ଥାଇରଏଡ ରୋଗ କଣ ? ଜାଣନ୍ତୁ ଏହାର ଲକ୍ଷଣ ଓ ଚିକିତ୍ସା (Dr. Abhay Kumar Sahoo)

ଆମ ଶରୀରରେ ଥିବା ଥାଇରଏଡ ଗ୍ରନ୍ଥି ଟିର ଆକାର ଦେଖିବାକୁ ଏକ ପ୍ରଜାପତି ଭଳି । ଏହା ବେକର ତଳ ଭାଗକୁ ରହିଥାଏ । ଆମ ଶରୀରର ପ୍ରାୟ ସବୁ ପ୍ରକାରର କାର୍ଯ୍ୟ ଏହି ଗ୍ରନ୍ଥିରୁ ଝରୁଥିବା ହରମୋନ ଉପରେ ନିର୍ଭର କରେ ।

ଥାଇରେଡ ଯୋଗୁଁ ଆମକୁ ହାଇପୋ- ଥାଇରଡିଜିମ ଓ ହାଇପର- ଥାଇରଡିଜିମ ଆଦି ଦୁଇ ପ୍ରକାରର ରୋଗ ହୋଇଥାଏ । ଥାଇରଏଡ ଗ୍ରନ୍ଥିରୁ ହରମୋନ କମ ପରିମାଣରେ କ୍ଷରଣ ହେଲେ ଏହାକୁ ହାଇପୋ- ଥାଇରଡିଜିମ ଓ ଓ ଅଧିକ କ୍ଷରଣ ହେଲେ ଏହାକୁ ହାଇପର- ଥାଇରଡିଜିମ କୁହାଯାଏ । ଏହି ରୋଗ ଝିଅ ମାନଙ୍କ ଠାରେ ଅଧିକ ମାତ୍ରାରେ ଦେଖା ଯାଇଥାଏ । ଏହି ରୋଗ ହେବାର କୌଣସି ନିର୍ଦ୍ଧିଷ୍ଟ କାରଣ ନ ଥାଏ ।

ଏହା ଏକ ଅଟୋ- ଇମ୍ଯୁନ ରୋଗ, ଯାହା ଶରୀରେ ବିଭିନ୍ନ ପ୍ରକାର ହରମୋନର ପରିବର୍ତ୍ତନ ହେବ ଯୋଗୁଁ ଦେଖା ଦେଇଥାଏ । ପ୍ରାୟ ସବୁ ବର୍ଗର ମହିଳାଙ୍କ ଠାରେ ଏହା ଦେଖାଯାଇ ଥାଏ ।ଗର୍ଭବତୀ ମହିଳାଙ୍କୁ ଥାଇରଏଡ ରୋଗ ଥିଲେ ଏହା ତାଙ୍କ ଗର୍ଭରେ ଥିବା ପିଲା ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ଏହା ପିଲାର ଉଭୟ ଶାରୀରିକ ଓ ମାନସିକ ବିକାଶକୁ ପ୍ରଭାବିତ କରିଥାଏ ।

ସେମାନେ ବାଙ୍ଗରା ହେବ ସହ ବୋକା ପରି ହୋଇଯିବାର ସମ୍ଭାବନା ରହିଥାଏ । ସେମାନଙ୍କ ଚର୍ମ ମଧ୍ୟ ସବୁବେଳେ ଶୁଖିଲା ରହିଥାଏ ଓ କୋଷ୍ଠକାଠିନ୍ଯ ସମସ୍ଯା ମଧ୍ୟ ଦେଖା ଦେଇଥାଏ । ଏହି ପିଲାମାନେ ପାଠପଢାରେ ମଧ୍ୟ ଦୁର୍ବଳ ହୋଇଯାନ୍ତି । ଜନ୍ମିତ ଶିଶୁର ନାହି ଫୁଲିଯିବା ଓ ଜଣ୍ଡିସ ହେବା ଆଦି ହାଇପୋ- ଥାଇରଡିଜିମର ଲକ୍ଷଣ ।

