କୁହାଗଲା ଓ ଶେଷରେ…

ବର୍ତ୍ତମାନ ସମୟରେ ନିଜର ଖୁସି, କଷ୍ଟ ଓ ଦୁଃଖ ସମସ୍ତଙ୍କ ପାଖକୁ ପହଞ୍ଚାଇବା ପାଇଁ ସୋସିଆଲ ମିଡିଆ ସବୁଠୁ ଭଲ ମାଧ୍ୟମ ହୋଇ ଯାଇଛି । ସୋସିଆଲ ମିଡିଆରେ ବର୍ତ୍ତମାନ ସାଧାରଣ ବ୍ୟକ୍ତିଙ୍କ ଠାରୁ ନେଇ ସେଲିବ୍ରିଟି ସମସ୍ତେ ଏକ୍ଟିବ ରହୁଛନ୍ତି । ବଲୀଉଡ ଷ୍ଟାର ବି ନିଜ ଜୀବନ ବିଷୟରେ ଏଠି ସମସ୍ତଙ୍କୁ କହିଥାନ୍ତି । କିନ୍ତୁ ଅନ୍ୟ ପଟେ କେତେକ ଷ୍ଟାର ଏମିତି ବି ଅଛନ୍ତି ଯେଉଁମାନେ ସୋସିଆଲ ମିଡିଆ ଠାରୁ ଦୂରେଇ ରହିବା ପାଇଁ ଠିକ ବୁଝି ଥାନ୍ତି ।

କହିଦେଉଛୁ କି ଫାତିମା ସନା ଶେଖ କିଛି ସମୟ ପାଇଁ ସୋସିଆଲ ମିଡିଆ ଠାରୁ ଦୁରେଇ ରହିବା ପାଇଁ ନିଷ୍ପତି ନେଇଛନ୍ତି । ତାଙ୍କର ଫ୍ୟାନମାନ ତାଙ୍କର ଏହି ନିଷ୍ପତିକୁ ନେଇ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି କିନ୍ତୁ ତାଙ୍କୁ ସମର୍ଥନ ବି କରୁଛନ୍ତି । ଫାତିମା ସନା ଶେଖଙ୍କ ଏହି ନିଷ୍ପତିକୁ ନେଇ ଓ ତାଙ୍କୁ ନେଇ ବର୍ତ୍ତମାନ ଚାରି ଆଡେ ଚର୍ଚା ଚାଲିଛି ।

ଆଜି ଆମେ ଅଭିନେତ୍ରୀ ଫାତିମା ସନା ଶେଖଙ୍କ ଜୀବନ ସହ ଜଡିତ ଏକ କଥା କହିବୁ ଯାହା ବିଷୟରେ ଆପଣ ଆଗରୁ ଶୁଣି ନ ଥିବେ । ଗୋଟିଏ ଇଣ୍ଟରଭିୟୁରେ ଫାତିମା ସନା ଶେଖ କହିଥିଲେ କି, ‘ଥରେ ସେ ଜିମ କରିବା ପରେ ରାସ୍ତାରେ ଚାଲି ଚାଲି ଯାଉ ଥିଲେ । ସେହି ସମୟରେ ଗୋଟିଏ ଯୁବକ ଆସିଲା ଓ ତାଙ୍କୁ ବୁଲି ବୁଲି ଦେଖୁ ଥିଲା । ମୁଁ ତାକୁ କହିଲି – କଣ ଦେଖୁଛୁ । ସେ କହିଲା – ମୁଁ ଦେଖିବି ମୋ ଇଚ୍ଛା । ଆମ ଦୁଇ ଜଣଙ୍କ ଭିତରେ ଝଗଡା ବି ଆରମ୍ଭ ହୋଇଗଲା ।

ମୁଁ ରାଗି ଯାଇ ତାକୁ ଗୋଟିଏ ଜୋରଦାର ଚାପୁଡା ମାରି ଦେଲି । ଫାତିମା ଆଗକୁ କହିଲେ କି ମୁଁ ଚାପୁଡା ମାରିବା ମାତ୍ରେ ହିଁ ସେ ବି ମୋତେ ଗୋଟିଏ ମାରିଲା ଓ ମୁଁ ରାସ୍ତାରେ ପଡିଗଲି । ମୁଁ ସଙ୍ଗେ ସଙ୍ଗେ ବାପାଙ୍କୁ ଫୋନ କରିଲି ଓ ପୁରା ଘଟଣା ବିଷୟରେ କହିଲି । ବାପା ସାଙ୍ଗେ ସଙ୍ଗେ ଦୁଇ ଚାରି ଜଣଙ୍କୁ ନେଇ ମୋ ପାଖକୁ ଆସିଲେ । କିନ୍ତୁ ସେହି ସମୟ ମଧ୍ୟରେ ସେ ସେଠୁ ଚାଲି ଯାଇ ଥିଲା । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି ଫାତିମା ସନା ଶେଖ ୨୦୧୬ରେ ଆମିର ଖାନଙ୍କ ଫିଲ୍ମ ଦଙ୍ଗଲରୁ ଡେବ୍ୟୁ କରିଥିଲେ ।

ଏହି ଫିଲ୍ମରେ ତାଙ୍କର ଅଭିନୟର ବହୁତ ପ୍ରଶଂସା ବି ହୋଇଥିଲା । ଏହା ପୂର୍ବରୁ ସେ ବଲୀଉଡରେ ବାଲ କଳାକାର ରୂପରେ ବି କାମ କରିଛନ୍ତି । ସେ ନିଜର ଏକ ଇଣ୍ଟରଭିୟୁରେ ସମୟରେ ଫାତିମା ସନା ଶେଖ କାଷ୍ଟିଙ୍ଗ କାଉଚ ବିଷୟରେ କଥାବାର୍ତ୍ତା କରିଲେ । ଅଭିନେତ୍ରୀ କହିଲେ କି, ମୁଁ ବି କାଷ୍ଟିଙ୍ଗ କାଉଚର ଶିକାର ହୋଇଛି । ମୋ ସହିତ ଏହିଭଳି ପ୍ରାୟତଃ ହୋଇଛି । ଯେତେବେଳେ ମୋତେ କୁହାଗଲା କି ଆପଣଙ୍କୁ କାମ ଦରକାର ତେବେ ସେକ୍ସ କରିବାକୁ ପଡିବ । ଅନ୍ୟ ପଟେ କେତେ ଥର ଅନ୍ୟ ବ୍ୟକ୍ତିଙ୍କ କହିବା ଯୋଗୁ ମୋର ପ୍ରୋଜେକ୍ଟ ଅନ୍ୟ ଲୋକମାନଙ୍କୁ ମିଳି ଯାଇଛି ।‘