ଟିଭି ସିରିୟଲରେ ନେଗେଟିବ ରୋଲ କରି ପପୁଲାର ହେଇଥିବା ଏହି ଅଭିନେତ୍ରୀମାନଙ୍କ ରିୟଲ ଲାଇଫ ଝିଅମାନେ

ଯେଉଁଭଳି ଭାବରେ ବଲୀଉଡ ଫିଲ୍ମରେ ଗୋଟିଏ ଖଳନାୟକର ଭୂମିକା ବହୁତ ଜରୁରୀ ହୋଇଥାଏ ଠିକ ସେହିଭଳି ଗୋଟିଏ ସିରିୟଲରେ ବି ଗୋଟିଏ ଖଳନାୟକର ଭୂମିକା ବହୁତ ଜରୁରୀ ହୋଇଥାଏ । କାରଣ ଖଲାନାୟକ ହିଁ ଏମିତି କିରଦାର ହୋଇଥାଏ ଯାହା ଫିଲ୍ମ ଓ ସିରିୟଲର କାହାଣୀକୁ ମସାଲାଦାର କରିଥାଏ । ସେଥିପାଇଁ ତ ଟିଭିରେ ଆସୁଥିବା ସବୁ ଶୋ ପାଇଁ କିଛି ପ୍ରତିଭାଶାଳୀ ଖଳନାୟକକୁ ବଛା ଯାଇଥାଏ । ଯେଉଁମାନେ ଖଳନାୟକ ରୂପରେ ଦର୍ଶକମାନଙ୍କର ଦ୍ରୁଷ୍ଟି ନିଜ ଆଡକୁ ଆକର୍ଷିତ କରିବାରେ ସଫଳ ବି ହୋଇଥାନ୍ତି ।

ବିଶେଷ କରି ସିରିୟଲରେ ନଜର ଆସୁଥିବା ଅଭିନେତ୍ରୀ ଖଳନାୟକମାନେ । ସିରିୟଲରେ ଖଳନାୟକ ରୂପରେ ନଜର ଆସୁଥିବା ଅଭିନେତ୍ରୀମାନଙ୍କ ବିଷୟରେ ଆପଣ ସମସ୍ତେ ଜାଣିଥିବେ କିନ୍ତୁ କଣ ତାଙ୍କର ପିଲାମାନଙ୍କ ବିଷୟରେ ଆପଣ ଜାଣିଛନ୍ତି ଯେଉଁମାନେ ପ୍ରତିଭାଶାଳୀ ହେବା ସହିତ ସୁନ୍ଦରତା ନିଜର ମାଙ୍କୁ ପଛରେ ଛାଡୁଥିବାର ନଜର ଆସିଥାନ୍ତି । ସେଥିପାଇଁ ଆଜି ଆମେ ଆପଣଙ୍କୁ ତାଙ୍କର ସନ୍ତାନମାନଙ୍କ ବିଷୟରେ କହିବାକୁ ଯାଉଛୁ ।

ଅଚିଂତ କୌର

ଅଚିଂତ କୌର ଜୀ ଟିଭିର ସବୁଠୁ ପପୁଳାର ଶୋ ‘ଜମାଇ ରାଜା’ରେ ଖଳନାୟକ ଦୂର୍ଗା ଦେବୀ ପଟେଲ ଭୂମିକାରେ ରୂପରେ ନଜର ଆସିଥିଲେ । ସେ ଏହି ସିରିୟଲରେ ଖଳନାୟକ ଭୂମିକାରେ ନଜର ଆସିବା ପରେ ବହୁତ ଫେମସ ହୋଇ ଯାଇ ଥିଲେ । ଯଦି ତାଙ୍କର ସନ୍ତାନଙ୍କ ବିଷୟରେ କହିବା ତେବେ ତାଙ୍କର ଗୋଟିଏ ପୁଅ ଅଛି ଯାହାଙ୍କର ନାମ ପ୍ରୀତରଞ୍ଜନ ଅଟେ । ଯିଏକି ବର୍ତ୍ତମାନ ୧୮ ବର୍ଷର ଅଟନ୍ତି ଓ ବର୍ତ୍ତମାନ ସେ ପଢୁଛନ୍ତି ।

