ଗର୍ଭବତୀ ହେବା ସତ୍ତ୍ୱେ ବି କରୁଥିଲେ ଶୁଟିଙ୍ଗ, ଏମାନେ ହେଉଛନ୍ତି ବଲିଉଡର ୫ ଜଣ ସବୁଠୁ ଅଧିକ ହାର୍ଡ ୱର୍କିଂଗ ହିରୋଇନ

ମା ହେବା ସମସ୍ତ ମହିଳାଙ୍କ ପାଇଁ ସ୍ଵପ୍ନ ଥାଏ । ଏକ ମହିଳା ପାଇଁ ମା’ ହେବାର ସୁଖ ସବୁଠୁ ବଡ ସୁଖ ହୋଇଥାଏ । ମା’ ହେବାର ଅନୁଭବ ସମସ୍ତଙ୍କ ପାଇଁ ସମାନ ହୋଇଥାଏ ସେ କୌଣସି ସାଧାରଣ ମହିଳା ହେଉ ବା କୌଣସି ସେଲେବ୍ରିଟୀ । ବଲୀଉଡରେ ଏମିତି ବହୁତ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜର ମା’ର ଦାୟିତ୍ଵକୁ ବହୁତ ଭଲ ଭାବରେ ପାଳନ କରୁଛନ୍ତି ।

ଯେତେବେଳେ କୌଣସି ମହିଳା ଗର୍ଭବତୀ ହୋଇଥାଏ ତେବେ ତାଙ୍କୁ ରେଷ୍ଟ ନେବା ପାଇଁ କୁହାଯାଇଥାଏ । କିନ୍ତୁ ଆଜିର ଏହି ପୋଷ୍ଟରେ ଆମେ ଆପଣଙ୍କୁ ବଲିଉଡର ଏମିତି କିଛି ଅଭିନେତ୍ରୀମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କୁ ନିଜର ପ୍ରେଗନେଂସୀ ବିଷୟରେ ଜଣା ପଡିବା ପରେ ସେମାନେ ଫିଲ୍ମ ଛାଡିଦେଲେ ତ କିଛି ପ୍ରେଗନେଂସୀରେ ବି କାମ କରିଲେ ।

ଜୟା ବଚ୍ଚନ

Image courtesy: Google

ଏହି ଲିଷ୍ଟରେ ପ୍ରଥମ ନାମ ଆସିଥାଏ ଲୋକପ୍ରିୟ ଅଭିନେତ୍ରୀ ଜୟା ବଚ୍ଚନଙ୍କର । ମିଡିଆ ରିପୋର୍ଟ ଅନୁସାରେ ଜୟା ବଚ୍ଚନ ଯେତେବେଳେ ‘ଶୋଲେ’ ଫିଲ୍ମର ଶୁଟିଙ୍ଗ କରୁଥିଲେ ସେତେବେଳେ ସେ ଗର୍ଭବତୀ ଥିଲେ । ଏହି କଥା ବିଷୟରେ ଯେତେବେଳେ ଡାୟରେକ୍ଟର ରମେଶ ସିପ୍ପୀ ଜାଣିଲେ ତେବେ ସେ ପ୍ରଥମେ ଜୟା ବଚ୍ଚନଙ୍କର ଶୁଟିଙ୍ଗ ଶେଷ କରି ତାଙ୍କୁ ଫ୍ରୀ କରିଦେଲେ ।

ଐଶ୍ୱର୍ୟା ରାୟ ବଚ୍ଚନ

Image courtesy: Google

ଫିଲ୍ମ ‘ହୀରୋଇନ’ରେ ପ୍ରଥମେ ଐଶ୍ୱର୍ୟା ରାୟଙ୍କୁ କାଷ୍ଟ କରାଯାଇଥିଲା । କିନ୍ତୁ ଯେତେବେଳେ ଐଶ୍ୱର୍ୟାଙ୍କୁ ଜଣା ପଡିଲା କି ସେ ଗର୍ଭବତୀ ଅଛନ୍ତି ତେବେ ସେ ଫିଲ୍ମ ଛାଡି ଦେଲେ । ପରେ ଏହି ଫିଲ୍ମରେ କରିନା ଐଶ୍ୱର୍ୟାଙ୍କୁ ରିପ୍ଲେସ କରିଲେ ।

ଶ୍ରୀଦେବୀ

Image courtesy: Google

ଫିଲ୍ମ ‘ଜୁଦାଈ’ର ଶୁଟିଙ୍ଗ ସମୟରେ ଶ୍ରୀଦେବୀଙ୍କୁ ଯେତେବେଳେ ଜଣା ପଡିଲା କି ସେ ମା’ ହେବାକୁ ଯାଉଛନ୍ତି ତେବେ ସେ ଜଲ୍ଦି ହିଁ ଫିଲ୍ମର ଶୁଟିଙ୍ଗ ଶେଷ କରିଦେଲେ । ଏହା ପରେ ଶ୍ରୀଦେବୀ ନିଜର ବଡ ଝିଅ ଜାନ୍ହବୀଙ୍କୁ ଜନ୍ମ ଦେଇଥିଲେ ।

କରିନା କପୂର ଖାନ

Image courtesy: Google

ଫିଲ୍ମ ‘ବୀରେ ଦୀ ୱେଡିଂଗ’ର ଶୁଟିଙ୍ଗ ସମୟରେ କରିନା କପୁରଙ୍କୁ ଜଣା ପଡିଲା କି ସେ ଗର୍ଭବତୀ ଅଛନ୍ତି । ଯାହା ପରେ କରିନା ଡାୟରେକ୍ଟରଙ୍କୁ କହିଲେ କି ସେ ତାଙ୍କ ଶିଶୁର ଡେଲିବରୀ ପର୍ଯ୍ୟନ୍ତ ଫିଲ୍ମର ଶୁଟିଙ୍ଗ ଅଟକାଇ ଦିଅନ୍ତୁ । ତୈମୂରର ଜନ୍ମ ପରେ କରିନା ଫିଲ୍ମର ଶୁଟିଙ୍ଗକୁ ପୁଣି ଥରେ ଆରମ୍ଭ କରିଲେ ।

ହେମାମାଳିନୀ

Image courtesy: Google

ଡ୍ରୀମ ଗର୍ଲ ନାମରେ ପରିଚିତ ଥିବା ହେମା ମାଳିନୀ ବି ଫିଲ୍ମ ‘ରଜିୟା ସୁଲତାନ’ ଶୁଟିଙ୍ଗ ସମୟରେ ସେ ଗର୍ଭବତୀ ହୋଇ ଯାଇଥିଲେ । କିନ୍ତୁ ସେ ନିଜର ଗର୍ଭବତୀର ପ୍ରଭାବ ନିଜ କାମ ଉପରେ ପଡିବାକୁ ଦେଲେ ନାହିଁ । ସେ ଜଲ୍ଦି ଜଲ୍ଦି ଫିଲ୍ମର ଶୁଟିଙ୍ଗ ପୁରା କରି ଘରେ ଆସି ରେଷ୍ଟ ନେଲେ । ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।