ନିଜ Real life ର ସବୁ ଗୁମର ଖୋଲି କହିଦେଲେ ଯାତ୍ରା ଅଭିନେତ୍ରୀ Mama, କହିଲେ ‘ବିବାହ ପରେ ବି ମତେ 7 ଜଣ ଅଭିନେତା…’ ଦେଖନ୍ତୁ ଏହି Video

ଆଜିର ଆଧୁନିକ ଯୁଗରେ ବଡ ପରଦାରେ ସମସ୍ତେ ଫିଲ୍ମ ଦେଖିବାକୁ ପସନ୍ଦ କରୁଥିବା ବେଳେ ଆଜିବି ଓଡିଶାରେ ଯାତ୍ରା ପରମ୍ପରା ଜୀବିତ ରହିଛି । କରୋନା ମହାମାରୀ ଯୋଗୁଁ ଦୀର୍ଘ ଦୁଇ ବର୍ଷ ଧରି ଯାତ୍ରା ଜଗତ ବନ୍ଦ ରହିବା ପରେ ଏବେ ପୁଣି ଥରେ ଆରମ୍ଭ ହୋଇଛି ଯାତ୍ରା କାର୍ଯ୍ୟକ୍ରମ । ଯାହା ଦେଖିବା ପାଇଁ ଆଜିବି ଲୋକେ ଭିଡ ଜମାଉଛନ୍ତି । ଅନେକ ଯାତ୍ରା କଳାକାର ମାନେ ଅଛନ୍ତି ଯେଉଁମାନେ ନିଜର ମନଲୋଭା ଅଭିନୟ ସହ ଦର୍ଶକଙ୍କ ହୃଦୟରେ ରାଜ୍ କରି ପାରିଛନ୍ତି ।

ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ମାମା ଓରଫ ରଶ୍ମିପ୍ରଭା ସାହୁ । କିନ୍ତୁ ସେ ମାମା ନାଁରେ ଯାତ୍ରା ଜଗତରେ ବେଶ ଜଣାଶୁଣା । ସେ ସ୍ବାମୀମାନେ ସାବଧାନ, କାଲି ରାତିରେ କୋଉଠି ଥିଲ ଓ କଣ୍ଢେଇ ନାଚ ଭଳି ଅନେକ ଲୋକପ୍ରିୟ ଯାତ୍ରାରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ମାମା ଦେଖିବାକୁ ଯେମିତି ତାଙ୍କ ଅଭିନୟ ମଧ୍ୟ ଠିକ ସେମିତି ମନଛୁଆଁ ।

ସେ ଷ୍ଟେଜ ଉପରକୁ ଆସିଲେ ଦର୍ଶକଙ୍କ ଆଖିପତା ପଡେ ନାହିଁ । ତେବେ ମାମା ବିବାହ କରି ସାରିବା ପରେ ମଧ୍ୟ ତାଙ୍କ ଯାତ୍ରା ଅଭିନୟ ବଜାୟ ରଖିଛନ୍ତି । ଅନ୍ୟପଟେ ଯାତ୍ରା ଜଗତ ପରକୀୟା ପ୍ରୀତିକୁ ନେଇ ଖୁବ ବଦନାମ । ତେଣୁ ନିକଟରେ ମାମାଙ୍କ ସହ ସାକ୍ଷାତକାରରେ ଏନେଇ ତାଙ୍କୁ ପ୍ରଶ୍ନ ପଚାରିଥିଲେ ସାମ୍ବାଦିକ। ଏହାର ଉତ୍ତର ଦେଇ ମାମା କହିଥିଲେ କି ପରକୀୟା ପ୍ରୀତି ତ ଆଜିକାଲି ଯେଉଁଠି ଦେଖିବ ସେଇଠି ଦେଖିବାକୁ ମିଳୁଛି ।

କିନ୍ତୁ ଯାତ୍ରା ଜଗତ କଥାକୁ ଅଧିକ ହାଇଲାଇଟ କରାଯାଉଛି । ସେ ଯାହାବି ହେଉ ମାମା ନିଜେ ସ୍ଵୀକାର କରିଥିଲେ କି ଏହିସବୁ ଯାତ୍ରା ଜଗତରେ ଟିକେ ଅଧିକ ହୋଇଥାଏ । ତେବେ ମାମାଙ୍କ ଜୀବନରେ କେବେ ସେମିତି ହୋଇଛି କି ନାହିଁ ତାଙ୍କୁ ପଚରା ଯାଇଥିଲା । ଏହାର ଉତ୍ତରରେ ମାମା କହିଥିଲେ କି, ସେ ନାଁ ନେବାକୁ ଚାହୁଁ ନାହାନ୍ତି କିନ୍ତୁ ବିବାହ କରିବା ପରେ ମଧ୍ୟ ଅନେକ ସିନିୟର ଆର୍ଟିଷ୍ଟ ତାଙ୍କୁ ପ୍ରେମ ନିବେଦନ କରିଛନ୍ତି । କିନ୍ତୁ ମାମା ସେମାନଙ୍କୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି ।

ବିବାହ ପରେ ଏସବୁ କହିବା ଜଣେ ନାରୀର ଚରିତ୍ର ଉପରେ ପ୍ରଶ୍ନ ଉଠାଏ ଓ ଏହା ବହୁତ ଖରାପ କାମ । ସେ ଏପରି କେବେ କରି ନାହାନ୍ତି କି କରିବେଣୀ ବୋଲି କହିଥିଲେ । ଏହାସହ ସେ କହିଥିଲେ କି ତାଙ୍କ ସହ ଯାହାବି ହୁଏ ଏବଂ ତାଙ୍କୁ ଯିଏ ଯାହାବି କୁହନ୍ତି ସେ ସବୁ କଥା ନିଜ ସ୍ଵାମୀଙ୍କ ସହ ଶେୟାର କରନ୍ତୁ ।

କାରଣ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥା ଲୁଚି ରହିଲେ ଯଦି ଅନ୍ୟ କେଉଁଠୁ ଜଣାପଡେ ତେବେ ତାହା ସମ୍ପର୍କରେ ସନ୍ଦେହ ସୃଷ୍ଟି କରେ । ତେବେ ବିବାହ ପରେ ମଧ୍ୟ ପ୍ରାୟ ୭ ଜଣ ସିନିୟର କଳାକାର ତାଙ୍କୁ ପ୍ରେମ ନିବେଦନ କରିବା କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।