ସାଉଥ ର ଫେମସ ଆକ୍ଟ୍ରେସ Rashmika Mandanna ଖୁବ ଶୀଘ୍ର ଏହି ଷ୍ଟାର ଙ୍କୁ କରିବାକୁ ଯାଉଛନ୍ତି ବିବାହ, ନାଁ ଜାଣିଲେ ବିଶ୍ଵାସ ହେବନି

କନ୍ନଡ଼ ଫିଲ୍ମ ର ସବୁଠୁ ସୁନ୍ଦରୀ ଓ ଲୋକପ୍ରିୟ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରଶ୍ମିକା ମନ୍ଦନା । ଗତ ବର୍ଷ ବା ୨୦୨୦ ମସିହାରେ ଗୁଗୁଲ୍ ରଶ୍ମିକା ମନ୍ଦନା ଙ୍କୁ ଭାରତର ଜାତୀୟ କ୍ରଶ ବୋଲି ଘୋଷଣା କରିଥିଲେ ।

ଗୁଗୁଲ ରେ ଜାତୀୟ କ୍ରଶ ଲେଖି ସର୍ଚ୍ଚ କଲେ ରଶ୍ମିକା ମନ୍ଦନା ଙ୍କ ନାମ ଆସେ । ତେବେ ସାଉଥ୍ ର ଏହି ସୁନ୍ଦରୀ ଦକ୍ଷଶୀଳ ଅଭିନେତ୍ରୀ ନିକଟରେ ଏକ ସାକ୍ଷାତକାର ରେ ସେ କାହାକୁ ବିବାହ କରିବାକୁ ଚାହାଁନ୍ତି ବୋଲି ଖୋଲିକରି କହିଥିଲେ । ଚାଲନ୍ତୁ ଜାଣିବା ବିସ୍ତାରରେ । ୫ ଏପ୍ରିଲ ୧୯୯୬ ମସିହାରେ କର୍ଣ୍ଣାଟକର ବିରାଜପେଟ ରେ ଜନ୍ମିତ ରଶ୍ମିକା ନିଜ ବେଶ ପୋଷାକ ସହ ନିଜ ସୁନ୍ଦର ଚେହେରା ଓ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ।

ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ସାଉଥ୍ ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରିଥିଲେ ମଧ୍ୟ ରଶ୍ମିକା ତାଙ୍କ ସୁନ୍ଦର ଅଦାକାର୍ ଯୋଗୁଁ କେବଳ ଆମ ଦେଶରେ ନୁହେଁ ମାତ୍ର ବିଦେଶରେ ମଧ୍ୟ ପ୍ରଶଂସକ ହାସଲ କରି ପାରିଛନ୍ତି । ନିକଟରେ ଏକ ସାକ୍ଷାତକାରରେ ରଶ୍ମିକା କହିଥିଲେ ଯେ ତାଙ୍କୁ ତାମିଲ ସଂସ୍କୃତି ଓ ପରମ୍ପରା ଖୁବ୍ ଆକର୍ଷିତ କରେ ଓ ସେ କୌଣସି ତାମିଲିଆନ ପୁଅଙ୍କୁ ହିଁ ବିବାହ କରିବାକୁ ଚାହାଁନ୍ତି ।

ବିଶେଷ କରି ତାମିଲିଆନ ଖାଦ୍ୟ ରଶ୍ମିକାଙ୍କୁ ବହୁତ ପସନ୍ଦ । ତାଙ୍କୁ ତାମିଲ ଖାଦ୍ୟ ସହ ପ୍ରେମ ହୋଇ ଯାଇଛି ବୋଲି ସେ କହିଥିଲେ । କାରଣ ତାହା ସବୁ ବହୁତ ସ୍ଵାଦିଷ୍ଟ ହୋଇଥାଏ । ସେ ଆହୁରି ମଧ୍ୟ କହିଥିଲେ ଯେ ସେ ଜଣେ ତାମିଲିଆନ ଙ୍କୁ ବିବାହ କରିବେ ଓ ତାମିଲନାଡୁର ବୋହୂ ହେବେ । ତେବେ ଫିଲ୍ମ ଗୀତା ଗୋବିନ୍ଦମ୍ ରେ ରଶ୍ମିକାଙ୍କ ହିରୋ ହୋଇଥିବା ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ସହ ରଶ୍ମିକାଙ୍କ ପ୍ରେମ ସମ୍ବନ୍ଧ ଖୁବ୍ ଚର୍ଚ୍ଚାରେ ରୁହେ । ଦୁଇ ଜଣଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳେ ।

