ନୂଆବୋହୁ ସିରିଏଲ ଛାଡିବା ପରେ ଏବେ କେମିତି ଅଛନ୍ତି ସୁମି ଅପା (Monalisa)

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତରଙ୍ଗ ଟିଭି ଚ୍ୟାନେଲ ରେ ପ୍ରସାରିତ ହେଉଥିବା ନୂଆବୋହୁ ଧାରାବାହିକ ତ ନିଶ୍ଚିତ ଭାବରେ ଦେଖୁଥିବେ । ଯଦି ଆପଣ ମାନେ ସେହି ସିରିଆଲ ଦେଖୁଥିବେ ତେବେ ସେଥିରେ ସୁମୀ ନାମକ ଚରିତ୍ର କୁ ମଧ୍ୟ ନିଶ୍ଚିତ ଭାବରେ ଦେଖିଥିବେ । ସୁମୀ ନୂଆବୋହୁ ଧାରାବାହିକ ରେ ନାୟକ ସାତ୍ତ୍ଵିକ ଙ୍କ ଭଉଣୀ ଙ୍କ ଭୂମିକା ରେ ଅଭିନୟ କରିଥିଲେ । ତାଙ୍କୁ ଦର୍ଶକ ମାନେ ବହୁତ ପସନ୍ଦ କରିଥିଲେ ଏବଂ ତାଙ୍କର ଅଭିନୟ କୁ ମଧ୍ୟ ଖୁବ ପ୍ରଶଂସା କରିଥିଲେ ।

ଏହି ଅଭିନେତ୍ରୀ ଙ୍କୁ ବର୍ତ୍ତମାନ ନୂଆବୋହୁ ଧାରାବାହିକ ରେ ଦେଖିବାକୁ ମିଳୁନାହିଁ । ସେ ଏହି ଧାରାବାହିକ କୁ ଛାଡ଼ି ଦେଇଛନ୍ତି । ତେବେ ଧାରାବାହିକ ରେ ଅଭିନୟ କରିବା ଛାଡ଼ିବା ପରେ ବର୍ତ୍ତମାନ ଏହି ଅଭିନେତ୍ରୀ କଣ କରୁଛନ୍ତି ଏବଂ କିପରି ଅଛନ୍ତି କଣ ଆପଣ ମାନେ ଜାଣିଛନ୍ତି? ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଅଭିନେତ୍ରୀ ଙ୍କ ସମ୍ବନ୍ଧରେ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ଵିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ତରଙ୍ଗ ଟିଭି ଚ୍ୟାନେଲ ରେ ପ୍ରସାରିତ ଧାରାବାହିକ ର ସୁମୀ ଅପା ଙ୍କ ପ୍ରକୃତ ନାମ ହେଉଛି, ମୋନାଲିସା । ଏହି ଅଭିନେତ୍ରୀ କେନ୍ଦ୍ରାପଡ଼ା ର ଅଧିବାସୀ ଅଟନ୍ତି । କିନ୍ତୁ ବର୍ତ୍ତମାନ ସେ ଭୁବନେଶ୍ବର ରେ ରହୁଛନ୍ତି । ଏହି ଅଭିନେତ୍ରୀ ନିଜର ଅଭିନୟ ପ୍ରଦର୍ଶନ ଦ୍ୱାରା ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଏବଂ ବେଶ ଲୋକପ୍ରିୟତା ଏବଂ ପ୍ରସିଦ୍ଧି ଲାଭ କରିଛନ୍ତି ।
ତେବେ ଆଗାମୀ ଦିନରେ ମୋନାଲିସା ଙ୍କ ଏକ ନୂତନ ଧାରାବାହିକ ପ୍ରସାରିତ ହେବାକୁ ଯାଉଛି ।

ତେବେ ସେହି ଧାରାବାହିକ ରେ ଆପଣ ଏହି ଅଭିନେତ୍ରୀ ଙ୍କୁ ଅଭିନୟ କରୁଥିବାର ଦେଖିବାକୁ ପାଇବେ । ଖବର ଅନୁସାରେ ଶୁଣିବାକୁ ମିଳୁଛି ଯେ ଏହି ଅଭିନେତ୍ରୀ ଏକ ମ୍ୟୁସିକ ଭିଡିଓ ରେ ମଧ୍ୟ ନଜର ରେ ଆସିବେ । ସେଥିପାଇଁ ସେ ବର୍ତ୍ତମାନ ବହୁତ ବ୍ୟସ୍ତ ରେ ଅଛନ୍ତି । ମଞ୍ଜରୀ ଟିଭି ରେ ପ୍ରସାରିତ ହେବାକୁ ଥିବା ଧାରାବାହିକ ଏବଂ ସେହି ମ୍ୟୁସିକ ଭିଡିଓ ର ସୁଟିଂ ରେ ବ୍ୟସ୍ତ ଅଛନ୍ତି ମୋନାଲିସା ।

ଅଭିନେତ୍ରୀ ମୋନାଲିସା ଏକ ଗାଉଁଲି ଏବଂ ମଫସଲ ଏରିଆ କୁ ଯାଇ ସେଠାରେ ନିଜର ମ୍ୟୁସିକ ଭିଡ଼ିଓ ର ସୁ-ଟିଂ କରିଛନ୍ତି ଏବଂ ସେହି ଫଟୋ କୁ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ରେ ସେୟାର ମଧ୍ୟ କରିଛନ୍ତି । ଯାହା ବର୍ତ୍ତମାନ ସୋସିଆଲ ମିଡିଆ ରେ ଖୁବ ମାତ୍ରା ରେ ଭାଇରାଲ ହେଉଛି ।

ତେବେ ନୂଆବୋହୁ ଧାରାବାହିକ ରେ ସୁମୀ ଙ୍କୁ ଯେପରି ଭାବରେ ଦର୍ଶକ ମାନେ ଆପଣାଇ ଥିଲେ ସେହିପରି ଭାବରେ ଆଗାମୀ ଧାରାବାହିକ ଏବଂ ଏହି ମ୍ୟୁସିକ ଭିଡିଓ ରେ ମଧ୍ୟ ଦର୍ଶକ ମାନେ ସେତିକି ମାତ୍ରା ରେ ଭଲ ପାଇବା ଦେବେ ବୋଲି ଆଶା କରିଛନ୍ତି ଅଭିନେତ୍ରୀ ମୋନାଲିସା ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।