ମାଧୁରୀ ଦୀକ୍ଷିତଙ୍କର ଡୁପ୍ଲିକେଟ କୁହାଯାଏ ଏହି ସୁନ୍ଦର ଅଭିନେତ୍ରୀଙ୍କୁ, ଏହି ମଜବୁରି କାରଣରୁ ଛାଡିବାକୁ ପଡିଥିଲା ଇଣ୍ଡଷ୍ଟ୍ରି

କହିବାକୁ ଗଲେ ବଲୀଉଡର ଲୋକପ୍ରିୟ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଆଜି ଘରେ ଘରେ ପରିଚିତ ଅଛନ୍ତି । ୮୦ ଓ ୯୦ ଦଶକରେ ମାଧୁରୀ ଦୀକ୍ଷିତଙ୍କର ଫ୍ୟାନ ଫଲୋଇଙ୍ଗ ବହୁତ ଥିଲା ଯାହା ଆଜି ବି ଅଛି । ସେଥିପାଇଁ ବୋଧେ ମାଧୁରୀ ଦୀକ୍ଷିତଙ୍କର ଫ୍ୟାନ ଫଲୋଇଙ୍ଗ ଦେଖି ରାମଗୋପାଲ ବର୍ମା ମାଧୁରୀ ଦୀକ୍ଷିତଙ୍କ ଉପରେ ଏକ ଫିଲ୍ମ କରିଥିଲେ । ଯାହାର ନାମ ଥିଲା “ମୈଂ ମାଧୁରୀ ଦୀକ୍ଷିତ ବନନା ଚାହତୀ ହୂଂ’’ ଯେଉଁଥିରେ ଅନ୍ତରାମାଳୀ ବହୁତ ଭଲ ଅଭିନୟ କରିଥିଲେ ।

କିନ୍ତୁ ବହୁତ କମ ଲୋକମାନେ ଜାଣିଛନ୍ତି କି ସେହି ସମୟରେ ଏମିତି ଜଣେ ଅଭିନେତ୍ରୀ ଥିଲେ ଯାହାଙ୍କୁ ଲୋକମାନେ ମାଧୁରୀଙ୍କର ଡୁପ୍ଲିକେଟ ବି କହୁଥିଲେ । ଲଖନଊର ଏହି ଏଭିନେତ୍ରୀ ବହୁତ ଫିଲ୍ମରେ କାମ କରି ସାରିଛନ୍ତି । କିନ୍ତୁ ଗୋଟିଏ ସମୟ ଏମିତି ଆସିଲା ଯେତେବେଳେ ତାଙ୍କୁ ଏହି ଫିଲ୍ନ ଇଣ୍ଡଷ୍ଟ୍ରି ଛାଡିବାକୁ ପଡିଥିଲା ।

ବର୍ଷ ୧୯୯୪ରେ ‘ମେରା ନାମ ଆଜାଦ’ ଫିଲ୍ମରେ ଅନିଲ କପୁରଙ୍କ ସହିତ ଇଂସ୍ପେକ୍ଟର ଶାଲୂର ଅଭିନୟ କରିଥିବା ନିକ୍କୀ ଅନେଜାଙ୍କୁ ଡାୟରେକ୍ଟର୍ସମାନେ ମାଧୁରୀ ଦୀକ୍ଷିତଙ୍କର ଡୁପ୍ଲିକେଟ ବୋଲି ବି କହୁଥିଲେ । ଏକ କାର୍ଯ୍ୟକ୍ରମର ପ୍ରୋମୋଶନରେ ଲଖନଊ ପହଞ୍ଚିଥିବା ନିକ୍କୀ ଅନେଜା କହିଲେ କି, ମୋର ବ୍ୟାକଗ୍ରାଉଂଡ ଫିଲ୍ମୀ ଅଟେ । କାରଣ ମୋ ବାପାଙ୍କର ଅଂଧେରୀ ମୁମ୍ବାଇରେ ମଧ୍ୟ ଷ୍ଟୁଡିଓ ଥିଲା ।

