ପଡୋଶୀ କାନ୍ଥ ଡେଇଁ ଆସିଲା ଓ ଦୁଇ ଭଉଣୀଙ୍କ ସହ କରିବାକୁ ଲାଗିଲା ଏମିତି କାମ…

ରାଜସ୍ଥାନର ଅଜମେରର ରାମଗଞ୍ଜ ଥାନା କ୍ଷେତ୍ରରୁ ଦୁଇ ଭଉଣୀକୁ ଏକୁଟିଆ ଥିବାର ଦେଖି  ପଡୋଶୀ ଯୁବକ ଦ୍ଵାରା ଛୁରି ଦେଖାଇ ଛେଡ଼ଛାଡ଼ କରିବାର ମାମଲା ସାମନାକୁ ଆସିଛି ।

ଅଜମେର ପୁଲିସ ଏହି ମାମଲାକୁ ଦର୍ଜ କରି ଯାଞ୍ଚ ଆରମ୍ଭ କରି ଦେଇଛି । ଥାନା କ୍ଷେତ୍ରରେ ରହିଥିବା ପୀଡ଼ିତା କହିଲେ କି ତାଙ୍କର ମାତା ପିତା କାମ କରିବାକୁ ଚାଲି ଯାଆନ୍ତି । ଘରେ କେବଳ ସେ ଓ ତାହାର ଭଉଣୀ ରୁହନ୍ତି । ଏହି ସମୟର ସୁଯୋଗ ନେଇ ତାହର ପଡୋଶୀ ଅନିଲ ନାୟକ କାନ୍ଥ ଡେଇଁ ତାଙ୍କ ଘରକୁ ପଶିଗଲା । ସେ ଦୁଇ ଭଉଣୀଙ୍କୁ ଛୁରୀ ଦେଖାଇ ତାଙ୍କ ସହିତ ଖରାପ ବ୍ୟବହାର କରିବାକୁ ଲାଗିଲା ।

ବିରୋଧ କରିବା ଉପରେ ତାଙ୍କ ସହିତ ମାରପିଟ ବି କରିଲା । ଦୁଇ ଭଉଣୀ ବହୁତ କଷ୍ଟରେ ତାହାର ହାତରୁ ଖସି ଘର ବାହାରକୁ ଆସି ନିଜକୁ ବଞ୍ଚାଇଲେ । ପୁଲିସକୁ ଏହି ମାମଲା ବିଷୟରେ କୁହା ଯାଇଛି । ବର୍ତ୍ତମାନ ଥାନାଧିକାରୀ ଗୋମାରାମ କହିଲେ କି ଆରୋପି ଅନିଲ ନାୟକ ବିରୁଦ୍ଧରେ ପୋକ୍ସୋ, ଛେଡ଼ଛାଡ଼, ମାରପୀଟ ସହିତ ଅନ୍ୟ ଧାରା ଗୁଡିକରେ ମକଦମା ଦର୍ଜ କରାଯାଇଛି ଓ ବର୍ତମାନ ଆରୋପିକୁ ଖୋଜା ଚାଲିଛି । ଅନ୍ୟ ପଟେ ଝିଅମାନଙ୍କର ବୟାନ ପରେ ତାଙ୍କର ମେଡିକାଲ ଚେକଅପ ବି ସରି ଯାଇଛି ।

ଏହି ଘଟଣାକୁ ଆମ ସମାଜରେ ନାରୀମାନେ କେତେ ସୁରକ୍ଷିତ ସେସବୁକୁ ଅନେକ ପ୍ରଶ୍ନ ଉଠିଛି । ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।