Katrina ଙ୍କ ପରେ ଏବେ 56 ବର୍ଷର ସଲମାନ ଖାଇବେ ବିବାହ ଲଡୁ, Sonakshi Sinha ଙ୍କୁ କରିବେ ବିବାହ, ଜାଣନ୍ତୁ ପ୍ରକୃତ ସତ !

ବଲୀଉଡର ସୁପରଷ୍ଟାର ସଲମାନ ଖାନ ୫୬ ବର୍ଷର ହୋଇ ଯାଇଛନ୍ତି । ଏମିତିରେ ସମସ୍ତଙ୍କ ମନରେ କେବଳ ଗୋଟିଏ ପ୍ରଶ୍ନ କି ସଲମାନ ଖାନ କେବେ ବିବାହ କରିବେ । କିନ୍ତୁ ସଲମାନ ଖାନ ବିବାହକୁ ନେଇ କୌଣସି ବି ପ୍ରକାରର କଥାବାର୍ତ୍ତା କରିବାକୁ ଚାହୁଁ ନାହାନ୍ତି । ସଲମାନ ଖାନଙ୍କ ଜୀବନରେ ବହୁତ ଝିଅ ଆସିଛନ୍ତି, କିନ୍ତୁ କାହା ସହିତ ବିବାହ ପର୍ଯ୍ୟନ୍ତ କଥା ପହଞ୍ଚିଲା ନାହିଁ । ଅନ୍ୟ ପଟେ ସଲମାନ ଖାନଙ୍କ ସବୁ ଏକ୍ସ ଗର୍ଲଫ୍ରେନ୍ଡ ଗୋଟିଏ ପରେ ଗୋଟିଏ ବିବାହ ବନ୍ଧନରେ ବାନ୍ଧି ହୋଇ ଯାଉଛନ୍ତି ।

କିଛି ଦିନ ପୂର୍ବେ ହିଁ ସଲମାନ ଖାନଙ୍କ ସବୁଠୁ ଅଧିକ ଚର୍ଚିତ ଏକ୍ସ ଗର୍ଲଫ୍ରେନ୍ଡ କ୍ୟାଟ୍ରିନା କେଫ ଵିକି କୌଶଳଙ୍କ ସହ ବିବାହ କରିଛନ୍ତି । ସେହି ସମୟରେ ଦୁଇ ଜଣଙ୍କ ବିବାହ ଓ ସଲମାନ ଖାନଙ୍କୁ ନେଇ ବହୁତ ଚର୍ଚା ବି ହୋଇଥିଲା । ଏହା ପରେ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି କି କ୍ୟାଟ୍ରିନାଙ୍କ ବିବାହ ପରେ ବର୍ତ୍ତମାନ ସଲମାନ ଖାନ ଜଲ୍ଦି ବିବାହ କରିବାକୁ ଯାଉଛନ୍ତି ।

କୁହାଯାଉଛି କି ସଲମାନ ଖାନଙ୍କ କନ୍ୟା ଆଉ କେହି ନୁହନ୍ତି ଅଭିନେତା ଶତ୍ରୁଘ୍ନ ସିନ୍ହାଙ୍କ ଝିଅ ସୋନାକ୍ଷୀ ସିନ୍ହା ହେବେ । ସୋନାକ୍ଷୀ ସଲମାନ ଖାନଙ୍କ ସହ ଫିଲ୍ମ ଦବଙ୍ଗରୁ ବଲୀଉଡକୁ ଡେବ୍ୟୁ କରିଥିଲେ । ଯେଉଁ ଖବର ଶୁଣିବାକୁ ମିଳୁଛି ତାହା ଅଧ ସତ୍ୟ ଅଟେ । ସୋନାକ୍ଷୀ ଖାନ ପରିବାରର ବୋହୁ ହେବେ କିନ୍ତୁ ବର ସଲମାନ ନୁହନ୍ତି ।

ସୋନାକ୍ଷୀ ସଲମାନ ଖାନଙ୍କ ଛୋଟ ଭାଇ ସୋହେଲ ଖାନଙ୍କ ସଲା ସହିତ ବିବାହ କରିବେ । ସୋହେଲ ଖାନଙ୍କ ସଲାର ନାଁ ବଣ୍ଟି ସଚଦେବା ଅଟେ । ବଣ୍ଟି ସୋହେଲଙ୍କ ପତ୍ନୀ ସୀମାଙ୍କ ସମ୍ପର୍କୀୟ ଭାଇ ଅଟନ୍ତି । କହିଦେଉଛୁ କି ବଣ୍ଟି ସଚଦେବା ଓ ସୋନାକ୍ଷୀ ସିହ୍ନା ବହୁତ ସମୟ ହେବ ରିଲେଶନଶିପରେ ଅଛନ୍ତି । ଦୁଇ ଜଣଙ୍କ ପରିବାରକୁ ଏମାନଙ୍କର ସମ୍ପର୍କକୁ ନେଇ କୌଣସି ଅସୁବିଧା ନାହିଁ । ବଣ୍ଟି ସଚଦେବା ଆସିଷ୍ଟାଣ୍ଟ ଡାୟେରେକ୍ଟର କାମ କରନ୍ତି ।

ସବୁଠୁ ବଡ କଥା ହେଉଛି ବଣ୍ଟି ସଚଦେବା ଛାଡପତ୍ର ନେଇ ସାରିଛନ୍ତି । ସେ ୨୦୦୯ରେ ଅମ୍ବିକା ଚୌହାନଙ୍କୁ ବିବାହ କରିଥିଲେ । କିନ୍ତୁ ବିବାହର ୪ ବର୍ଷ ପରେ ସେ ତାଙ୍କ ଠାରୁ ଅଲଗା ହୋଇଗଲେ । ବଣ୍ଟି ଓ ସୋନାକ୍ଷୀ ପ୍ରାୟତଃ ପବ୍ଲିକ ପ୍ଲେସରେ ନଜର ବି ଆସିଛନ୍ତି । ଯେତେବେଳେ ଇଣ୍ଡଷ୍ଟ୍ରିରେ କୌଣସି ବି ପାର୍ଟି କିମ୍ବା ଫଙ୍କସନ ହୋଇଥାଏ ତେବେ ସୋନାକ୍ଷୀ ବୟଫ୍ରେନ୍ଡ ବଣ୍ଟିଙ୍କ ସହ ନଜର ଆସନ୍ତି ।

ଏମାନଙ୍କୁ ଦେଖି ଲାଗୁଛି କି ଦୁଇ ଜଣଙ୍କ ମଧ୍ୟରେ ବହୁତ ଅଧିକ ଭଲ ପାଇବା ଅଛି । କିନ୍ତୁ ବର୍ତ୍ତମାନ ଦୁଇ ଜଣଙ୍କ ପରିବାର ଏମାନଙ୍କ ବିବାହକୁ ନେଇ କିଛି ହିଣ୍ଟ ଦେଇଛନ୍ତି । ଯଦି ସବୁକିଛି ଠିକ ରହିବ ତେବେ ସୋନାକ୍ଷୀ ଜଲ୍ଦି ହିଁ ବିବାହ ବନ୍ଧନରେ ବାନ୍ଧି ହୋଇଯିବେ ।