ସାମ୍ନାକୁ ଆସିଲା ଶାହିଦ କପୁର ଓ ମୀରା ରାଜପୁତଙ୍କ ବିବାହର କିଛି ଖାସ ଫଟୋ, ଦେଖନ୍ତୁ

ଶାହିଦ କପୁର ଇଣ୍ଡଷ୍ଟ୍ରିର ଏକ ଏମିତି କଳାକାର ଅଟନ୍ତି ଯିଏକି ନିଜର ଭଲ ଅଭିନୟ ଓ ଡ୍ୟାନ୍ସ ପାଇଁ ଜଣା ଯାଆନ୍ତି । ଏହା ଛଡା ଶାହିଦ କପୁର ବଲୀଉଡର ଏକ ଏମତି ବର୍ସଟାଇଲ ଅଭିନେତା ଅଟନ୍ତି ଯାହାଙ୍କୁ ସବୁ ବୟସର ଦର୍ଶକମାନେ ପସନ୍ଦ କରିଥାନ୍ତି । ସେ ରୋମାଣ୍ଟିକ ରୋଲ ଠାରୁ ନେଇ ସିରିୟସ ରୋଲ ପର୍ଯ୍ୟନ୍ତ ସବୁ ରୋଲକୁ ବହୁତ ଭଲ ଭାବରେ କରନ୍ତି । କହିଦେଉଛୁ କି ଶାହିଦ କପୁର ୭ ଜୁଲାଇ ୨୦୧୫ରେ ମୀରା ରାଜପୁତଙ୍କ ସହ ବିବାହ କରିଥିଲେ । ଶାହିଦ ଓ ମୀରାଙ୍କର ଦୁଇଟି ସନ୍ତାନ ଅଛନ୍ତି ଯାହାଙ୍କର ନାମ ମିଶା ଓ ଜୈନ କପୁର ଅଟେ ।

Image courtesy: Google

ଆପଣଙ୍କୁ କହିଦେଉଛୁ କି ଶାହିଦ ମୀରାଙ୍କ ଠାରୁ ୧୩ ବର୍ଷ ବଡ ଅଟନ୍ତି । ଏମିତିରେ ବର୍ତ୍ତମାନ ସୋସିଆଲ ମିଡିଆରେ ଶାହିଦ ଓ ମୀରାଙ୍କର ବାହାଘରର କିଛି  ଫଟୋ ଭାଇରାଲ ହେଉଛି, ଯାହାକୁ ଫ୍ୟାନମାନେ ବହୁତ ପସନ୍ଦ ବି କରୁଛନ୍ତି ।

Image courtesy: Google

ଭାଇରାଲ ହେଉଥିବା ଫଟୋରେ ଶାହିଦ ନିଜ ବିବାହର କିଛି ପରମ୍ପରାକୁ ବହୁତ ଏନଜୟ କରୁଥିବାର ନଜର ଆସୁଛନ୍ତି । ଏହି ଫଟୋରେ ଆପଣଙ୍କୁ ଶାହିଦ ଓ ମୀରାଙ୍କର ସଙ୍ଗୀତ ସେରିମନୀର କିଛି ଫଟୋ ବି ଦେଖିବାକୁ ମିଳିଯିବ । ସଙ୍ଗୀତ ସେରିମନୀରେ ଶାହିଦ ରେଡ କୁର୍ତା ଉପରେ ମେରୁନ ଜ୍ୟାକେଟ ପିନ୍ଧି ଥିଲେ ଅନ୍ୟ ପଟେ ମୀରା ହଳଦିଆ ଲେହଙ୍ଗାରେ ବହୁତ ସୁନ୍ଦର ଦେଖା ଯାଉଥିଲେ । ସଙ୍ଗୀତ ସେରିମନୀରେ ଡ୍ୟାନ୍ସ କରିବା ସମୟରେ ଏହି ଦମ୍ପତି ବହୁତ ସୁନ୍ଦର ଲାଗୁଥିଲେ ।

Image courtesy: Google

କିଛି ଦିନ ପୂର୍ବେ ଶାହିଦ ନିଜର ପର୍ସନାଲ ଲାଇଫକୁ ନେଇ ବହୁତ କିଛି କହିଥିଲେ । ଏହି ସମୟରେ ମୀରା ରାଜପୁତଙ୍କ ସହ ନିଜର ପ୍ରଥମ ସାକ୍ଷାତ ବିଷୟରେ ସେ କହିଲେ କି ପ୍ରଥମ ସାକ୍ଷାତରେ ସେମାନେ ପାଖାପାଖି ୭ ଘଣ୍ଟା ପର୍ଯ୍ୟନ୍ତ ପରସ୍ପର ସହିତ କଥା ହୋଇଥିଲେ । ଏହା ପରେ ଶାହିଦ କହିଲେ କି ସେ ଯେତେବେଳେ ପ୍ରଥମ ଥର ପାଇଁ ମୀରାଙ୍କୁ ଦେଖିଲେ ତେବେ ତାଙ୍କ ମନରେ ସର୍ବ ପ୍ରଥମେ ଏହା ଆସିଥିଲା କି ବୋଧେ ସେ ଓ ମୀରା ପରସ୍ପର ସହିତ ଗୋଟିଏ ରୁମରେ ୧୫ ମିନିଟରୁ ଅଧିକ ସମୟ ରହି ପାରିବେ ନାହିଁ ।

Image courtesy: Google

ଅନ୍ୟ ପଟେ ମୀରା ବି ଶାହିଦଙ୍କ ସହିତ ନିଜର ପ୍ରଥମ ସାକ୍ଷାତକୁ ନେଇ କିଛି କହିଥିଲେ । ମୀରା କହିଲେ କି ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡିତ ଥିବା କାରଣରୁ ଆମର କଥାବାର୍ତ୍ତା ଫିଲ୍ମକୁ ନେଇ ହିଁ ଆରମ୍ଭ ହୋଇଥିଲା । ଏହା ଛଡା ମୀରାଙ୍କୁ ଫିଲ୍ମ ବହୁତ ଭଲ ଲାଗେ । ଆରେଞ୍ଜ ମ୍ୟାରେଜ ହେବା ସତ୍ତ୍ୱେ ବି ଦୁଇ ଜଣଙ୍କ ମଧ୍ୟରେ ବହୁତ ଭଲ ପାଇବା ଦେଖାଯାଏ ।

Image courtesy: Google

 

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।