୬ ବର୍ଷର ଶିଶୁ ନିଜ ଈନକମରୁ କିଣିଲା ୫୫ କୋଟି ଟଙ୍କାର ଘର, ସବୁ ମାସରେ ଆୟ କରିଥାଏ ଏତେ କୋଟି ଟଙ୍କା

ପିଲାବେଳ ଏକ ଏମିତି ସ୍ଟେଜ ହୋଇଥାଏ ଯେତେବେଳେ ଆମେ ସମସ୍ତେ ଖେଳି ବୁଲି ନିଜର ଜୀବନକୁ ଏନଜୟ କରିଥାଉ । ଏହି ବୟସରେ ଆମେ ଦାୟିତ୍ଵ ନେବାରେ ଓ ଟଙ୍କା ଆୟ କରିବାର ଟେନସନରେ ନ ଥାଉ । ଯେତେବେଳେ ଆମେ ଛୋଟ ଥାଉ ସେତେବେଳେ ଆମକୁ ବାପା ଓ ମା’ଙ୍କ ଠାରୁ କିଛି ପକେଟମନି ବି ମିଳି ଯାଉଥିଲା ।

କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏମିତି ଝିଅ ସହ ଦେଖା କରାଇବାକୁ ଯାଉଛୁ ଯିଏକି ମାତ୍ର ୬ ବର୍ଷରେ ହିଁ ନିଜ ଆୟ ଦ୍ଵାରା ୫୫ କୋଟି ଟଙ୍କାର ବଙ୍ଗଳା କ୍ରୟ କରି ନେଇଛି । ଚାଲନ୍ତୁ ଏହାକୁ ବିସ୍ତାର ରୂପରେ ଜାଣିବା……

କହିବାକୁ ଗଲେ ଏହି ୬ ବର୍ଷର ଝିଅ ଏକ YouTuber ଅଟେ । ମାନେ ଏହି ଝିଅଟି ଇଉଟ୍ୟୁବରେ ଭିଡିଓ କରି ଟଙ୍କା ଆୟ କରିଥାଏ । ଆପଣଙ୍କୁ କହିଦେଉଛୁ କି ଇଉଟ୍ୟୁବରେ ଅଧିକ ସବ୍ସକ୍ରାଇବର ଓ ଅଧିକ ଭିଉ ହେଲେ ଆପଣ ଭଲ ଟଙ୍କା ଆୟ କରି ପାରିବେ । ଆମେ ଯେଉଁ ୬ ବର୍ଷର ଝିଅ ବିଷୟରେ କଥା ହେଉଛୁ ତାହାର ନାମ ବୋରମ ଅଟେ । ବୋରମ ଦକ୍ଷ‍ିଣ କୋରିୟାର ସିଯୋଲର ନିବାସୀ ଅଟେ ।

ବୋରମର ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥାଏ । ଖାସକରି ପିଲାମାନେ ଏହି ଭିଡିଓକୁ ଦେଖିବାକୁ ବହୁତ ପସନ୍ଦ କରିଥାନ୍ତି । କହିବାକୁ ଗଲେ ବୋରମ ୟୁଟ୍ୟୁବ  ରେ ଖେଳଣା ଗୁଡିକର ରିବ୍ୟୁ ଦେଇଥାଏ । ବୋରମର ୟୁଟ୍ୟୁବ ରେ ଦୁଇଟି ଚ୍ୟାନେଲ ଅଛି । ଯାହାର ନାମ Boram Tube ToysReview ଓ Boram Tube Vlog ଅଟେ । ଏହି ଝିଅର ଚ୍ୟାନେଲ କୋରିୟାର ସବୁଠୁ ଅଧିକ ପ୍ରଫିଟ କରୁଥିବା ୟୁଟ୍ୟୁବ ଚ୍ୟାନେଲ ମଧ୍ୟରୁ ଗୋଟିଏ ଅଟେ ।

ଏହି ଝିଅର ଆୟର ଅନ୍ଦାଜ ଆପଣ ଏହି କଥାରୁ ଲଗାଇ ପାରିବେ କି ସେ ୫୫ କୋଟି ଟଙ୍କା ଦେଇ ଏକ ୫ ମହଲା ବିଶିଷ୍ଟ ବଙ୍ଗଳା କ୍ରୟ କରିଛି । ସୂଚନା ଅନୁସାରେ ବୋରମର ନୂଆ ଘର ୨୭୮୦.୩୨ ସ୍କୋୟାର ଫୁଟରେ ଅବସ୍ଥିତ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବୋରମ ୟୁଟ୍ୟୁବ ମାଧ୍ୟମରେ ସବୁ ମାସରେ ୩.୧ ମିଲିୟନ ମାନେ ୨୧ କୋଟି ଟଙ୍କା ଆୟ କରିଥାଏ ।

ସେ ଖେଳଣା ଗୁଡିକର ଅନବକ୍ସିଂ କରିବା ସହିତ ନିଜର ସବୁଦିନର ଏକ୍ଟିବିଟିକୁ ବି ରେକର୍ଡ କରି ୟୁଟ୍ୟୁବ ରେ ଛାଡିଥାଏ । ଯାହାକୁ ଆପଣ Boram Tube Vlog ରେ ଦେଖି ପାରିବେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।