ତରଂଗ TV ର ହୀରୋ ମାନଙ୍କର Real Age କେତେ ? କଣ ଆପଣ ଜାଣନ୍ତି ?

ହିନ୍ଦୀ ଓ ଇଂରାଜୀ ସିରିଜ ସବୁ ଦେଖିବାକୁ ଅଧିକ ପସନ୍ଦ କରୁଥିଲେ ମଧ୍ୟ ଓଡିଆ ଧାରାବାହିକର ଚାହିଦା କିଛି କମ ହୋଇ ଯାଇନାହିଁ । ଗାଁ ହେଉ ବା ସହର ସନ୍ଧ୍ୟା ହେଲେ ଘରେ ଘରେ ଲାଗି ଯାଉଛି ଆପଣଙ୍କ ପ୍ରିୟ ଚ୍ଯାନେଲ ତରଙ୍ଗ ଟିଭିରେ ।

ଏହି ଚ୍ୟାନେଲରେ ପ୍ରସାରିତ ହେଉଥିବା ବିଭିନ୍ନ ପ୍ରକାର ଧାରାବାହିକ ଦେଖିବାକୁ ଓଡିଆ ଦର୍ଶକ ମାନଙ୍କର ବହୁତ ଉତ୍କଣ୍ଠା । ନିଜ ପ୍ରିୟ କଳାକାର ମାନଙ୍କୁ ଟିଭି ପରଦାରେ ଦେଖିବାକୁ ସମସ୍ତେ ଅନେଇ ବସୁଛନ୍ତି । ଓଡିଆ ଧାରାବାହିକ ଗୁଡିକରେ କେବଳ ଅଭିନେତ୍ରୀ ନୁହେଁ ଅଭିନେତା ମାନେ ମଧ୍ୟ ସେମାନଙ୍କ ଅଭିନୟର ଯାଦୁ ଦେଖେଇ କିଣି ନେଉଛନ୍ତି ଦର୍ଶକ ମାନଙ୍କର ମନକୁ । ଅଭିନୟ ଓ ରୂପରଙ୍ଗରେ ଦେଖିବାକୁ ସେମାନେ ମଧ୍ୟ କେଉଁ ହିନ୍ଦୀ ଅଭିନେତାଙ୍କ ଠାରୁ କିଛି କମ ନୁହନ୍ତି ।

ପ୍ରିୟ ଅଭିନେତାଙ୍କୁ କେବଳ ଟିଭି ପରଦାରେ ଦେଖୁଛନ୍ତି । କିନ୍ତୁ କେବେ କଣ ଜାଣିବାକୁ ଚାହିଁଛନ୍ତି କି ଏତେ ନିପୁଣ ଭାବେ ଅଭିନୟ କରୁଥିବା ଆପଣଙ୍କ ପ୍ରିୟ ଅଭିନେତାଙ୍କ ବୟସ କେତେ ହୋଇଥିବ ? ଆଜି ଆମେ ଆପଣଙ୍କୁ ଜଣେଇବାକୁ ଯାଉଛୁ ତରଙ୍ଗ ଟିଭିରେ ପ୍ରସାରିତ ଆପଣଙ୍କ ପ୍ରିୟ ଧାରାବାହିକର ପ୍ରିୟ ଅଭିନେତାଙ୍କ ପ୍ରକୃତ ବୟସ କେତେ । ଆଜ୍ଞା ହଁ, ଆପଣଙ୍କ ପ୍ରିୟ ଅଭିନେତାଙ୍କ ବୟସ ଜାଣିଲେ ଆପଣଙ୍କୁ ମଧ୍ୟ ବିଶ୍ବାସ ହେବ ନାହିଁ । ତେବେ ଚାଲନ୍ତୁ ଜାଣିବା ।

