ଦୂରଦର୍ଶନର ଏହି ୫ ଟି ଶୋ ସମସ୍ତଙ୍କ ଘରେ କରାଯାଉଥିଲା ପସନ୍ଦ, ଏସବୁକୁ ଦେଖିବା ପାଇଁ ଏକଜୁଟ ହେଇଯାଉଥିଲା ପୁରା ପରିବାର

ଟିଭିକୁ ଛୋଟ ପରଦା କୁହଯାଏ, କିନ୍ତୁ ଏହି ଛୋଟ ପରଦା ବର୍ଷ ବର୍ଷ ଧରି ପରିବାରକୁ ଏକ କରି ରଖିଥିଲା । ଟିଭି ଗୋଟିଏ ସମୟରେ ପରିବାରର ସମସ୍ତ ସଦସ୍ୟଙ୍କୁ ଗୋଟିଏ ଘରେ ବସିବାକୁ ବାଧ୍ୟ କରିଦେଉଥିଲା । କିନ୍ତୁ ବର୍ତ୍ତମାନ ପୂର୍ବ ଅପେକ୍ଷା ଅଧିକ ଟିଭି ଶୋ ଆସିଗଲାଣି । କିନ୍ତୁ ଗୋଟିଏ ସମୟ ଥିଲା ଯେତେବେଳେ ଟିଭିରେ କେବଳ ଦୂରଦର୍ଶନ ହିଁ ଆସୁଥିଲା ।

କେବଳ ଗୋଟିଏ ଚ୍ୟାନେଲରେ ହିଁ ବିଭିନ୍ନ ଶୋ ଆସୁଥିଲା ଏବଂ ତାହା ସବୁ ଦର୍ଶକ ମାନଙ୍କ ମଧ୍ୟରେ ପ୍ରସିଦ୍ଧ ଥିଲା । କିନ୍ତୁ ଆଜି ଆମେ ଆପଣମାନଙ୍କୁ ଏମିତି ୫ ଟି ଶୋ ବିଷୟରେ କହିବାକୁ ଯାଉଛୁ ଯିଏକି ଦୂରଦର୍ଶନର ଦର୍ଶକମାନଙ୍କ ମଧ୍ୟରେ ବହୁତ ଫେମସ ଥିଲା ।

ହମ ଲୋଗ

୯୦ ଦଶକରେ ସବୁଠୁ ପ୍ରସିଦ୍ଧ ଶୋ ଥିଲା ହମ ଲୋଗ । ଏହା କେବଳ ୧୫୪ ଏପିସୋଡର ଏକ ସୁନ୍ଦର ଶୋ ଥିଲା । ଏହି ସୀରିୟଲ ୭ ଜୁଲାଇ ୧୯୮୪ରେ ଆରମ୍ଭ ହୋଇଥିଲା ଏବଂ ୧୭ ଡିସେମ୍ବର ୧୯୮୫ ପର୍ଯ୍ୟନ୍ତ ଦୂରଦର୍ଶନରେ ପ୍ରସାରିତ ହୋଇଥିଲା । ପାରିବାରିକ ଘଟଣା ଉପରେ ଆଧାରିତ ଏହି ଶୋ ସେହି ସମୟରେ ସମସ୍ତ ଦର୍ଶକ ମାନଙ୍କୁ ନିଜର କରିଦେଇଥିଲା ।

ରାମାୟଣ

୨୫ ଜାନୁୟାରୀ ୧୯୮୭ ମସିହାରେ ଟିଭିରେ ପ୍ରଥମ ଥର ରାମାୟଣ ଶୋ ଆସିଥିଲା ଏବଂ ୩୧ ଜୁଲାଇ ୧୯୮୮ରେ ଶେଷ ହୋଇଥିଲା । ଏହି ଶୋରେ ଅଭିନୟ କରୁଥିବା ରାମ ଏବଂ ସୀତାଙ୍କୁ ଲୋକମାନେ ଭଗବାନ ବୋଲି ପୂଜା କରୁଥିଲେ । ଏହା ପରେ ବି ରାମାୟଣ ସିରିୟଲ ପସ୍ତୁତ କରାଯାଇଛି, କିନ୍ତୁ ଦୂରଦର୍ଶନ ଉପରେ ପ୍ରସାରିତ ହେଉଥିବା ଏହି ଶୋର ବରାବରି କୌଣସି ଶୋ କରି ପାରି ନାହାନ୍ତି ।

ବୁନିୟାଦ

୯୦ ଦଶକରେ ‘ବୁନିୟାଦ’ ନାମକ ଶୋ ବି ଦର୍ଶକ ମାନଙ୍କ ଦ୍ଵାରା ବହୁତ ପସନ୍ଦ କରାଯାଇଥିଲା । ଯାହାର ନିର୍ଦେଶନ ରମେଶ ସିପ୍ପୀ ଏବଂ ଜ୍ୟୋତି କରିଥିଲେ । ଏହାର ଲୋକପ୍ରିୟତା କେବଳ ଦୂରଦର୍ଶନ ମଧ୍ୟରେ ସୀମିତ ନଥିଲା । କେତେକ ପ୍ରାଇଭେଟ ଚ୍ୟାନେଲ ମଧ୍ୟ ଏହି ଶୋକୁ ନିଜ ଚ୍ୟାନେଲରେ ମଧ୍ୟ ପ୍ରସାରିତ କରିଥିଲେ ।

ଶକ୍ତିମାନ

ଏକ ସମୟ ଥିଲା ଯେତେବେଳ ସମସ୍ତଙ୍କର ମାତ୍ର ଗୋଟିଏ ଫେବରେଟ ସୁପରହିରୋ ଥିଲା ଏବଂ ସେ ହେଉଛନ୍ତି ଶକ୍ତିମାନ । ମୁକେଶ ଖନ୍ନା ଗଙ୍ଗାଧର ଏବଂ ଶକ୍ତିମାନର ଅଭିନୟ କରିଥିଲେ । ଏହି ଶୋ ୪୦୦ ଏପିଶୋଡ ପୁରା କରିଥିଲା ।

ଚନ୍ଦ୍ରକାନ୍ତା

୧୯୯୪ରେ ଏହି ଶୋ ଆରମ୍ଭ ହୋଇଥିଲା ଏବଂ ଦର୍ଶକ ମାନଙ୍କ ମଧ୍ୟରେ ଏହା ବହୁତ ଜଲ୍ଦି ଫେମସ ମଧ୍ୟ ହୋଇଥିଲା । ଏହି ଶୋରେ ବିଜୟଗଢର ରାଜମୁମାରୀ ଚନ୍ଦ୍ରକାନ୍ତା ଏବଂ ନୌଗଢର ରାଜକୁମାର ବିରେନ୍ଦ୍ର ସିଂହଙ୍କର କାହାଣୀକୁ ବହୁତ କଳାତ୍ମକ ଢଙ୍ଗରେ ପ୍ରଦର୍ଶନ କରା ଯାଇଥିଲା ।