କାର୍ତ୍ତିକ ଆର୍ୟନଙ୍କ ଠାରୁ ଅଲଗା ହେବା ପରେ ସାରା ଅଲୀ ଖାନଙ୍କର ହେଲା ଖରାପ ଅବସ୍ଥା, କହିଲେ – ‘ତୁମ କଥା ବହୁତ ମନେ ପଡୁଛି…’

ବଲୀଉଡର ଅଭିନେତ୍ରୀ ସାରା ଅଲୀ ଖାନ ବର୍ତ୍ତମାନ ସମୟରେ କାର୍ତ୍ତିକ ଆର୍ୟନଙ୍କ ସହିତ ସମୟ ବିତାଇବାକୁ ନେଇ ବହୁତ ଚର୍ଚାରେ ଅଛନ୍ତି । କହିବାକୁ ଗଲେ ଫିଲ୍ମ ଲବ ଆଜକଲର ପାର୍ଟ ଟୂରେ କାର୍ତ୍ତିକ ଆର୍ୟନ ଓ ସାରା ଅଲୀ ଖାନ ନଜର ଆସିବେ । ଯାହାର ଶୁଟିଙ୍ଗ ପୁରା ହୋଇ ଯାଇଛି । ଫିଲ୍ମର ଶୁଟିଙ୍ଗ ସମୟରେ କାର୍ତ୍ତିକ ଓ ସାରା ବହୁତ ମସ୍ତି କରିଛନ୍ତି । ଯାହାର ଫଟୋ ସୋସିୟାଲ ମିଡିୟାରେ ନିଆଁ ଭଳି ଭାଇରାଲ ହୋଇଥିଲା । କିନ୍ତୁ ବର୍ତ୍ତମାନ ଦୁଇ ଜଣ ଅଲଗା ହୋଇ ଯାଇଛନ୍ତି । ଏହା ମଧ୍ୟରେ ସାରା ଏକ ଇମୋଶନଲ ପୋସ୍ଟ ଶେୟାର କରିଛନ୍ତି ।

କାର୍ତ୍ତିକଙ୍କ ସହିତ କାମ କରିବାକୁ ନେଇ ସାରା ବହୁତ ଉତ୍ସାହିତ ଦେଖା ଯାଉଥିଲେ । କିନ୍ତୁ ଦୁଇ ଜଣଙ୍କୁ ବର୍ତ୍ତମାନ ନିଜ ନିଜ ଘରକୁ ଯିବାକୁ ପଡୁଛି । ଯେଉଁ କାରଣରୁ ସାରା ଭାବୁକ ହୋଇ ଯାଇଛନ୍ତି । କାର୍ତ୍ତିକଙ୍କ ସହିତ ୬୬ ଦିନ ବିତାଇବା ପରେ ବର୍ତ୍ତମାନ ସାରା ତାଙ୍କୁ ବହୁତ ମିସ କରୁଛନ୍ତି । ଯେଉଁ କାରଣରୁ ସେ ଏକ ପୋସ୍ଟ କରି ନିଜ ହୃଦୟର କଥା କହିଛନ୍ତି ।

କାର୍ତ୍ତିକ ଆର୍ୟନଙ୍କୁ ମିସ କରୁଛନ୍ତି ସାରା ଅଲୀ ଖାନ

ସାରା ଅଲୀ ଖାନ ଏକ ପୋସ୍ଟରେ ଲେଖିଲେ କି ଫିଲ୍ମର ଶୁଟିଙ୍ଗ ୬୬ ଦିନ ପରେ ପୁରା ହୋଇଗଲା । ଏହା ପରେ ସାରା କାର୍ତ୍ତିକଙ୍କର ଧନ୍ୟବାଦ କରିଲେ ଓ ଆଗକୁ କହିଲେ କି ତୁମ କୌଣସି ନିଜର ସ୍ଵାର୍ଥ ବିନା ମୋତେ ଏତେ କିଛି ଦେଇଛ ଓ ମୋର ଧ୍ୟାନ ରଖିଛ, ଯେଉଁଥି ପାଇଁ ଧନ୍ୟବାଦ । ଏହା ସହିତ ସାରା ଏହା ବି ଲେଖିଲେ କି ମୁଁ ତୁମକୁ ସେତିକି ମିସ କରୁଛି, ଯେତିକି ତୁମେ ଚିନ୍ତା ବି କରୁ ନ ଥିବ । ଏହାର ଅର୍ଥ ନିଜର ସ୍ଵପ୍ନର ରାଜକୁମାର ସହ କାମ କରି ସାରାଙ୍କୁ ବହୁତ ମଜା ଆସିଛି । କିନ୍ତୁ ବର୍ତ୍ତମାନ ଦୁଇ ଜଣ ଅଲଗା ହୋଇ ଯାଇଛନ୍ତି ଯାହାର କଷ୍ଟ ସଫା ସଫା ନଜର ଆସୁଛି ।

ଶୁଟିଙ୍ଗ ସମୟରେ ଭାଇରାଲ ହୋଇଥିଲା ଏହି ଫଟୋ

କାର୍ତ୍ତିକ ଓ ସାରାଙ୍କର ଅପକମିଂଗ ଫିଲ୍ମର ଶୁଟିଙ୍ଗ ହିମାଚଲ ପ୍ରଦେଶର ସୁନ୍ଦର ସୁନ୍ଦର ସ୍ଥାରେ ହୋଇଛି । ସେହି ସ୍ଥାନରୁ ସେମାନଙ୍କର ବହୁତ ଫଟୋ ବି ଭାଇରାଲ ହୋଇଥିଲା । ଏତିକି ନୁହେଁ ଶୁଟିଙ୍ଗ ପରେ ଯେତେବେଳେ ବି ଦୁଇ ଜଣଙ୍କୁ ସମୟ ମିଳୁଥିଲା ତେବେ ଦୁଇ ଜଣ ବୁଲିବାକୁ ବାହାରି ପଡୁଥିଲେ । ଏହା ପରେ ଫଟୋ ଉଠାଇ ସୋସିୟାଲ ମିଡିୟାରେ ପୋସ୍ଟ ବି କରି ଦେଉଥିଲେ ।

୧୪ ଫେବ୍ରୁୟାରୀରେ ଏହି ଫିଲ୍ମ ହେବ ରିଲିଜ

କହିବାକୁ ଗଲେ କାର୍ତ୍ତିକ ଓ ସାରାଙ୍କର ଫିଲ୍ମର ନାମକରଣ ଆଜି ପର୍ଯ୍ୟନ୍ତ ହୋଇ ନାହିଁ, କିନ୍ତୁ ଶୁଟିଙ୍ଗ ଓ ରିଲିଜ ଡେଟ ଫିକ୍ସ ହୋଇ ଯାଇଛି । ଏହି ଫିଲ୍ମରେ କାର୍ତ୍ତିକ ଓ ସାରା ଏକ ପ୍ରେମୀ ଯୋଡି ହିସାବରେ ନଜର ଆସିବେ । ଯାହାକି ୧୪ ଫେବ୍ରୁୟାରୀରେ ରିଲିଜ ହେବ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।