ପ୍ରଥମରେ ହେଉଛନ୍ତି ଆପଣଙ୍କ ପ୍ରିୟ ଅଭିନେତା ଚରଣ । ଚରଣଙ୍କୁ ଆପଣଙ୍କ ପ୍ରିୟ ଧାରାବାହିକ ‘ମଙ୍ଗଳା ଚରଣ’ ରେ ଜବରଦସ୍ତ ଅଭିନୟ କରୁଥିବାର ନିଶ୍ଚୟ ଭାବେ ଦେଖୁଥିବେ । ତେବେ ବର୍ତ୍ତମାନ ସମୟରେ ଚରଣଙ୍କ ପ୍ରକୃତ ବୟସ ହେଉଛି ମାତ୍ର ୨୨ ବର୍ଷ । ଆପଣ ଧାରାବାହିକ ‘ମାୟା- କାହାଣୀ ଏକ ନାଗୁଣୀର’ ରେ ନାଗେଶଙ୍କୁ ମୁଖ୍ୟ ଭୂମିକାରେ ଦେଖୁଥିବେ । ନାଗେଶ ଏହି ଧାରାବାହିକରେ ଖୁବ ଜବରଦସ୍ତ ଅଭିନୟ କରି ଦର୍ଶକଙ୍କ ମନ ଜିଣି ପାରିଛନ୍ତି । ତେବେ ଆପଣଙ୍କ ପ୍ରିୟ ଅଭିନେତା ନାଗେଶଙ୍କ ବୟସ ହେଉଛି ମାତ୍ର ୨୪ ବର୍ଷ ।

ଏହାପରେ ଆମ ତାଲିକାରେ ଅଛନ୍ତି ଆପଣଙ୍କ ପ୍ରିୟ ଅଭିନେତା ସାଇ । ସାଇଙ୍କୁ ଆପଣ ‘କୁଆଁରୀ ବୋହୂ’ ଧାରାବାହିକରେ ଖୁବ ଭଲ ପ୍ରଦର୍ଶନ କରୁଥିବାର ଦେଖୁଥିବେ । ସାଇଙ୍କର ପ୍ରକୃତ ବୟସ ହେଉଛି ୨୩ ବର୍ଷ । ‘ନୂଆ ବୋହୂ’ ଧାରାବାହିକରେ ଆପଣ ରାଧିକା ଓ ସ୍ଵାତିକ ଙ୍କ ଜବରଦସ୍ତ ଅଭିନୟ ଦେଖୁଥିବେ । ତେବେ ସ୍ଵାତିକ ଙ୍କର ଅସଲ ବୟସ ହେଉଛି ୨୬ ବର୍ଷ । ଏହାପରେ ହେଉଛନ୍ତି ଆରବ ।

ଧାରାବାହିକ ‘ସିନ୍ଦୁରର ଅଧିକାର’ ରେ ଆପଣ ଇତି ଓ ଆରବଙ୍କ ଲଭ ଷ୍ଟୋରି ନିଶ୍ଚୟ ଉପଭୋଗ କରୁଥିବେ । ତେବେ ବର୍ତ୍ତମାନ ସମୟରେ ଆରବ ଙ୍କର ପ୍ରକୃତ ବୟସ ହେଉଛି ୨୨ ବର୍ଷ । ଶେଷରେ ଆମ ତାଲିକାରେ ରହିଛନ୍ତି ତୁଷାର । ‘ତାରିଣୀ ଆଖିର ତାରା’ ଧାରାବାହିକରେ ମୁଖ୍ୟ ଅଭିନେତା ଭାବେ ଅଭିନୟ କରି ଦର୍ଶକଙ୍କ ମନୋରଞ୍ଜନ କରୁଥିବା ତୁଷାର ଙ୍କ ବର୍ତ୍ତମାନ ବୟସ ହେଉଛି ୨୫ ବର୍ଷ । ଏମାନଙ୍କ ମଧ୍ୟରୁ ଆପଣଙ୍କ ପ୍ରିୟ ଅଭିନେତା କିଏ ଆମକୁ ନିଶ୍ଚୟ କମେଣ୍ଟ କରି ଜଣେଇବେ ଓ ପୋଷ୍ଟକୁ ଲାଇକ ଏବଂ ସେୟାର ମଧ୍ୟ କରିବେ ।