୭୧ବର୍ଷର ହେଉଛନ୍ତି ବଲିଉଡର ଏହି ଅଭିନେତ୍ରୀ, କିନ୍ତୁ ବୁଢାପା ଏବେ ଯାଏ ଛୁଇଁ ପାରିନି

ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ଆଜି ଯାହା ବି ସଫଳତା ପାଇଛି ତାହାର ଶ୍ରେୟ ଫିଲ୍ମରେ କାମ କରୁଥିବା ତାରକାଙ୍କୁ ଦିଆଯାଇ ଥାଏ । ବଲିଉଡରେ ଜଣେ ରୁ ବଳି ଜଣେ ଆକ୍ସନ ଏବଂ ରୋମାଣ୍ଟିକ ଅଭିନେତା ଅଛନ୍ତି ଯାହାର ଅଭିନୟ ଯୋଗୁ ଫିଲ୍ମ ବକ୍ସ ଅଫିସରେ କମାଲ କରିଥାଏ । ବଲିଉଡରେ ଅଭିନେତ୍ରୀଙ୍କୁ କେହି କେବେ ଭୁଲି ପାରନ୍ତି ନାହିଁ । ବଲିଉଡରେ ବହୁତ ସୁନ୍ଦର ଅଭିନେତ୍ରୀ ମାନେ ଅଛନ୍ତି ଯେଉଁମାନେ ଭାରତୀୟ ଫିଲ୍ମରେ ଅନେକ ଲୋକପ୍ରିୟତା ହାସଲ କରିଛନ୍ତି ।

କିନ୍ତୁ ସୁନ୍ଦରତା ମଧ୍ୟ ସମୟ ସହିତ ଶେଷ ହୋଇ ଯାଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଜଣେ ଏମିତି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ବୟସ ଅଧିକ ହେବା ପରେ ମଧ୍ୟ ସେ ବହୁତ ସୁନ୍ଦର ଦେଖା ଯାଉଛନ୍ତି । ଆମେ ଯେଉଁ ବଲିଉଡ ଅଭିନେତ୍ରୀଙ୍କ କଥା କହୁଛୁ ତାଙ୍କର ବୟସ ୭୧ବର୍ଷ ଅଟେ, କିନ୍ତୁ ବର୍ତ୍ତମାନ ମଧ୍ୟ ସେ ବହୁତ ସୁନ୍ଦର ଦେଖା ଯାଉଛନ୍ତି । ସେହି ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ସିମୀ ଗ୍ରେୱାଲ । ଯିଏ କି ବହୁତ ହିଟ ଫିଲ୍ମ ଦେଇ ସାରିଛନ୍ତି । ସେ ୧୯୪୭ ମସିହା ଅକ୍ଟୋବର ୧୭ ତାରିଖରେ ଦିଲ୍ଲୀରେ ଜନ୍ମ ହୋଇଥିଲେ ଏବଂ ତାଙ୍କ ଭଉଣୀ ଅମୃତାଙ୍କ ସହିତ ଇଂଲଣ୍ଡର ନ୍ୟୁଲ୍ୟାଣ୍ଡ ହାଉସ ସ୍କୁଲରେ ପଢିଥିଲେ ।

ଯେତବେଳେ ସିମୀ ୧୫ବର୍ଷର ହୋଇ ଥିଲେ ସେତବେଳେ ସେ ତାଙ୍କ ପରିବାର ସହିତ ଭାରତ ଆସିଥିଲେ । ସିମୀ ବହୁତ ସୁନ୍ଦର ଥିଲେ ଏବଂ ଇଂଲଣ୍ଡରେ ରହିବା କାରଣରୁ ତାଙ୍କର ଭାଷା ଇଂରାଜୀ ହୋଇ ଯାଇଥିଲା । ଏହାକୁ ଧ୍ୟାନରେ ରଖି ସିମୀଙ୍କୁ ୧୯୬୨ରେ ଆସିଥିବା ଫିଲ୍ମ ‘ତାର୍ଜନ ଗୋଜ ଟୁ ଇଣ୍ଡିଆ’ ରେ ଅଭିନୟ କରିବା ପାଇଁ ଅଫର ଦିଆଯାଇ ଥିଲା । ଏହି ଫିଲ୍ମରେ ତାଙ୍କ ସହିତ ସେହି ସମୟର ସୁପରଷ୍ଟାର ଫିରୋଜ ଖାନ ଥିଲେ । ସିମୀଙ୍କର ଏହା ଡେବ୍ୟୁ ଫିଲ୍ମ ଥିଲା । ଏହାପରେ ସିମୀ ଆଉ ପଛକୁ ବୁଲି ଚାହିଁଲେ ନାହିଁ ଏବଂ ଆଗକୁ ଆଗକୁ ଅନେକ ଫିଲ୍ମ କରି ଚାଲିଲେ । ନିଜର ସୁନ୍ଦର ଅଭିନୟ ପାଇଁ ସିମୀ ଫିଲ୍ମରେ ସବୁ ପ୍ରକାର ଭୂମିକାରେ ଅଭିନୟ କରିଛନ୍ତି ଏବଂ ସବୁଥିରେ ତାଙ୍କୁ ପ୍ରଶଂସା ମଧ୍ୟ ମିଳିଛି ।

୧୯୮୦ରେ ସିମୀଙ୍କର ଆଫେୟାର ପାକିସ୍ଥାନର ଶିଲ୍ପପତି ଯିଏ କି ପରେ ପାକିସ୍ତାନର ଗଭର୍ନର ହୋଇଥିବା ସଲମାନ ତାସିରଙ୍କ ସହିତ ହୋଇଥିଲା କିନ୍ତୁ ଏହା ଅଧିକ ଦିନ ପର୍ଯ୍ୟନ୍ତ ଚାଲିପାରି ନଥିଲା । ପରେ ସିମୀ ରବୀ ମୋହନଙ୍କ ସହିତ ବିବାହ କରିଥିଲେ ଏବଂ କିଛି ଦିନ ପରେ ସେମାନଙ୍କର ଛାଡପତ୍ର ହୋଇଯାଇ ଥିଲା । ଏକା ରହିବା ପରେ ମଧ୍ୟ ସିମୀ କେବେ ହାର ନମାନି ସବୁବେଳେ କାମ କରୁଥିଲେ ଏବଂ ଆଜି ମଧ୍ୟ କାମ କରୁଛନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।