Aishwarya ଙ୍କ ସାଙ୍ଗ ଖୋଲି ଦେଲେ ଐଶ୍ଵର୍ୟ୍ୟାଙ୍କ ରାଜ, କହିଲେ ସମସ୍ତେ ଥିଲେ ଐଶ୍ଵର୍ୟ୍ୟାଙ୍କ ଦିବାନା, କିନ୍ତୁ ସେ ନିଜେ ଟୀଚର ଙ୍କ ଉପରେ ହେଇଯାଇଥିଲେ ଫିଦା

ହିନ୍ଦୀ ସିନେମାର ସବୁଠୁ ସୁନ୍ଦରୀ ଓ ସଫଳ ଅଭିନେତ୍ରୀ ମାନଙ୍କ ମଧ୍ୟରେ ଐଶ୍ଵର୍ଜ୍ୟା ରାୟ ବଚ୍ଚନ ଅନ୍ଯତମ । ସେ ଅଭିନୟ ସହ ନିଜର ଅନନ୍ୟ ସୁନ୍ଦରତାରେ କେବଳ ଭାରତ ନୁହେଁ ବରଂ ସାରା ବିଶ୍ଵର ଲୋକଙ୍କୁ ଦିୱାନା କରୁଥିଲେ । ସେ ଏବେ ଫିଲ୍ମରେ ବହୁତ କମ କାମ କରୁଥିଲେ ମଧ୍ୟ ଆଜି ବି ତାଙ୍କ ଲୋକପ୍ରିୟତା କିଛି କମ ନୁହେଁ । ଫିଲ୍ମ ତାରକାମାନେ ଅଭିନୟ ଓ ଫିଲ୍ମ ସହ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ମଧ୍ୟ ଖୁବ ଚର୍ଚ୍ଚାରେ ରୁହନ୍ତି । ଫ୍ୟାନ୍ସ ପ୍ରାୟତଃ ନିଜ ପସନ୍ଦ କଳାକାରଙ୍କ ବିଷୟରେ ଅଧିକରୁ ଅଧିକ ଜାଣିବାକୁ ଇଚ୍ଛା କରନ୍ତି ।

ଆଜି ଆମେ ଆପଣଙ୍କୁ ଐଶ୍ଵର୍ଜ୍ଯା ରାୟ ବଚ୍ଚନଙ୍କ କଲେଜ ଜୀବନର ଏକ ଶାନଦାର ଘଟଣା କହିବାକୁ ଯାଉଛୁ, ଯେତେବେଳେ ଐଶ୍ଵର୍ଜ୍ଯା ନିଜ କଲେଜ ଟିଚରଙ୍କୁ ହିଁ ନିଜ ହୃଦୟ ଦେଇ ବସିଥିଲେ । ଐଶ୍ଵର୍ଜ୍ଯାଙ୍କ ବାନ୍ଧବୀ ଶିବାନୀ ତାଙ୍କ କଲେଜ ଦିନର କିଛି ସ୍ମୃତି ସେୟାର କରିଥିଲେ । ଶିବାନୀ କହିଥିଲେ ଐଶ୍ଵର୍ଜ୍ଯା ତାଙ୍କ କଲେଜର ସବୁଠୁ ସୁନ୍ଦରୀ ଝିଅ ଥିଲେ । କଲେଜରେ ସମସ୍ତେ ଐଶ୍ଵର୍ଜ୍ଯାଙ୍କ ଦିୱାନା ଥିଲେ । କିନ୍ତୁ ଐଶ୍ଵର୍ଜ୍ଯା ନିଜେ ତାଙ୍କ ଟିଚରଙ୍କ ପ୍ରେମରେ ପାଗଳ ଥିଲେ । ଐଶ୍ଵର୍ଜ୍ଯାଙ୍କ ଫିଜିକ୍ସ ଟିଚର ତାଙ୍କର ପ୍ରଥମ କ୍ରଶ ଥିଲେ ।

