ବହୁତ ନିକଟରୁ ଦରିଦ୍ରତାକୁ ଦେଖିଛନ୍ତି ଏହି ଅଭିନେତାମାନେ, ନମ୍ବର ୩ ତ ଦେଶର ସବୁଠୁ ବଡ ଷ୍ଟାର

ଦରିଦ୍ରତା ଏକ ଏମିତି ଜିନିଷ ଅଟେ, ଯାହାକୁ ଭଗବାନ କୌଣସି ଶତୃ କୁ ବି ଦିଅନ୍ତୁ ନାହିଁ । କିନ୍ତୁ ଦୁଃଖର କଥା ଏହା ଅଟେ କି ଦେଶରେ ଆଜି ବି ବହୁତ ଗରିବ ଲୋକ ଅଛନ୍ତି, ଯେଉଁମାନଙ୍କ ପାଖରେ ଦୁଇବେଳା ଖାଇବା ପାଇଁ ବି କିଛି ନାହିଁ । ସେମାନଙ୍କୁ ନିଜର ପେଟ ଭର୍ତି କରିବା ପାଇଁ ଅନ୍ୟ ରାସ୍ତା ବାଛିବାକୁ ପଡିଥାଏ । କିନ୍ତୁ ଆମେ ଯେତେବେଳେ କଳାକାରମାନଙ୍କୁ ଦେଖିଥାଉ ତେବେ ଚିନ୍ତା କରିଥାଉ କି ଏମାନଙ୍କ ଲାଇଫ ବହୁତ ଭଲ ଅଟେ ।

କିନ୍ତୁ କଣ ଆପଣ ଜାଣିଛନ୍ତି କି କିଛି କଳାକାର ଏମିତି ବି ଅଛନ୍ତି, ଯେଉଁମାନେ ନିଜ ଜୀବନରେ ଏହିଭଳି ଦରିଦ୍ରତା ଦେଖିଛନ୍ତି, ଯାହା ବିଷୟରେ ଆପଣ କଳ୍ପନା ବି କରି ପାରିବେ ନାହିଁ । ଆଜି ଆମେ ସେହି ଷ୍ଟାରମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ନିଜ ଜୀବନରେ ଦରିଦ୍ରତାକୁ ବହୁତ ନିକଟରୁ ଦେଖିଛନ୍ତି ।

୧. ଜନୀ ଲୀବର

ଲୋକପ୍ରିୟ କମେଡିୟାନ ଅଭିନେତା ଜନୀ ଲୀବର ନିଜ ଜୀବନରେ ବହୁତ କିଛି ଦେଖିଛନ୍ତି । ଆଜି ସମସ୍ତେ ତାଙ୍କର ନାମ ଜାଣିଛନ୍ତି ଓ ଆଜି ତାଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତି ବି ଅଛି । କିନ୍ତୁ ସେ ଏହିଭଳି ନ ଥିଲେ । ସେ ନିଜ ଜୀବନରେ ଏତେ ଦରିଦ୍ରତା ଦେଖିଛନ୍ତି କି ସେହି କାରଣରୁ ସେ କେବଳ ସପ୍ତମ ପର୍ଯ୍ୟନ୍ତ ପଢିଛନ୍ତି । ଆପଣଙ୍କୁ କହିଦେଉଛୁ କି ଜନୀ ଲୀବର ନିଜର ପକେଟ ଖର୍ଚ ପାଇଁ ରାସ୍ତାରେ ପେପର ବିକ୍ରି କରିବାର କାମ ବି କରୁଥିଲେ । କିନ୍ତୁ ବର୍ତ୍ତମାନ ଜନୀ ଲୀବର ନିଜର ପରିଶ୍ରମ ଦ୍ଵାରା ସବୁକିଛି ହାସଲ କରିନେଇଛନ୍ତି ।

୨. ମିଥୁନ ଚକ୍ରବର୍ତୀ

ମିଥୁନ ଚକ୍ରବର୍ତୀ ସୁପରଷ୍ଟାର ଅଟନ୍ତି । କିନ୍ତୁ ସେ ବି ନିଜ ଜୀବନରେ ବହୁତ ଗରିବ ଥିଲେ । ଗୋଟିଏ ସମୟ ଏମିତି ଥିଲା ଯେତେବେଳେ ତାଙ୍କ ପାଖରେ ଖାଇବା ପାଇଁ ବି ଟଙ୍କା ନ ଥିଲା । କହିବାକୁ ଗଲେ ଅଭିନୟର କୋଚିଙ୍ଗ ନେବା ପରେ ଯେତେବେଳେ ତାଙ୍କୁ କୌଣସି କାମ ମିଳିଲା ନାହିଁ ତ ସେ ବହୁତ ଅଭାବରେ ଚଳୁଥିଲେ । ଯେଉଁ କାରଣରୁ ସେ ଖାଇବା ପାଇଁ ଏକ ବ୍ୟକ୍ତି ସହ ହାତ ମିଶାଇ ଥିଲେ, ଯିଏକି ଆଜି ପର୍ଯ୍ୟନ୍ତ ତାଙ୍କ ଜୀବନର ଭଗବାନ ଅଟନ୍ତି । ବର୍ତ୍ତମାନ ମିଥୁନଙ୍କ ପାଖରେ କୋଟି କୋଟି ଟଙ୍କାର ସମ୍ପତି ଅଛି ।

୩. ରଜନୀକାନ୍ତ

ସାଉଥ ଫିଲ୍ମର ସୁପରଷ୍ଟାର ରଜନୀକାନ୍ତ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଭଗବାନ ଅଟନ୍ତି । କହିବାକୁ ଗଲେ ରଜନୀକାନ୍ତ ବର୍ତ୍ତମାନ ରାଜନୀତିରେ ବି ଆସି ଯାଇଛନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କି ଆଜି କୋଟି କୋଟି ଟଙ୍କାର ମାଲିକ ହୋଇଥିବା ରଜନୀକାନ୍ତ ଗୋଟିଏ ସମୟରେ ପେଟ ଭରିବା ପାଇଁ କଣ କରୁଥିଲେ ? ସେ ଯେତେବେଳେ ଯୁବକ ଥିଲେ ତେବେ ସେ ସେହି ସମୟରେ ନିଜ ଘରର ଖର୍ଚ ଉଠାଇବା ପାଇଁ ବସରେ କଣ୍ଡକ୍ଟରର କାମ କରୁଥିଲେ ।