ବିଜୟ, ରଶ୍ମିକାଙ୍କ ପରିବାର ସହ ମଧ୍ୟ ଖୁବ୍ ଭଲ ସମ୍ବନ୍ଧ ରଖିଥିବା ଦେଖିବାକୁ ମିଳେ । ମାତ୍ର ଦୁହିଁଙ୍କ ମଧ୍ୟରୁ କେହି ମଧ୍ୟ ନିଜ ସମ୍ପର୍କକୁ ଏବେ ପର୍ଯ୍ୟନ୍ତ ସ୍ବୀକାର କରି ନାହାଁନ୍ତି । ନିକଟରେ ବିଜୟ ଦେବରକୋଣ୍ଡାଙ୍କ ଜନ୍ମଦିନରେ ମଧ୍ୟ ରଶ୍ମିକା ତାଙ୍କ ସହ ଉଠାଇ ଥିବା ଏକ ଫଟୋ କୁ ସୋସିଆଲ ମିଡିଆରେ ପୋଷ୍ଟ କରି ତାଙ୍କୁ ଶୁଭେଚ୍ଛା ଜଣାଇ ଥିଲେ ।

୨୦୧୬ ରେ ନିଜ ଫିଲ୍ମ କ୍ୟାରିଅର ଆରମ୍ଭ କରିଥିବା ରଶ୍ମିକା ବହୁତ କମ୍ ସମୟରେ ଏତେ ସଫଳତା ହାସଲ କରି ପାରିଛନ୍ତି । ସେ ବର୍ତ୍ତମାନ ଗୋଟିଏ ଫିଲ୍ମ କାଟିବା ପାଇଁ ୨ କୋଟି ଟଙ୍କା ନେଉଛନ୍ତି ଓ ବହୁତ ଶୀଘ୍ର ମଧ୍ୟ ଶହେ କୋଟି କ୍ଲବ୍ ରେ ପ୍ରବେଶ କରି ପାରିଛନ୍ତି । ବର୍ତ୍ତମାନ ସେ ସାଉଥ୍ ଇଣ୍ଡଷ୍ଟ୍ରିର ବଡ଼ ବଡ଼ ଅଭିନେତ୍ରୀ ନୟନତାରା, ଅନୁଷ୍କା ଓ ସମନ୍ଥା ଙ୍କୁ ମଧ୍ୟ ଟକ୍କର ଦେଉଛନ୍ତି ।

ଶୁଣିବାକୁ ମିଳିଛି କି ଏବେ ବଲିଉଡ ଇଣ୍ଡଷ୍ଟ୍ରି ରୁ ମଧ୍ୟ ରଶ୍ମିକାଙ୍କୁ ଅନେକ ଅଫର୍ ଆସୁଛି ଓ ଫିଲ୍ମ ମିଶନ୍ ମଜନୁ ଜରିଆରେ ସେ ଶୀଘ୍ର ବଲିଉଡ୍ ରେ ପାଦ ଦେବାକୁ ଯାଉଛନ୍ତି । ସାଉଥ୍ ଇଣ୍ଡଷ୍ଟ୍ରିରେ ମାତ୍ର ୪ ବର୍ଷରେ ରଶ୍ମିକା ପ୍ରାୟ ଦଶଟି ଫିଲ୍ମରେ କାମ କରିଛନ୍ତି । ସେ ପଢ଼ିବା ସମୟରୁ ହିଁ ମଡେଲିଂରେ ରୁଚି ରଖିଥିଲେ ଓ ପରେ ବିଜ୍ଞାପନ ଗୁଡିକରେ କାର୍ଯ୍ୟ କରି ଧିରେ ଧିରେ ଫିଲ୍ମ ଦୁନିଆରେ ପାଦ ଦେଇଥିଲେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।