ଓଡିଶାର ଲୋକପ୍ରିୟ ଅଭିନେତା Arindam ଙ୍କୁ ନେଇ ଆସିଲା ବଡ ଦୁଃଖ ଖବର

ବନ୍ଧୁଗଣ, ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଆପଣଙ୍କ ପ୍ରିୟ ଅଭିନେତା ଅରିନ୍ଦମ ରୟଙ୍କୁ ନେଇ ଏକ ବଡ ଦୁଃଖଦ ଖବର ଶୁଣିବାକୁ ମିଳିଛି । ସୁପରଷ୍ଟାର ଅରିନ୍ଦମ ବର୍ତ୍ତମାନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅରିନ୍ଦମଙ୍କ ଗୋଡ ଫ୍ରାକ୍ଚର ହେବା ଯୋଗୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଓଡିଆ ଚଳଚିତ୍ର ଜଗତରେ ବେଶ ନାମ କମାଇଛନ୍ତି ଅରିନ୍ଦମ । ତାଙ୍କ ଅଭିନୟକୁ ଦର୍ଶକ ମାନେ ଖୁବ ପସନ୍ଦ କରନ୍ତି । ଅରିନ୍ଦମ ଓଡିଆ ସିନେମାର ଆକ୍ସନ ଷ୍ଟାର ଭାବେ ପରିଚିତ ।

ତାଙ୍କ ଦ୍ଵାରା ଅଭିନୀତ କିଛି ଫିଲ୍ମକୁ ଲୋକମାନେ ପସନ୍ଦ କରିଛନ୍ତି ଓ କିଛି ଫିଲ୍ମକୁ ନାପସନ୍ଦ ମଧ୍ୟ କରିଛନ୍ତି । ଓଡିଆ ଫିଲ୍ମ ବ୍ଯତୀତ ଅରିନ୍ଦମ ତାମିଲ ଏବଂ ବଙ୍ଗାଳୀ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ୨୦୦୬ ରୁ ଫିଲ୍ମ ‘ପ୍ରେମ ଋତୁ ଆସିଲାରେ’ ମାଧ୍ୟମରେ ସେ ଓଡିଆ ଫିଲ୍ମରେ ଡେବ୍ୟୁ କରିଥିଲେ । ଫିଲ୍ମଟି ବ୍ଲକବଷ୍ଟର ହୋଇଥିଲା । ଆଉ ତା ପରେ କେବେ ମଧ୍ୟ ପଛକୁ ଫେରି ଦେଖି ନାହାନ୍ତି ଅରିନ୍ଦମ । ଗୋଟିଏ ପରେ ଗୋଟିଏ ହିଟ ଫିଲ୍ମ ଦେଇ ଦର୍ଶକଙ୍କ ମନରେ ଜାଗା ବଣାଇ ନେଇଥିଲେ ଅରିନ୍ଦମ ।

ତାଙ୍କର ଫ୍ୟାନ ଫୋଲୋଇଙ୍ଗ ମଧ୍ୟ ବହୁତ ଅଧିକ ଅଟେ । ଖାସ କରି ଯୁବା ଯୁବତୀ ଶ୍ରେଣୀୟ ପିଲା ତାଙ୍କର ଅଧିକ ଫ୍ୟାନ ଅଟନ୍ତି । ତେବେ ଗୋଡ ଫ୍ରାକ୍ଚର ହେବାରୁ ହସ୍ପିଟାଲରେ ଭର୍ତ୍ତି ହେବା କଥା ଅରିନ୍ଦମ ନିଜେ ତାଙ୍କ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ-ରେ ପୋଷ୍ଟ କରି ତାଙ୍କ ପ୍ରଶଂସକ ମାନଙ୍କୁ ଜଣାଇଛନ୍ତି । ଏହାପରେ ଆଉ ଏକ ଫଟୋ ପୋଷ୍ଟ କରି ସେ ଭଲ ହୋଇଗଲେଣି ବୋଲି ମଧ୍ୟ ପୋଷ୍ଟ କରିଥିଲେ । ସେହି ପୋଷ୍ଟର କ୍ୟାପସନରେ ସେ ‘ୱେଲ ଡନ୍’ ବୋଲି ଲେଖିଛନ୍ତି ।

ଏଥିରୁ ଜଣାପଡୁଛି ଯେ ଅରିନ୍ଦମ ସୁସ୍ଥ ହୋଇ ଆସିଲେଣି । ତେବେ ଆମେ ପ୍ରଭୁ ଜଗନ୍ନାଥଙ୍କ ପାଖେ ଅରିନ୍ଦମ ଶୀଘ୍ର ସୁସ୍ଥ ହୋଇଯାନ୍ତୁ ବୋଲି ପ୍ରାର୍ଥନା କରୁଛୁ । ଆଉ ସୁସ୍ଥ ହୋଇ ଦର୍ଶକଙ୍କୁ ପୂର୍ବ ପରି ସୁନ୍ଦର ସୁନ୍ଦର ଫିଲ୍ମ ଭେଟି ଦିଅନ୍ତୁ । ଆପଣଙ୍କୁ ଅରିନ୍ଦମଙ୍କ କେଉଁ ଫିଲ୍ମ ସବୁଠୁ ବେଶୀ ଭଲ ଲାଗେ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଓଲିଉଡ ର ଏହିପରି ଅପଡେଟ ପାଇବ ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।