ଡିଭୋର୍ସ ପରେ ଏକୁଟିଆ ହିଁ ଜୀବନର ସବୁ ମଜା ନେଉଛନ୍ତି TV ଇଣ୍ଡଷ୍ଟ୍ରି ର ଏହି 5 ଜଣ ଫେମସ ହିରୋଇନ, ନମ୍ବର 1 ଓ 3 ଙ୍କର ତ 2-2 ଥର ହେଇ ସାରିଛି ଡିଭୋର୍ସ

ବଲିଉଡ ଓ ଟିଭି ଇଣ୍ଡଷ୍ଟ୍ରି ରୁ ଆଫେୟାର୍ ଓ ବ୍ରେକ୍ ଅଫ୍ ର ଖବର ସବୁବେଳେ ଶୁଣିବାକୁ ମିଳିଥାଏ । ଟିଭି ଇଣ୍ଡଷ୍ଟ୍ରି ର କେତେ ଏପରି ଅଭିନେତ୍ରୀ ଅଛନ୍ତି ଯେଉଁମାନଙ୍କ ଛାଡ଼ପତ୍ର ହୋଇ ଯାଇଛି ଓ ସେମାନେ ଛାଡ଼ପତ୍ର ପରେ ମଧ୍ୟ ଏକାକୀ ଖୁସିରେ ଜୀବନ କାଟୁଛନ୍ତି । ଆଉ ପ୍ରମାଣ କରି ଦେଇଛନ୍ତି କି ଜଣେ ନାରୀକୁ ଖୁସିରେ ଜୀବନ ଅତିବାହିତ କରିବା ପାଇଁ ବାରମ୍ବାର ବିବାହ କରିବା ଜରୁରୀ ନୁହେଁ । ଆତ୍ମନିର୍ଭରଶୀଳ ହେବା ହେଉଛି ଜୀବନର ସବୁଠୁ ବଡ଼ ସଫଳତା ।

ଶ୍ୱେତା ତିୱାରୀ- ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀ ୧୯୯୮ ମସିହାରେ ରାଜା ଚୌଧୁରୀ ଙ୍କୁ ବିବାହ କରିଥିଲେ । କିନ୍ତୁ ୨୦୧୨ ମସିହାରେ ତାଙ୍କ ବିବାହ ଭାଙ୍ଗି ଯାଇଥିଲା । ଏହାପରେ ସେ ଅଭିନବ କୋହଲି ଙ୍କୁ ବିବାହ କରିଥିଲେ । କିନ୍ତୁ ଦ୍ଵିତୀୟ ବିବାହରେ ମଧ୍ୟ ତାଙ୍କୁ ଖୁସି ମିଳି ପାରି ନ ଥିଲା ଓ ଏହା ମଧ୍ୟ ଭାଙ୍ଗି ଯାଇଥିଲା । ତା ପରଠୁ ଶ୍ୱେତା ତିୱାରୀ ନିଜ କ୍ୟାରିଅର ଉପରେ ଧ୍ୟାନ ଦେଇ ଏକାକୀ ଖୁସିରେ ଜୀବନ କାଟୁଛନ୍ତି ।

ଜେନିଫର ୱିଙ୍ଗେଟ୍- ଟିଭିର ଲୋକପ୍ରିୟ ଅଭିନେତ୍ରୀ ଜେନିଫର ୱିଙ୍ଗେଟ୍ ୨୦୧୨ ମସିହାରେ ଲୋକପ୍ରିୟ ଅଭିନେତା କରନ୍ ସିଂ ଗ୍ରୋଭର ଙ୍କୁ ବିବାହ କରିଥିଲେ । କିନ୍ତୁ ତାଙ୍କ ବିବାହ ମାତ୍ର ୨ ବର୍ଷ ରେ ହିଁ ଭାଙ୍ଗି ଯାଇଥିଲା ।

ଏହା ପରେ କରନ୍ ସିଂ ଗ୍ରୋଭର ବଲିଉଡ ଅଭିନେତ୍ରୀ ବିପଶା ବସୁ ଙ୍କୁ ବିବାହ କରିଲେ । କିନ୍ତୁ ଜେନିଫର ୱିଙ୍ଗେଟ୍ ସେବେ ଠୁ ଏକାକୀ ଜୀବନ ଅତିବାହିତ କରୁଛନ୍ତି ଓ ନିଜ ଅଭିନୟ କ୍ୟାରିଅର ଉପରେ ଧ୍ୟାନ ଦେଉଛନ୍ତି ।