ଯାହା କି ସେହି ସମୟରେ ଏକମାତ୍ର ଏୟର କଂଡୀଶନ ଷ୍ଟୁଡିଓ ଥିଲା । କିନ୍ତୁ କେବେ ବି ମୋର ଫିଲ୍ମ ଲାଇନରେ ଯିବା ପାଇଁ ମନ ନ ଥିଲା । ମୁଁ ସବୁବେଳେ ପାଇଲଟ ହେବାକୁ ଚାହୁଁଥିଲି । ସେ ଆଗକୁ କହିଲେ କି ଫ୍ଲାଇଂଗ କ୍ଲବ ମୁମ୍ବାଇରେ ମୁଁ ୭୨ ଘଣ୍ଟା ଫ୍ଲାଇଙ୍ଗ ବି କରିଛି ।

ଆଗକୁ ଟ୍ରେନିଙ୍ଗ ନେବା ପାଇଁ ଟେକ୍ସାସ ଯିବାର ଥିଲା କିନ୍ତୁ ବାପା ଟଙ୍କା ଦେଲେ ନାହିଁ କାରଣ ସେ ରିସ୍କ ନେବାକୁ ଚାହୁଁ ନ ଥିଲେ । ଏହା ପରେ ମୁଁ ନିଜ ଭାଇ ପରମୀତ ପାଖକୁ ଚାଲିଗଲି । ଏହା ପରେ ମୁଁ ପୋର୍ଟଫୋଲିୟୋ ଓ ମଡେଲିଙ୍ଗ କରିବାକୁ ଲାଗିଲି । ଯାହା ଦ୍ଵାରା ମୁଁ କିଛି ଟଙ୍କା ଜମା କରି ଫ୍ଲାଇଙ୍ଗ ଟ୍ରେନିଙ୍ଗ ପାଇଁ ଆମେରିକା ଯାଇ ପାରିବି ।

ନିକ୍କୀ ଅନେଜା ଆଗକୁ କହିଲେ କି, ‘କିନ୍ତୁ ଏହା ପରେ ମୋତେ ଫିଲ୍ମ ‘‘ମିଷ୍ଟର ଆଜାଦ”ରେ ଚାନ୍ସ ମିଳିଲା । ଯାହା ପରେ ମୋ ଉପରେ ମାଧୁରୀ ଦୀକ୍ଷିତଙ୍କର ଡୁପ୍ଲିକେଟର ଟ୍ୟାଗ ଲାଗିଗଲା । ଏହା ପରେ ମୋର ଦ୍ଵିତୀୟ ଫିଲ୍ମର ଅଫର ମିଳିବା ସମୟରେ ହିଁ ମୋର ପିତାଙ୍କର ମୃତ୍ୟୁ ହୋଇଗଲା ଓ ମୁଁ ସେହି ଫିଲ୍ମକୁ ଛାଡି ଦେଲି । ପିତାଙ୍କର ମୃତ୍ୟୁ ପରେ ମୁଁ ବହୁତ ଡରିଗଲି ।

କାରଣ ସବୁବେଳେ ମୋତେ କିଛି ଭୁଲ ହେବାର ଡର ଲାଗି ରହୁଥିଲା । ଏହା ସହିତ ଇଣ୍ଡଷ୍ଟ୍ରିର କାସ୍ଟିଂଗ କାଉଚ ଓ ହାରାସମେଂଟ କଥା ଶୁଣି ମୁଁ ଏହି ଇଣ୍ଡଷ୍ଟ୍ରିକୁ ଛାଡିଦେଲି । ଏହା ପରେ ନିକ୍କୀ ଅନେଜା ୨୦୦୨ରେ ସୋନୀ ବାଲିୟାଙ୍କ ସହ ବିବାହ କରିନେଲେ ଓ ସେ ୟୁକେ ସିଫ୍ଟ ହୋଇଗଲେ । ଏମାନଙ୍କର ଦୁଇଟି ସନ୍ତାନ ବି ଅଛନ୍ତି । ବର୍ତ୍ତମାନ ଲାଗୁଛି କି ସେ ପୁଣି ଥରେ ଟିଭି ଦୁନିଆକୁ ଫେରି ପାରନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।