୧୫-୧୬ ବର୍ଷୀୟା ଝିଅଙ୍କୁ ଏହି ରୋଗ ହେଲେ ତାଙ୍କର ଋତୁସ୍ରାବରେ ଏହାର ପ୍ରଭାବ ପଡିଥାଏ । ଏହା ସହ ସେମାନଙ୍କ ଓଜନ ବଢିବା ସହ କୌଣସି କାର୍ଯ୍ୟରେ ମଧ୍ୟ ମନ ଲାଗି ନ ଥାଏ । ୩୦-୩୫ ବର୍ଷୀୟ ବ୍ୟକ୍ତିଙ୍କୁ ଥାଇରଏଡ ହେଲେ ସେମାନଙ୍କ ସ୍ମରଣ ଶକ୍ତି କମି ଯାଏ । ବହୁଦିନ ଧରି ଯଦି ଔଷଧ ନ ଖାଆନ୍ତି ତେବେ ଏହି ରୋଗରେ ହୃତପିଣ୍ଡ, ଫୁସଫୁସ ଏବଂ ପାକସ୍ଥଳୀରେ ମଧ୍ୟ ପାଣି ଜମେ । ଡାକ୍ତରଙ୍କ ପରାମର୍ଶ କରି ଔଷଧ ନ ଖାଇଲେ ଏହା ଆପଣଙ୍କ ମସ୍ତିଷ୍କ ଉପରେ ଗଭୀର ପ୍ରଭାବ ପକାଇପାରେ ।

T3, T4 ଓ TSH ପରୀକ୍ଷାରୁ ହାଇପୋ- ଥାଇରଡିଜିମ ଅଛି କି ନାହିଁ ତାହା ଜଣାପଡେ । ଏହି ରୋଗ ଥିଲେ ଯଥାଶୀଘ୍ର ଔଷଧ ଖାଇବା ଆବଶ୍ୟକ ରହିଛି । ଏହି ରୋଗର ଚିକିତ୍ସା ପାଇଁ ଥାଇରଏଡ ହରମୋନକୁ ଔଷଧ ଭାବେ ଗ୍ରହଣ କରାଯାଏ । ଥାଇରଏଡ ଗ୍ରନ୍ଥି ହରମୋନ କ୍ଷରଣ ଥରେ ବନ୍ଦ କଲେ ଏହା ଜୀବନ ସାରା ଆଉ ଠିକ ହୁଏ ନାହିଁ । ସେଥିପାଇଁ ଏହି ରୋଗ ହେଲେ ଆପଣଙ୍କୁ ସାରା ଜୀବନ ଔଷଧ ଖାଇବାକୁ ପଡିଥାଏ । ଥାଇରଏଡ ହରମୋନର କୌଣସି ପାର୍ଶ୍ଵ ପ୍ରତିକ୍ରିୟା ନାହିଁ ।

କିନ୍ତୁ ସଠିକ ପ୍ରଣାଳୀରେ ଏହି ଔଷଧ ଖାଇବା ଆବଶ୍ୟକ ଅଟେ । ସକାଳୁ ଯେକୌଣସି ଔଷଧ ଏବଂ ଖାଦ୍ୟ ଖାଇବାର ଏକ ଘଣ୍ଟା ପୂର୍ବରୁ ଏହି ଔଷଧ ଖାଇବା ଉଚିତ । ଏହା ସେବନ କରିବାର ଏକ ଘଣ୍ଟା ମଧ୍ୟରେ କେବଳ ପାଣି ଛଡା ଆଉ କିଛି ସେବନ କରିବେ ନାହିଁ ।

ଏହି ରୋଗରେ ଓଜନ ବଢିଥାଏ । ତେଣୁ ନିୟମିତ ବ୍ୟାୟମ କରିବା ଉଚିତ ଓ ଖାଦ୍ୟପେୟ ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ । ଏହା ଦ୍ଵାରା ଏହି ରୋଗ ଭଲ ହେବ ନାହିଁ ସତ କିନ୍ତୁ ଆପଣ ଅନ୍ୟ ଶାରୀରିକ ସମସ୍ୟାରୁ ଅନେକ ମାତ୍ରାରେ ରକ୍ଷା ପାଇ ପାରିବେ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ ।