ଥରେ ନୁହେଁ ବରଂ 5 ଥର ବିବାହ ବାହାଘର ଅଧାରୁ ଫେରାର ହେଇ ସାରିଛନ୍ତି Katrina Kaif ! ଦେଖନ୍ତୁ ସେହି ଧୋକା ଖାଇଥିବା ଦୁହ୍ଳାଙ୍କ ଲିଷ୍ଟ

ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ କ୍ଯାଟ୍ରିନା କେଫ ଅନେକ ଫିଲ୍ମରେ କାମ କରି ଦର୍ଶକଙ୍କ ମନ ଜିଣିବା ସହ ତାଙ୍କର ଅଧିକାଂଶ ଫିଲ୍ମ ବକ୍ସ ଅଫିସରେ ମଧ୍ୟ ସଫଳ ସାବିତ ହୋଇଛି । ନିଜ ଅଭିନୟ ସହ ସୁନ୍ଦରତାର ଜାଦୁରେ ଅଗଣିତ ଦର୍ଶକଙ୍କ ମନରେ ସେ ଘର କରିଛନ୍ତି । ବର୍ତ୍ତମାନ ସମୟରେ ସାରା ଦୁନିଆରେ ତାଙ୍କ ଫ୍ୟାନ-ଫଲୋଇ॰ ରହିଛନ୍ତି । ଆଜି ଭାରତରେ ସବୁଠୁ ଅଧିକ ବେତନ ନେଉଥିବା ଅଭିନେତ୍ରୀଙ୍କ ତାଲିକାରେ ମଧ୍ୟ କ୍ଯାଟ୍ରିନାଙ୍କ ନାମ ସାମିଲ ରହିଛି ।

ସମସ୍ତେ ତାଙ୍କ ଲୁକ୍ ର ଦିୱାନା ଅଟନ୍ତି । କ୍ଯାଟ୍ରିନା କାମ କରିଥିବା ଶାନଦାର ଫିଲ୍ମଗୁଡିକ ମଧ୍ୟରୁ ନମସ୍ତେ ଲଣ୍ଡନ, ପାର୍ଟନର, ୱେଲକମ, ରେସ୍, ଅଜବ ପ୍ରେମ କି ଗଜବ କାହାନୀ ଭଳି ପ୍ରମୁଖ ଫିଲ୍ମ ସାମିଲ ରହିଛି । କ୍ଯାଟ୍ରିନା ନିଜ କ୍ଯାରିୟର ମଧ୍ୟରେ ଅନେକ ଫିଲ୍ମରେ କାମ କରି ସାରିଥିବା ବେଳେ ଅନେକ ସମୟରେ ତାଙ୍କୁ ଫିଲ୍ମରେ ଦୁହ୍ଲନ ଚରିତ୍ରରେ ମଧ୍ୟ ଦେଖିବାକୁ ମିଳିଛି । ଆପଣ ଟିକେ ଧ୍ୟାନ ଦେଲେ ଜାଣିପାରିବେ କି କ୍ଯାଟ୍ରିନା ନିଜର କେତେକ ଫିଲ୍ମରେ ସବୁବେଳେ ମଣ୍ଡପରୁ ହିଁ ଭାଗି ଯାଇଛନ୍ତି ।

ଏହିଭଳି ଅନେକ ଫିଲ୍ମ ରହିଛି ଯେଉଁଥିରେ କ୍ଯାଟ୍ରିନା କେଫଙ୍କୁ ଦୁହ୍ଲନ ଭୂମିକାରେ ଦେଖିବାକୁ ମିଳିଛି, ଆଉ ସେଥିରେ ସେ ଦୁହ୍ଳାକୁ ଛାଡି ମଣ୍ଡପରୁ ହିଁ ଭାଗି ଯାଉଛନ୍ତି । ଆପଣ କ୍ଯାଟ୍ରିନା ଓ ଅକ୍ଷୟ କୁମାରଙ୍କ ଫିଲ୍ମ ‘ନମସ୍ତେ ଲଣ୍ଡନ’ ନିଶ୍ଚୟ ଦେଖିଥିବେ । ଏହି ଫିଲ୍ମରେ କ୍ଯାଟ୍ରିନା ଜଣେ ଭଗୋଡି ଦୁହ୍ଲନ ଭୂମିକାରେ ଅଭିନୟ କରିଥିଲେ । ଯେଉଁଥିରେ ସେ ଦୁହ୍ଳାଙ୍କୁ ଛାଡି ବିଦେଶ ଫେରାର ହୋଇ ଯାଉଛନ୍ତି । କିନ୍ତୁ ପରେ ସେ ଫେରିଆସି ଅକ୍ଷୟଙ୍କୁ ବିବାହ କରୁଛନ୍ତି ।

