ହୋଟେଲରେ ଲୋକମାନଙ୍କର ଅଇଁଠା ବାସନ ମାଜୁଥିବା ଏହି ପିଲା ଆଜି ବଲୀଉଡର ଷ୍ଟାର, ଗୋଟିଏ ମିନିଟର ଇନକମ୍ ୨ ହଜାର, ଦେଖନ୍ତୁ କିଏ ସେ

ହିରୋ – ହିରୋଇନ ହେବା ପାଇଁ ମାୟାନଗରି ମୁମ୍ବାଇରେ ସବୁଦିନ ହଜାର ହଜାର ଲୋକ ଆସିଥାନ୍ତି । କିନ୍ତୁ ବହୁତ କମ ଲୋକମାନେ ହିଁ ଭାଗ୍ୟବାନ ହୋଇଥାନ୍ତି ଯେଉଁମାନଙ୍କୁ ବଲୀଉଡରେ ଅଭିନୟ କରିବାକୁ ଚାନ୍ସ ମିଳିଥାଏ । ସମସ୍ତଙ୍କର ଭାଗ୍ୟ ଷ୍ଟାର କିଡ୍ସଙ୍କ ଭଳି ହୋଇ ନ ଥାଏ । କହିବାକୁ ଗଲେ ଷ୍ଟାର କିଡ୍ସ ମାନଙ୍କୁ ଫିଲ୍ମରେ କାମ କରିବା ପାଇଁ ଅଧିକ ସଂଘର୍ଷ କରିବାକୁ ପଡି ନ ଥାଏ ।

କିନ୍ତୁ ଗୋଟିଏ ସାଧାରଣ ବ୍ୟକ୍ତି ବହୁତ ସଂଘର୍ଷ କରିବା ପରେ ହିଁ ସଫଳତା ପାଇଥାଏ । ବଲୀଉଡରେ ବି କେତେକ ଷ୍ଟାର ଏମିତି ଅଛନ୍ତି ଯେଉଁମାନେ କୌଣସି ସେଲିବ୍ରିଟୀଙ୍କର ପିଲା ତ ନୁହନ୍ତି କିନ୍ତୁ ନିଜର ପରିଶ୍ରମ ଦ୍ଵାରା ଆଜି ବଲୀଉଡର ଜଣେ ଟପ ଅଭିନେତା ହୋଇ ଯାଇଛନ୍ତି । ଆଜି ତାଙ୍କର ବର୍ଷକୁ ଗୋଟିଏ ନୁହେଁ ୩ – ୪ ଟି ଫିଲ୍ମ ରିଲିଜ ହୋଇଥାଏ ।

ଆମେ କଥା ହେଉଛୁ ବଲିଉଡର ଖିଲାଡ଼ି ଅକ୍ଷୟ କୁମାରଙ୍କ ବିଷୟରେ । ଅକ୍ଷୟ କୁମାର ବଲିଉଡର ଏମିତି ଜଣେ ଅଭିନେତା ଅଟନ୍ତି ଯାହାଙ୍କୁ ସବୁ ବୟସର ଦର୍ଶକମାନେ ପସନ୍ଦ କରିଥାନ୍ତି । ସେ ବାରମ୍ବାର ନିଜର ଫିଲ୍ମ ଦ୍ଵାରା ଲୋକମାନଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାନ୍ତି । ଅକ୍ଷୟ ବର୍ତ୍ତମାନ ସାମାଜିକ ମୁଦ୍ଦା ଉପରେ ଅଧିକ ଫିଲ୍ମ କରୁଛନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଜଣେ ମାମୁଲି ମଣିଷରୁ ସୁପରଷ୍ଟାର ହେବାର ଯାତ୍ରା ଅକ୍ଷୟଙ୍କ ପାଇଁ ଏତେ ବି ସହଜ ନ ଥିଲା ।

