33 ବର୍ଷ ପୂର୍ବେ ସିରିଏଲ ମହାଭାରତ ରେ ହେଇଥିଲେ ଗଦାଧାରୀ ଭୀମ, ଆଜି ଦେଖା ଯାଆନ୍ତି କିଛି ଏମିତି କି ଚିହ୍ନିବା ବି ମୁସ୍କିଲ

ଦୂରଦର୍ଶନରେ ପ୍ରସାରିତ ବଳଦେବ ରାଜ ଚୋପ୍ରାଙ୍କ ମହାଭାରତ ଲୋକଙ୍କ ପୁରୁଣା ସ୍ମୃତି ଏବେ ଆଉ ଥରେ ତାଜା କରି ଦେଇଛି । ୧୯୮୮ରେ ଦୂରଦର୍ଶନରେ ପ୍ରସାରିତ ମହାଭାରତ ଶୋ ଏବଂ ତାର କଳାକାର ମାନଙ୍କୁ ଲୋକମାନେ ଖୁବ ପସନ୍ଦ କରିଥିଲେ ।

ଯେପରି ରାମାୟଣ ଓ ମହାଭାରତ ସମେତ କେତେକ ପୌରାଣିକ କାର୍ଯ୍ୟକ୍ରମ ଟିଭିରେ ପୁନଃପ୍ରସାରଣ ହେବା ପରେ ସେହି ସବୁର କଳାକାର ମାନଙ୍କ ସମ୍ବନ୍ଧରେ ଜାଣିବା ଓ ପଢିବା ପାଇଁ ଲୋକଙ୍କ ମନରେ ଆଉ ଥରେ ଜିଜ୍ଞାସା ଜାଗି ଉଠିଛି । ଏହିପରି ଏକ ପ୍ରଭାବଶାଳୀ ଚରିତ୍ର ହେଉଛି ମହାଭାରତରେ ଭୀମଙ୍କ ଚରିତ୍ରରେ ଅଭିନୟ କରିଥିବା କଳାକାରଙ୍କ । କେତେ ଲୋକ ତାଙ୍କ ବିଷୟରେ ମଧ୍ୟ ଜାଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ।

ତେବେ ଆଜି ଆମେ ଆପଣଙ୍କୁ ମହାଭାରତରେ ଭୀମ ଚରିତ୍ରରେ ଅଭିନୟ କରିଥିବା ଏହି କଳାକାଳରଙ୍କ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ କି, ସେ ଆଜି କେଉଁଠି ଏବଂ କିପରି ଅଛନ୍ତି । ଆପଣଙ୍କୁ ଜଣାଇ ଦେଉଛୁ କି, ମହାଭାରତରେ ଭୀମଙ୍କ ଚରିତ୍ରରେ ଅଭିନୟ କରିଥିବା ଅଭିନେତାଙ୍କ ଅସଲି ନାମ ହେଉଛି ପ୍ରବୀଣ କୁମାର ସୋବତି । ତାଙ୍କ ଜନ୍ମ ୬ ଡିସେମ୍ବର ୧୯୪୭ ରେ ପଞ୍ଜାବରେ ହୋଇଥିଲା ।

ପ୍ରବୀଣ କୁମାର ଜଣେ ଫିଲ୍ମ ଅଭିନେତା ହେବା ସହ ଜଣେ ଆଥଲେଟ ଏବଂ BSF ର ଯବାନ ଭାବେ ମଧ୍ୟ କାର୍ଯ୍ୟ କରି ସାରିଛନ୍ତି । ସେ ୫୦ ରୁ ମଧ୍ୟ ଅଧିକ ହିନ୍ଦୀ ଫିଲ୍ମରେ କାର୍ଯ୍ୟ କରିଛନ୍ତି । କିନ୍ତୁ ସେଠାରେ ତାଙ୍କୁ କିଛି ଖାସ ସଫଳତା ମିଳି ପାରି ନ ଥିଲା । ଏହାପରେ ପ୍ରବୀଣ କୁମାର ୧୯୮୮ ରେ ଟେଲିଭିଜନରେ ଆରମ୍ଭ ହୋଇଥିବା ବି. ଆର. ଚୋପ୍ରାଙ୍କ ଧାରାବାହିକ ମହାଭାରତରେ ଭୀମ ଙ୍କର ପ୍ରସିଦ୍ଧ ଭୂମିକାରେ ଅଭିନୟ କରିଥିଲେ ।

ତାଙ୍କର ଲମ୍ବା ଓ ଦୀର୍ଘ ଶରୀରକୁ ଏହି ଭୂମିକା ଖୁବ ଖାପ ଖାଇଥିଲା ଓ ଏହି ଶୋ ରୁ ତାଙ୍କୁ ପରିଚୟ ମିଳିଥିଲା । ଆପଣଙ୍କୁ ଜଣାଇ ଦେଉଛୁ ଯେ ଟିଭି ଧାରାବାହିକ ଚାଚା ଚୌଧୁରୀ ରେ ସାବୁ ଙ୍କ ଚରିତ୍ର ମଧ୍ୟ ପ୍ରବୀଣ କୁମାର ହିଁ ନିଭାଇ ଥିଲେ । ସେ ୨୦୧୩ରେ ଜଣେ ରାଜନେତା ଭାବେ ଆମ୍ ଆଦାମୀ ପାର୍ଟିର ଟିକେଟରେ ଦିଲ୍ଲୀ ବିଧାନସଭାରେ ନିର୍ବାଚନ ଲଢିଥିଲେ । କିନ୍ତୁ ସେହି ନିର୍ବାଚନରେ ପ୍ରବୀଣ କୁମାର ହାରି ଯାଇଥିଲେ ।

ଏହାପରେ ୨୦୧୪ ମସିହାରେ ସେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇ ଯାଇଥିଲେ । ସେ ଏବେ ଦେଖିବାକୁ ଖୁବ ଅଲଗା ଲାଗୁଛନ୍ତି ଓ ସଂପୂର୍ଣ୍ଣ ଭାବେ ବଦଳି ଯାଇଛନ୍ତି । ତେବେ ମହାଭାରତରେ ଭୀମଙ୍କ ଚରିତ୍ର ଆପଣଙ୍କୁ କିପରି ଲାଗିଥିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣେଇବେ ଓ ପୋଷ୍ଟକୁ ଲାଇକ ଏବଂ ସେୟାର ମଧ୍ୟ କରିବେ ।