ଫିଲ୍ମ ପାର୍ଟନର ରେ ସଲମାନ ଖାନ ଜଣେ ଲଭଗୁରୁ ଭୂମିକାରେ ଅଭିନୟ କରିବା ସହ ଗୋବିନ୍ଦା ଓ କ୍ଯାଟ୍ରିନାଙ୍କ ପ୍ରେମ କାହାଣୀକୁ ଯୋଡିବାରେ ସଫଳ ହେଉଛନ୍ତି । କିନ୍ତୁ କ୍ଯାଟ୍ରିନାଙ୍କ ପିତା ଧନୀ ଘରର ପୁଅ ସହ ତାଙ୍କ ବିବାହ ଠିକ୍ କରି ଦେଉଛନ୍ତି । ଯାହାଫଳରେ କ୍ଯାଟ୍ରିନାଙ୍କୁ ତାଙ୍କ ବିବାହାରୁ ଫେରାର କରିବା ପାଇଁ ଗୋବିନ୍ଦା, ସଲମାନ ଖାନ ଓ ଲାରା ଦତ୍ତା ସେଠାରେ ପହଞ୍ଚି ଯାଉଛନ୍ତି, ଆଉ ସଫଳ ମଧ୍ୟ ହେଉଛନ୍ତି ।

ସଲମାନ ଓ କ୍ଯାଟ୍ରିନାଙ୍କ ଲୋକପ୍ରିୟ ଫିଲ୍ମ ‘ମୈନେ ପୟାର କିୟା’ ରେ କ୍ଯାଟ୍ରିନା ସଲମାନଙ୍କ ଗାର୍ଲଫ୍ରେଣ୍ଡ ଭୂମିକାରେ ଅଭିନୟ କରିଥିଲେ । କିନ୍ତୁ ଫିଲ୍ମର ଶେଷ ବେଳକୁ କ୍ଯାଟ୍ରିନା ବିବାହ ଏଗ୍ରିମେଣ୍ଟ ଭାଙ୍ଗି ଦେଇଥିବାର ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ପରେ ସଲମାନ ଓ କ୍ଯାଟ୍ରିନାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଚାଲିଥିବା କଥା ମଧ୍ୟ ଖୁବ ଚର୍ଚ୍ଚା ହେଉଥିଲା ।

ସେହିପରି ଫିଲ୍ମ ଅଜବ ପ୍ରେମ କି ଗଜବ କାହାନି ରେ ମଧ୍ୟ କ୍ଯାଟ୍ରିନା ନିଜ ପ୍ରେମିକଙ୍କୁ ବିବାହ କରିବାକୁ ଯିବାବେଳେ ନିଜ ପୁରୁଣା ପ୍ରେମିକଙ୍କ ପ୍ରତି ତାଙ୍କ ହୃଦୟ ଆଉ ଥରେ ଧଡକିବାକୁ ଲାଗୁଛି । ତେଣୁ ସେ ଫିଲ୍ମ ଶେଷରେ ବିବାହ ଭାଙ୍ଗି ରଣବୀର କପୁରଙ୍କ ସହ ବିବାହ କରୁଛନ୍ତି ।

‘ସିଙ୍ଗ ଇଜ୍ କିଙ୍ଗ୍’ ଫିଲ୍ମରେ କ୍ଯାଟ୍ରିନା ଜଣେ ଏପରି ଦୁହ୍ଲନର ଭୂମିକାରେ ଅଭିନୟ କରୁଛନ୍ତି ଯିଏ ନିଜର ବିବାହ ମଣ୍ଡପରୁ ଫେରାର ହୋଇ ଯାଉଛନ୍ତି । ପ୍ରଥମେ କ୍ଯାଟ୍ରିନାଙ୍କ ବିବାହ ତାଙ୍କ ମଙ୍ଗେତର ରଣବୀର ଶୋରୀଙ୍କ ସହ ହେବାକୁ ଯାଉଥିବା ବେଳେ ସେ ତାଙ୍କୁ ଛାଡି ପରେ ଅକ୍ଷୟ କୁମାରଙ୍କ ସହ ବିବାହ କରି ନେଉଛନ୍ତି ।