ୱେଟର କାମ କରୁଥିଲେ ଅକ୍ଷୟ

ଆପଣଙ୍କୁ କହିଦେଉଛୁ କି ଫିଲ୍ମରେ ଆସିବା ପୂର୍ବରୁ ଅକ୍ଷୟ କୁମାର ଏକ ହୋଟେଲରେ ୱେଟର କାମ କରୁଥିଲେ । ବ୍ୟାଙ୍କକ ରୁ ମାର୍ଶଲ ଆର୍ଟର ଟ୍ରେନିଙ୍ଗ ନେବା ପରେ ବି ଯେତେବେଳେ ଭାରତରେ କିଛି ଖାସ କାମ ମିଳିଲା ନାହିଁ ତେବେ ସେ ନିଜର ଖର୍ଚ୍ଚ ଉଠାଇବା ପାଇଁ ୱେଟର ହୋଇଗଲେ । ଏତିକି ନୁହେଁ ଅକ୍ଷୟ ଢାବାରେ ୬ ମାସ ପର୍ଯ୍ୟନ୍ତ ସେଲ୍ସମ୍ୟାନ ର ବି କାମ କରିଛନ୍ତି । ଶେଷରେ ଢାବାରୁ ଆସି ସେ ମୁମ୍ବାଇର ଏକ ସ୍କୁଲରେ ମାର୍ଶଲ ଆର୍ଟ୍ସ ଶିଖାଇବାକୁ ଲାଗିଲେ ।

ପିଲାମାନଙ୍କୁ ଶିଖାଇଲେ ମାର୍ଶଲ ଆର୍ଟ୍ସ

ସ୍କୁଲରେ ମାର୍ଶଲ ଆର୍ଟ୍ସ ଶିଖାଇବା ସମୟରେ ଗୋଟିଏ ପିଲାର ପିତା ଅକ୍ଷୟଙ୍କୁ ମଡେଲିଙ୍ଗ କରିବା ପାଇଁ ଉପଦେଶ ଦେଲେ । ଏହା ପରେ ଅକ୍ଷୟ ନିଜର ଫୋଟୋଶୂଟ କରାଇଲେ ଓ ଛୋଟ – ମୋଟ ଅସାଇନମେଂଟ୍ସ କରିବାକୁ ଲାଗିଲେ । ଧୀରେ ଧୀରେ ସେ ମଡେଲିଙ୍ଗ ଦୁନିଆରେ ପପୁଲାର ହେବାକୁ ଲାଗିଲେ ଓ ବର୍ଷ ୧୯୯୧ରେ ତାଙ୍କର ପ୍ରଥମ ଡେବ୍ୟୁ ଫିଲ୍ମ ‘ସୌଗଂଧ’ ଆସିଲା । ଏହି ଫିଲ ପରେ ହିଁ ଅକ୍ଷୟଙ୍କର ଫିଲ୍ମ କ୍ୟାରିୟର ଆରମ୍ଭ ହୋଇଥିଲା ।

ଗୋଟିଏ ମିନିଟରେ ଆୟ କରନ୍ତି ଏତିକି ଟଙ୍କା

ଆଜି ଅକ୍ଷୟ କୁମାର ବଲିଉଡର ସୁପରଷ୍ଟାର ଅଟନ୍ତି । ଅକ୍ଷୟଙ୍କର ଗୋଟିଏ ବର୍ଷରେ ବହୁତ ଫିଲ୍ମ ରିଲିଜ ହୋଇଥାଏ । ତାଙ୍କର ସବୁ ଫିଲ୍ମ ହିଟ ହୋଇଥାଏ । ଅକ୍ଷୟ ଆଜି ବଲିଉଡର ସବୁଠୁ ଧନୀ ଅଭିନେତା ମଧ୍ୟରେ ସାମିଲ ଅଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ତାଙ୍କର ଗୋଟିଏ ମିନିଟର ଆୟ ୧୮୬୯ ଟଙ୍କା ଅଟେ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।