ଚାହତ୍ ଖାନ୍ନା

ଅଭିନେତ୍ରୀ ଚାହତ୍ ଖାନ୍ନା ମଧ୍ୟ ଦୁଇଟି ବିବାହ କରିଥିଲେ । କିନ୍ତୁ ତାଙ୍କର ଦୁଇଟି ଯାକ ବିବାହ ହିଁ ଅସଫଳ ରହିଥିଲା । ଚାହତ୍ ୨୦୦୪ ମସିହାରେ ଭରତ ନାର୍ଶିହାନି ଙ୍କୁ ବିବାହ କରିଥିଲେ । କିନ୍ତୁ ୨୦୧୩ ମସିହାରେ ତାହା ଭାଙ୍ଗି ଯାଇଥିଲା । ଏହାପରେ ଚାହତ୍ ଫରହାନ ମିର୍ଜା ଙ୍କୁ ବିବାହ କରିଥିଲେ । କିନ୍ତୁ ୨୦୧୮ ରେ ଦୁଇଜଣ ଛାଡ଼ପତ୍ର ନେଇ ପରସ୍ପର ଠୁ ଅଲଗା ହୋଇଗଲେ । ଆଉ ବର୍ତ୍ତମାନ ଚାହତ୍ ଏକାକୀ ରହୁଛନ୍ତି ।

ଭାହାବିଜ୍ ଦୋରବଜୀ

ଟିଭି ସିରିଆଲ ପ୍ୟାର କି ୟେ ଏକ କାହାନୀ ରୁ ନିଜ ଅଭିନୟ ଆରମ୍ଭ କରିଥିବା ଅଭିନେତ୍ରୀ ଭାହାବିଜ୍ ଦୋରବଜୀ ଟିଭିର ଲୋକପ୍ରିୟ ଅଭିନେତା ଭିଭିଆନ ଡିସେନା ଙ୍କୁ ୨୦୧୩ ମସିହାରେ ବିବାହ କରିଥିଲେ । କିନ୍ତୁ କୌଣସି କାରଣ ବଶତଃ ସେମାନଙ୍କ ବିବାହ ୨୦୧୭ ରେ ହିଁ ଭାଙ୍ଗି ଯାଇଥିଲା । ତା ପରଠୁ ଭାହାବିଜ୍ ଦୋରବଜୀ ଆଉ ବିବାହ ନ କରି ବର୍ତ୍ତମାନ ଏକାକୀ ଖୁସିରେ ଜୀବନ କାଟୁଛନ୍ତି ।

ରଶ୍ମି ଦେଶାଇ

 

ଅଭିନେତ୍ରୀ ରଶ୍ମି ଦେଶାଇ ଙ୍କ ବିବାହ ଅଭିନେତା ନନ୍ଦିଶ ସିଂ ସନ୍ଧୁ ସହ ହୋଇଥିଲା । କିନ୍ତୁ ତାଙ୍କ ବିବାହ ୨୦୧୫ ମସିହାରେ ହିଁ ଭାଙ୍ଗି ଯାଇଥିଲା । ବର୍ତ୍ତମାନ ରଶ୍ମି ଦେଶାଇ ସିଙ୍ଗଲ ଅଛନ୍ତି ଓ ନିଜ ଜୀବନରେ ବହୁତ ଖୁସିରେ ମଧ୍ୟ ଅଛନ୍ତି । ତାଙ୍କର ଗୋଟେ ଝିଅ ମଧ୍ୟ ଅଛି । ସେ ଟିଭି ଧାରାବାହିକ ବ୍ୟତୀତ ଅନେକ ଫିଲ୍ମରେ ମଧ୍ୟ ଅଭିନୟ କରି ଦର୍ଶକଙ୍କ ମନ ଜିଣି ପାରିଛନ୍ତି ।

ଏମାନଙ୍କ ମଧ୍ୟରୁ ଆପଣଙ୍କୁ କିଏ ଅଧିକ ପସନ୍ଦ ଆମକୁ କମେନ୍ଟ କରନ୍ତୁ ଓ ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।