TV ସିରିଏଲ “ତାରକ ମେହତା କା ଉଲଟା ଚଷମା” ରେ ବୁଢା ନଜର ଆସୁଥିବା ବାବୁଜୀ ରିଅଲ ଲାଇଫ ରେ ଦେଖା ଯାଆନ୍ତି ବହୁତ ହ୍ୟାଣ୍ଡସମ ଆଉ ଯବାନ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଟିଭି ଇଣ୍ଡଷ୍ଟ୍ରୀ ର ପପୁଲାର କମେଡ଼ି ସିରିଆଲ ତାରକ ମେହତା କା ଉଲଟା ଚସ୍ମା ତ ନିଶ୍ଚିତ ଭାବରେ ଦେଖିଥିବେ । ଏହି ସିରିଆଲ ପ୍ରାୟ ୧୨ ବର୍ଷ ଧରି ଦର୍ଶକ ମାନଙ୍କ ମନୋରଞ୍ଜନ କରି ଆସୁଛି । ଏହି ସିରିଆଲ ରେ ଅଭିନୟ କରୁଥିବା ସମସ୍ତ କଳାକାର ନିଜର ଚରିତ୍ର ପାଇଁ ଘରେ ଘରେ ପ୍ରସିଦ୍ଧ ହୋଇଛନ୍ତି ଏବଂ ବିଶେଷ ଲୋକପ୍ରିୟତା ହାସଲ କରିଛନ୍ତି । ସେହି କଳାକାର ମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସିରିଆଲ ରେ ଥିବା ଚମ୍ପକ ଚାଚା ।

ତାଙ୍କର ଅଭିନୟ କୁ ଦର୍ଶକ ମାନେ ଖୁବ ମାତ୍ରାରେ ପସନ୍ଦ କରନ୍ତି ଏବଂ ଏହି କଳାକାର ଙ୍କ ଚରିତ୍ର କୁ ଦର୍ଶକ ମାନେ ବିଶେଷ ରୂପରେ ପ୍ରଶଂସା ମଧ୍ୟ କରନ୍ତି । ତେବେ ଆପଣ ମାନେ ଚମ୍ପକ ଚାଚା ଭୂମିକାରେ ଅଭିନୟ କରିଥିବା ଅଭିନେତା ଙ୍କୁ ପରଦା ରେ ତ ନିଶ୍ଚିତ ଭାବରେ ଦେଖିଥିବେ ।

କିନ୍ତୁ କଣ ଆପଣ ମାନେ ଏହି ଅଭିନେତା ଙ୍କ ରିଅଲ ଲାଇଫ ସମ୍ବନ୍ଧରେ ଜାଣିଛନ୍ତି? ତେବେ ଆଜି ଆମେ ଏହି ଅଭିନେତା ଙ୍କ ସମ୍ବନ୍ଧରେ ଆପଣ ମାନଙ୍କୁ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ପପୁଲାର କମେଡ଼ି ସିରିଆଲ ତାରକ ମେହତା କା ଉଲଟା ଚସ୍ମା ରେ ଚମ୍ପକ ଚାଚା ଭୂମିକା ରେ ଅଭିନୟ କରିଥିବା ଅଭିନେତା ଙ୍କ ରିଅଲ ନାଁ ହେଉଛି ‘ଅମିତ ଭଟ୍ଟ’ । ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଏହି ଅଭିନେତା ଙ୍କୁ ସିରିଆଲ ରେ ଚମ୍ପକ ଚାଚା ଭୂମିକା ରେ ଅଭିନୟ କରିବା ନିମନ୍ତେ କୌଣସି ଅଡିସନ୍ ଦେବାକୁ ପଡ଼ି ନଥିଲା । ଏହି ସମ୍ବନ୍ଧରେ ସେ ସ୍ବୟଂ ଏକ ଇଣ୍ଟରଭ୍ୟୁ ରେ କହିଥିଲେ ।

ତାଙ୍କ ଅନୁସାରେ ଏହି ସୋ ର ନିର୍ମାତା ଅସିତ ମୋଦି ଙ୍କୁ ସିରିଆଲ ର ମୁଖ୍ୟ ଅଭିନେତା ଦିଲୀପ ଯୋଶୀ ଅର୍ଥାତ ଜେଠାଲାଲ, ଚମ୍ପକ ଚାଚା ଭୂମିକା ପାଇଁ ଅମିତ ଭଟ୍ଟ ଙ୍କ ନାମ ପ୍ରକାଶ ଥିଲେ ଏବଂ ପରେ ଅସିତ ମୋଦି ଅମିତ ଭଟ୍ଟ ଙ୍କ ସହିତ ସାକ୍ଷାତ କରିଥିଲେ ଏବଂ ଏହା ସ୍ଥିର ହୋଇଥିଲା ଯେ ଏହି ଭୂମିକା ପାଇଁ ଏହି ଅଭିନେତା ହିଁ ଅଭିନୟ କରିବେ ।

ସିରିଆଲ ରେ ଚମ୍ପକ ଚାଚା ଙ୍କ ଭୂମିକା ଜଣେ ବୃଦ୍ଧ ବ୍ୟକ୍ତି ଙ୍କ ଅଟେ । କିନ୍ତୁ ଏହି ଅଭିନେତା ରିଅଲ ଲାଇଫ ରେ ତାହା ନୁହେଁ ଯାହା ସିରିଆଲ ରେ ସେ ଦେଖାଯାନ୍ତି । ଏହି ସିରିଆଲ ରେ ଯେତେବେଳେ ଏହି ଅଭିନେତା ଅଭିନୟ କରିବା ଆରମ୍ଭ କରିଥିଲେ ସେତେବେଳେ ତାଙ୍କୁ ମାତ୍ର ୩୬ ବର୍ଷ ବୟସ ହୋଇଥିଲା । ବର୍ତ୍ତମାନ ଏହି ସିରିଆଲ କୁ ୧୨ ବର୍ଷ ପୂରଣ ହୋଇ ସାରିଛି । କିନ୍ତୁ ଅମିତ ଭଟ୍ଟ ଙ୍କ ଅଭିନୟ ରେ ପ୍ରତିଦିନ ନୂଆ ନୂଆ ରଙ୍ଗ ଦେଖିବାକୁ ମିଳିଥାଏ ।

ଅଭିନେତା ଅମିତ ଭଟ୍ଟ ଉତ୍ତରାଖଣ୍ଡ ର ଅଧିବାସୀ ଅଟନ୍ତି । ଏହି ଅଭିନେତା ପ୍ରାୟତଃ ସୋସିଆଲ ମିଡିଆ ରେ ସକ୍ରିୟ ରୁହନ୍ତୁ ଏବଂ ନିଜ ଫାନ୍ସ ମାନଙ୍କ ପାଇଁ ନିଜର ସମସ୍ତ ଫଟୋ ଏବଂ ଭିଡିଓ କୁ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ରେ ସେୟାର କରନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।