ଫିଜିକ୍ସ ଟିଚରଙ୍କୁ ଇମ୍ପ୍ରେସ କରିବା ପାଇଁ  ଐଶ୍ଵର୍ଜ୍ଯା କ୍ଳାସରେ ସବୁଠୁ ଆଗ ସିଟରେ ବସୁଥିଲେ । ସ୍କୁଲ କଲେଜରେ ଟିଚରଙ୍କ ଉପରେ କ୍ରଶ ହେବା କୌଣସି ନୂଆ କଥା ନୁହେଁ । କିନ୍ତୁ ଐଶ୍ଵର୍ଜ୍ଯା ରାୟଙ୍କ ମାମଲାରେ ଏହା ବହୁତ ବଡ କଥା ଅଟେ । ଆପଣଙ୍କୁ ଜଣାଇ ଦେଉଛୁ ଯେ, ଐଶ୍ଵର୍ଜ୍ଯାଙ୍କ ଫିଜିକ୍ସ ଟିଚର କେବଳ ତାଙ୍କ କ୍ରଶ ହୋଇ ହିଁ ରହି ଯାଇଥିଲେ । ଫିଲ୍ମରେ ପ୍ରବେଶ କରିବା ପରେ ଐଶ୍ଵର୍ଜ୍ଯା ରାୟଙ୍କ ନାମ ରାଜୀବ ମୂଲଚନ୍ଦାନି, ସଲମାନ ଖାନ ଓ ବିବେକ ଓବେରୟଙ୍କ ସହ ଯୋଡି ହୋଇଥିଲା ।

ଏହାପରେ ଅଭିଷେକ ବଚ୍ଚନଙ୍କୁ ମଧ୍ୟ ଐଶ୍ଵର୍ଜ୍ଯା ହୃଦୟ ଦେଇ ବସିଥିଲେ ଓ ୨୦୦୭ରେ ଦୁହେଁ ବିବାହ କରିଥିଲେ । ତାଙ୍କ ବିବାହ ବଲିଉଡର ସବୁଠୁ ଚର୍ଚ୍ଚିତ ବିବାହ ମାନଙ୍କ ମଧ୍ୟରୁ ଅନ୍ଯତମ ଅଟେ । ଅଭିଷେକ ଓ ଐଶ୍ଵର୍ଜ୍ଯା ଏକାଠି ଅନେକ ଫିଲ୍ମରେ କାମ କରିଛନ୍ତି । ସେମାନେ ‘ରାବଣ’, ‘କୁଛ ନା କହୋ’ ଓ ‘ଗୁରୁ’ ଭଳି ଫିଲ୍ମରେ ଏକାଠି ନଜର ଆସିଥିଲେ । କୁହାଯାଉଛି କି ‘କଜରା ରେ’ ଗୀତ ଶୁଟିଙ୍ଗ ସମୟରେ ସେମାନେ ଦୁହେଁ ଖୁବ ନିକଟତର ହୋଇ ଯାଇଥିଲେ ।

୨୦୦୬ରେ ଆସିଥିବା ଫିଲ୍ମ ‘ଉମରାଉ ଜାନ’ ସମଯରୁ ସେମାନଙ୍କ ମଧ୍ୟରେ ପ୍ରେମ ଆରମ୍ଭ ହୋଇଥିଲା । ୨୦୧୧ ନଭେମ୍ବରରେ ଅଭିଷେକ ଓ ଐଶ୍ଵର୍ଜ୍ଯା ଝିଅ ଆରାଧ୍ୟାର ପିତାମାତା ବନିଥିଲେ । ଶୁଣାଯାଉଛି କି ଐଶ୍ଵର୍ଜ୍ଯା ଆଗାମୀ ତାମିଲ ଫିଲ୍ମ ପୋନ୍ନିୟିନ ସେଲବନରେ ନଜର ଆସିବେ । କିଛି ଦିନ ପୂର୍ବରୁ ମଣିରତ୍ନମଙ୍କ ଏହି ଫିଲ୍ମ ଶୁଟିଙ୍ଗ ଆରମ୍ଭ ହୋଇ ସାରିଛି । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।