ସବୁଠାରୁ ମହଙ୍ଗା ଅଟନ୍ତି ବଲିଉଡରେ ଏହି ୫ ଜଣ ଆକ୍ଟ୍ରେସ, କରିନା ତ ଗୋଟିଏ ଫିଲ୍ମ ପାଇଁ ନେଇଥାନ୍ତି ଏତେ କୋଟି

ବଲିଉଡ୍ ଫିଲ୍ମରେ ଯଦି ଅଭିନେତ୍ରୀ ଭଲ ଥାଏ ତେବେ ବକ୍ସ ଅଫିସରେ କୋଟି କୋଟି କୋଟି ଟଙ୍କା ଆୟ କରିଥାଏ । ବଲିଉଡରେ ଅଭିନେତାମାନଙ୍କର ମଧ୍ୟ ସେହି ଫର୍ମୁଲା ଅଟେ । ଯେତେ ଭଲ ହିରୋ ହେବ ଫିଲ୍ମ ସେତେ ଭଲ ଚାଲିବ ଓ ଅଧିକ ଆୟ କରିବ । ଆକ୍ଟ୍ରେସ ହୁଅନ୍ତୁ କି ଆକ୍ଟର ସେମାନେ ଗୋଟିଏ ଫିଲ୍ମ ପାଇଁ ବହୁତ ଅଧିକ ଟଙ୍କା ଚାର୍ଜ କରିଥାନ୍ତି । ଆଜି ଆମେ ଆପଣମାନଙ୍କୁ ଏମିତି ହିଁ କିଛି ଆକ୍ଟ୍ରେସଙ୍କ ବିଷୟରେ କହିବୁ ଯେଉଁମାନେ ଗୋଟିଏ ଫିଲ୍ମ ପାଇଁ ସବୁଠାରୁ ଅଧିକ ଟଙ୍କା ନିଅନ୍ତି ।

୧. ପ୍ରିୟଙ୍କା ଚୋପଡା

ପ୍ରିୟଙ୍କା ଚୋପଡା ବଲିଉଡର ଜଣେ ଫେମସ୍ ଆକ୍ଟ୍ରେସ ଅଟନ୍ତି । ସେ ବଲିଉଡ ସହ ହଲିଉଡ ଫିଲ୍ମ ମଧ୍ୟ କରିଛନ୍ତି । ପ୍ରିୟଙ୍କା ଗୋଟିଏ ଫିଲ୍ମ ପାଇଁ ୧୨ କୋଟି ଟଙ୍କା ନିଅନ୍ତି ।

୨. ଦୀପିକା ପାଦୁକୋନ

 

ବଲିଉଡର ଅଭିନେତ୍ରୀ ଦୀପିକା ପାଦୁକୋନ ବହୁତ ନାମ ଅର୍ଜନ କରିଛନ୍ତି । ସେ ତାଙ୍କ ଜୀବନରେ ବହୁତ କଷ୍ଟ କରି ଏହି ସଫଳତା ପାଇଛନ୍ତି । ଦୀପିକା କେବଳ ବଲିଉଡ୍ ନୁହେଁ ହଲିଉଡ୍ ଫିଲ୍ମ ମଧ୍ୟ କରିଛନ୍ତି । ଦୀପିକା ବଲିଉଡର ଲୋକପ୍ରିୟ ଆକ୍ଟର ରଣବିର ସିଂହଙ୍କ ସହ ବିବାହ କରି ଖୁସିରେ ଜୀବନ ଯାପନ କରୁଛନ୍ତି । ଦୀପିକା ପାଦୁକୋନ ଗୋଟିଏ ଫିଲ୍ମ ପାଇଁ ୧୪ ରୁ ୧୫ କୋଟି ଟଙ୍କା ନେଇଥାନ୍ତି ।

୩. କଟ୍ରିନା କେଫ

କଟ୍ରିନା କେଫ ଲଣ୍ଡନରେ ଜନ୍ମ ଗ୍ରହଣ କରିଥିଲେ । ବଲିଉଡରେ ପାଦ ଦେବା ପରେ କଟ୍ରିନା ବହୁତ ଶୀଘ୍ର ପପୁଲାର ହୋଇ ଯାଇଥିଲେ। କଟ୍ରିନା ଗୋଟିଏ ଫିଲ୍ମ ପାଇଁ ୧୦ କୋଟି ଟଙ୍କା ନିଅନ୍ତି ।

୪. କରିନା କପୁର

ବଲିଉଡରେ ବହୁତ ପୂର୍ବରୁ ପାଦ ଦେଇଥିଲେ କରିନା । ବଲିଉଡର ନାମି ଦାମି ଆକ୍ଟରମାନଙ୍କ ସହ ସେ ଫିଲ୍ମ କରିଛନ୍ତି । ସେ ବଲିଉଡର ଆକ୍ଟର ସେଫ୍ ଅଲି ଖାନଙ୍କୁ ବିବାହ କରିଛନ୍ତି । କରିନା ଗୋଟିଏ ଫିଲ୍ମ ପାଇଁ ନିଅନ୍ତି ୧୧ କୋଟି ଟଙ୍କା ।

୫. ଅନୁଷ୍କା ଶର୍ମା

ବିରାଟ କୋହିଲିଙ୍କ ପତ୍ନୀ ଓ ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ଶର୍ମା ୩ ଖାନଙ୍କ ସହ ଫିଲ୍ମ କରିଛନ୍ତି । ଅନୁସ୍କା ଗୋଟିଏ ଫିଲ୍ମ ପାଇଁ ପାଖାପାଖି ୧୦ କୋଟି ଟଙ୍କା ଚାର୍ଜ କରିଥାନ୍ତି ।