କାମ୍ୟା ପଂଜାବୀ

ଟିଭି ସିରିୟଲରେ ବହୁତ ଶୋରେ କାମ୍ୟା ପଂଜାବୀ ଖଳନାୟକ ଭୂମିକାରେ ନଜରର ଆସିସାରିଛନ୍ତି । ଯାହାଙ୍କୁ ଦର୍ଶକମାନଙ୍କ ଦ୍ଵାରା ବହୁତ ପସନ୍ଦ ବି କରାଯାଇଛି । କାମ୍ୟା ପଂଜାବୀଙ୍କ ଗୋଟିଏ ଝିଅ ଅଛି ଯାହାର ନାମ ଆରା ଅଟେ । ବର୍ତ୍ତମାନ ଆରା ୧୦ ବର୍ଷର ଅଟନ୍ତି ଓ ଦେଖିବାକୁ ବହୁତ କ୍ୟୁଟ ଅଟନ୍ତି ।

ଉର୍ବଶୀ ଢୋଲକିୟା

ଯଦି ଆପଣ ‘କସୌଟୀ ଜିଂଦଗୀ କୀ’ର ପ୍ରଥମ ସିଜିନ ଦେଖିଥିବେ ତେବେ ଆପଣ ସେଥିରେ ଉର୍ବଶୀ ଢୋଲକିୟାଙ୍କୁ ନିଶ୍ଚିତ ଦେଖିଥିବେ । ଯିଏକି ଶୋରେ କମୋଲିକାର ନେଗେଟିବ କିରଦାରରେ ନଜର ଆସିଥିଲେ ଓ ଏହି କିରଦାର ଦ୍ଵାରା ସେ ବହୁତ ପପୁଲର ବି ହୋଇଥିଲେ । ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ଯାହାଙ୍କର ନାମ ସାଗର ଢୋଲକିୟା ଓ କ୍ଷିତିଜ ଢୋଲକିୟା ଅଟେ ।

ଆମ୍ରପାଲୀ ଗୁପ୍ତା

ବହୁତ ଶୋରେ ଖଳନାୟକ ରୂପରେ ନଜର ଆସିଥିବା ଆମ୍ରପାଲୀ ଗୁପ୍ତାଙ୍କୁ ଦର୍ଶକମାନେ ବହୁତ ପସନ୍ଦ କରିଥିଲେ । ଆମ୍ରପାଲୀ ଗୁପ୍ତାଙ୍କର ଗୋଟିଏ ସନ୍ତାନ ଅଛି ଯାହାର ନାମ କବୀର ସିହ୍ନା ଅଟେ । ଯିଏକି ବର୍ତ୍ତମାନ ୪ ବର୍ଷର ଅଟନ୍ତି ।

ଇଭା ଗ୍ରୋବର

ଟିଭିର ବହୁତ ସିରିୟଲରେ ଖଳନାୟକ ଭୂମିକାରେ ନଜର ଆସିଥିବା ଇଭା ଗ୍ରୋବର ନିଜର ନକରାତ୍ମକ କିରଦାର ଦ୍ଵାରା ସମସ୍ତଙ୍କର ହୃଦୟ ଜିତି ନେଇଛନ୍ତି । ଯଦି ତାଙ୍କର ସନ୍ତାନ ଙ୍କ ବିଷୟରେ କହିବା ତେବେ ତାଙ୍କର ଗୋଟିଏ ଝିଅ ଅଛି ଯାହାର ନାମ ନିଷ୍ଠା ଖାନ ଅଟେ । ଯିଏକି ବର୍ତ୍ତମାନ ବହୁତ ଛୋଟ ଅଛନ୍ତି ଓ ସୁନ୍ଦରତା ମାଳାରେ ନିଜ ମାକୁ ବି ଟକ୍କର ଦେଇଥାନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।