ଓଲିଉଡ ର ସୁପର ଷ୍ଟାର Babusan Mohanty ଙ୍କ ସମ୍ପତ୍ତି କେତେ ଜାଣି ଆପଣ ଆଶ୍ଚର୍ଯ୍ୟ ହେଇ ଯିବେ

ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ସବୁଠୁ ପପୁଳାର ଅଭିନେତା ବାବୁଶାନ ମହାନ୍ତିଙ୍କୁ ଆପଣ ସମସ୍ତେ ଜାଣିଛନ୍ତି । କିନ୍ତୁ ତାଙ୍କର ଅସଲ ନାମ ତନ୍ମୟ ମହାନ୍ତି ଅଟେ ଓ ସେ ବର୍ତ୍ତମାନ ୩୦ ବର୍ଷର ହୋଇ ଯାଇଛନ୍ତି । କିନ୍ତୁ ଓଡିଶାର ଲୋକମାନେ ତାଙ୍କୁ ବାବୁଶାନ ମହାନ୍ତି ନାଁରେ ଜାଣିଛନ୍ତି । ତାଙ୍କର ପିତାଙ୍କ ନାମ ଉତ୍ତମ ମହାନ୍ତି ଓ ମାତାଙ୍କ ନାମ ଅପରାଜିତା ମହାନ୍ତି । ସ୍ତ୍ରୀ ଙ୍କ ନାଁ ହେଉଛି ତୃପ୍ତି ଶତପଥୀ । ଆଜି ଆମେ ଆପଣଙ୍କୁ ତାଙ୍କର ପର୍ସନାଳ ଲାଇଫ, ତାଙ୍କର ଘର, ଗାଡି, ତାଙ୍କର ସମ୍ପତ୍ତି ବିଷୟରେ କହିବୁ ।

କହିଦେଉଛୁ କି ବାବୁଶାନ ମହାନ୍ତିଙ୍କ ବାପା ଉତ୍ତମ ମହାନ୍ତି ଜଣେ ସୁପରଷ୍ଟାର ହୋଇଥିଲେ ମଧ୍ୟ ହର ପଟ୍ଟନାୟକ ତାଙ୍କୁ ଓଡିଆ ଇଣ୍ଡଷ୍ଟ୍ରିକୁ ଆଣିଥିଲେ । ବାବୁଶାନ ମହାନ୍ତିଙ୍କ ପ୍ରଥମ ଫିଲ୍ମର ନାଁ ଥିଲା ‘ରୋମିଓ ଦ ଲଭର ବୟ’ । ସେ ଏହି ଫିଲ୍ମରେ ମୁଖ୍ୟ ଅଭିନେତା ରୂପରେ ଅଭିନୟ କରି ୨୦୦୯ରେ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ରଖିଥିଲେ ।

୨୦୦୯ ରୁ ୨୦୨୧ ପର୍ଯ୍ୟନ୍ତ ସେ ମୋଟ ୩୭ଟି ଫିଲ୍ମରେ କାମ କରି ସାରିଛନ୍ତି । ଏହା ସହିତ ତାଙ୍କର ଆସନ୍ତା ଫିଲ୍ମର ନାଁ ହେଉଛି ବିଦ୍ୟାରଣ । ଯେଉଁଥିପାଇଁ ସେ ବହୁତ ଚର୍ଚାରେ ମଧ୍ୟ ଅଛନ୍ତି । ସେ କେବଳ ଅଭିନୟ କରନ୍ତି ନାହିଁ ଏହା ଛଡା ସେ ଜଣେ ଭଲ ଗାୟକ ମଧ୍ୟ ଅଟନ୍ତି ।

ଯଦି ତାଙ୍କର ବିବାହିତ ଜୀବନ ବିଷୟରେ କହିବା ତେବେ ସେ ୬ ଜୁଲାଇ ୨୦୧୪ରେ ନିଜର ପିଲାଦିନର ବନ୍ଧୁ ଓ ପ୍ରେମିକା ତୃପ୍ତି ଶତପଥିଙ୍କୁ ବିବାହ କରିଥିଲେ । ଏମାନେ ଦୁଇ ଜଣ ଡ଼ିଏଭି ପବ୍ଲିକ ସ୍କୁଲରେ ସପ୍ତମ ଶ୍ରେଣୀରେ ପରସ୍ପର ସହ ଦେଖା ହୋଇଥିଲେ । ଏହା ପରେ ଦୁଇ ଜଣ ଭଲ ବନ୍ଧୁ ହେଲେ ଓ ଧୀରେ ଧୀରେ ଦୁଇ ଜଣ ପରସ୍ପରର ପ୍ରେମରେ ପଡି ଯାଇଥିଲେ । ଯଦି ତାଙ୍କର ସମ୍ପତ୍ତି ବିଷୟରେ କହିବା ତେବେ ବାବୁଶାନ ମହାନ୍ତିଙ୍କ ପାଖରେ ଗୋଟିଏ ୬୦ ଲକ୍ଷ ଟଙ୍କାର ଅଡୀ କାର ଅଛି ।

ଏହା ସହିତ ୧୭ ଲକ୍ଷ ଟଙ୍କାର ଗୋଟିଏ ବାଇକ ବି ଅଛି । ବାବୁଶାନ ମହାନ୍ତିଙ୍କ ମୋଟ ସମ୍ପତ୍ତି ୪୦ କୋଟି ଟଙ୍କା ଅଟେ । କହିଦେଉଛୁ କି ବାବୁଶାନ ମହାନ୍ତି ଗୋଟିଏ ଫିଲ୍ମ ପାଇଁ ୩୦ ରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିମାଣ୍ଡ କରିଥାନ୍ତି ଓ ଗୋଟିଏ ଗୀତ ପାଇଁ ସେ ୩ ରୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିମାଣ୍ଡ କରିଥାନ୍ତି ।

ଏହା ସହିତ ଆପଣମାନେ ତାଙ୍କୁ କେତେକ ବିଜ୍ଞାପନରେ ବି ଦେଖିଥିବେ ଓ ସେ ଗୋଟିଏ ବିଜ୍ଞାପନ ପାଇଁ ୫ ରୁ ୧୦ ଲକ୍ଷ ଟଙ୍କା ଡିମାଣ୍ଡ କରିଥାନ୍ତି । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