ଏହି କନ୍ନଡ ଫିଲ୍ମ ହିରୋଙ୍କର ଏତେ କମ ବୟସରେ ହେଲା ଦେହାନ୍ତ, ବାଙ୍ଗାଲୋରରେ ନେଲେ ଶେଷ ନିଶ୍ଵାସ

କନ୍ନଡ ଫିଲ୍ମ ଅଭିନେତା ଚିରଞ୍ଜୀବ ସର୍ଜା ଙ୍କର ରବିବାର ଦିନ ହୃତଘାତ କାରଣରୁ ଦେହାନ୍ତ ହୋଇଛି । ସେ ୩୯ ବର୍ଷ ବୟସର ଥିଲେ । ସେ ବାଙ୍ଗାଲୋର ର ଏକ ମେଡିକାଲରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ନିଶ୍ଵାସ ପ୍ରଶ୍ଵାସ ଏବଂ ଛାତିରେ ଯନ୍ତ୍ରଣା ହେବା କାରଣରୁ ଚିରଞ୍ଜୀବଙ୍କୁ ୬ ଜୁନ ଶନିବାର ଦିନ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇ ଥିଲା ଯେଉଁଠାରେ ସେ ଚିକିତ୍ସିତ ହେଉଥିବା ସମୟରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ ।

ତାଙ୍କର ଦେହାନ୍ତ ହେବାର ଖବର ମିଳିବା ପରେ କନ୍ନଡ ଫିଲ୍ମ ଜଗତରେ ଶୋକର ଛାୟା ଖେଳି ଯାଇଛି । ଚିରଞ୍ଜୀବ ସର୍ଜା ୨୦୦୯ ମସିହାରେ ଫିଲ୍ମ ‘ବାୟୁପୁତ୍ର’ ରୁ ନିଜର ଅଭିନୟ ଆରମ୍ଭ କରିଥିଲେ । ସେ ୨୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି । ସେ ସାଉଥ ଫିଲ୍ମ ଷ୍ଟାର ଅର୍ଜୁନ ସର୍ଜାଙ୍କ ପୁତୁରା ଏବଂ ଆକ୍ସନ ଅଭିନେତା ରାଜକୁମାର ଧୃବ ସର୍ଜାଙ୍କ ଭାଇ ଅଟନ୍ତି ।

ଚିରଞ୍ଜୀବ ନିଜର ଅଭିନୟ ଦ୍ଵାରା ବହୁତ ଲୋକପ୍ରିୟତା ମଧ୍ୟ ହାସଲ କରି ଥିଲେ । ତାଙ୍କ ଅଭିନୟ ବହୁତ ଭଲ ଥିଲା । ସେ ବହୁତ କମ ଦିନରେ ବହୁତ ଲୋକପ୍ରିୟ ହୋଇଯାଇ ଥିଲେ । ତାଙ୍କର ହଠାତ ଏମିତି ଦେହାନ୍ତ ପରେ କନ୍ନଡ ଫିଲ୍ମ ଜଗତରେ ଶୋକର ଛାୟା ଖେଳି ଯାଇଛି ।

ତେଲଗୁ ଫିଲ୍ମ ଅଭିନେତା ଅଲ୍ଲୁ ସିରିଶ ମଧ୍ୟ ଚିରଞ୍ଜୀବ ସିର୍ଜାଙ୍କ ଦେହାନ୍ତ ପରେ ଶୋକ ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି କି କନ୍ନଡ ଅଭିନେତା ଚିରଞ୍ଜୀବ ସିର୍ଜାଙ୍କ ହଠାତ ଦେହାନ୍ତ ହେବାର ଖବର ମତେ ଆଶ୍ଚର୍ଯ୍ୟ କରି ଦେଇଛି । ତାଙ୍କୁ ମାତ୍ର ୩୯ ବର୍ଷ ହୋଇଥିଲା । ଚିରଞ୍ଜୀବ ସିର୍ଜାଙ୍କ ପରିବାର ସହିତ ମୋର ସମବେଦନା ଅଛି । ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ।