ଈଶା ଅମ୍ବାନୀଙ୍କର ବଙ୍ଗଳା ନୁହେଁ ସବୁଠୁ ମହଙ୍ଗା, ଏହି ବଲୀଉଡ ଷ୍ଟାରମାନଙ୍କର ଘରର ଦାମ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ ଆପଣ

କିଛି ଦିନ ତଳେ ବଲୀଉଡରେ ବିବାହର ସିଜିନ ଚାଲିଥିଲା । ଏହି ସିଜିନରେ ବଲୀଉଡ ବହୁତ ଜଣା ଶୁଣା ଅଭିନେତା ଓ ଅଭିନେତ୍ରୀ ମାନେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । କିନ୍ତୁ ଏହା ମଧ୍ୟରେ ଦୁନିଆର ସବୁଠୁ ଧନୀ ମୁକେଶ ଅମ୍ବାନୀଙ୍କର ଝିଅ ଈଶା ଅମ୍ବାନୀଙ୍କର ବିବାହ ବହୁତ ଚର୍ଚିତ ରହିଥିଲା । କିନ୍ତୁ ଏହା ଛଡା ବି ଈଶା ଅମ୍ବାନୀଙ୍କର ବଙ୍ଗଳାକୁ ନେଇ ବି ବହୁତ ଚର୍ଚା କରାଯାଉଛି ।

ଯେଉଁଠି ସେ ବିବାହ ପରେ ନିଜର ସ୍ଵାମୀ ଆନନ୍ଦ ପରିମଲଙ୍କ ସହ ରହିବେ । କହିଦେଛୁ ଯେ ଈଶା ଅମ୍ବାନୀଙ୍କର ବଙ୍ଗଳାର ଦାମ ୪୫୦ କୋଟି ଟଙ୍କା ଅଟେ । ଆସନ୍ତୁ ବର୍ତ୍ତମାନ ଆପଣଙ୍କୁ କହିଦେଛୁ ଯେ ଦେଶର ସେହି ଦାମୀ ବଙ୍ଗଳା ବିଷୟରେ ଯାହା କି ବଲୀଉଡ ଷ୍ଟାରମାନଙ୍କର ଅଟେ ଆଶିୟାନା ।

ଦୀପିକା – ରଣବୀର

ଦୀପିକା ଓ ରଣବୀର ଗତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହା ପରେ ସେମାନେ ନିଜ ପାଇଁ ଏକ ବଙ୍ଗଳା କିଣିଛନ୍ତି ଓ ରିପୋର୍ଟ ଅନୁସାରେ ଏହାର ଦାମ ୫୦ କୋଟି ବୋଲି କୁହାଯାଉଛି ଓ ଏହା ମୁମ୍ବାଇର ଜୁହୂ ଅଞ୍ଚଳରେ ଅବସ୍ଥିତ ।

ପ୍ରିୟଙ୍କା – ନିକ

ପ୍ରିୟଙ୍କା ବି ଗତ ବର୍ଷ ବିବାହ କରିଛନ୍ତି । କହିଦେଛୁ ଯେ ପ୍ରିୟଙ୍କା ଓ ନିକ ଲସ ଏଂଜେଲେସରେ ଏକ ସାନଦାର ବିଲା କିଣିଛନ୍ତି ଓ ଏହାର ଦାମ ୪୭ କୋଟି ଟଙ୍କା ବୋଲି କୁହାଯାଉଛି ।

ଈଶା ଅମ୍ବାନୀ – ଆନନ୍ଦ ପୀରାମଲ

ଦେଶର ସବୁଠୁ ଧନୀ ବିଜନେସମ୍ୟାନ ମୁକେଶ ଅମ୍ବାନୀଙ୍କର ଘରର ବିଷୟରେ ତ ସମସ୍ତେ ଜାଣିଛନ୍ତି । ଯଦି ତାଙ୍କର ଝିଅ ଈଶା ଅମ୍ବାନୀଙ୍କର କଥା କହିବି ତେବ ବିବାହ ପରେ ତାଙ୍କର ଶାଶୁ ଶଶୁର ତାଙ୍କୁ ୪୫୨ କୋଟି ଟଙ୍କାର ଏକ ବଙ୍ଗଳା ଉପହାର ଦେଇଛନ୍ତି । ଈଶାଙ୍କର ଏହି ବଙ୍ଗଳା ମୁମ୍ବାଇର ବର୍ଲୀ ଅଞ୍ଚଳରେ ଅବସ୍ଥିତ । ଏହି ବଙ୍ଗଳା ୫୦ ହଜାର ସ୍କେୱୟର ଫୀଟରେ ପ୍ରସ୍ତୁତ ହୋଇଛି ଓ ଏହାର ନାମ Gulita ଅଟେ ।

ସୋନମ କପୁର – ଆନନ୍ଦ ଆହୁଜା

ବଲୀଉଡର ଅଭିନେତ୍ରୀ ସୋନମ କପୁର ଦିଲ୍ଲୀର ବେସ୍ଡ ବିଜନେସମ୍ୟାନ ଆନନ୍ଦ ଆହୁଜାଙ୍କ ସହ ବିବାହ କରିଛନ୍ତି । ବିବାହ ପରେ ଦୁଇ ଜଣ ଦିଲ୍ଲୀର ଏକ ପଶ ଏରିଆରେ ଏକ ବଙ୍ଗଳା କିଣିଛନ୍ତି । ଯାହାର ଦାମ ୧୭୩ କୋଟି ଟଙ୍କା ଅଟେ । ଏହି ବଙ୍ଗଳା ଟି ୩୧୭୦ ସ୍କ୍ୱାୟର ଫୀଟରେ ଅବସ୍ଥିତ ।

ଶାହରୁଖ ଖାନ – ଗୌରୀ ଖାନ

ବଲୀଉଡର କିଙ୍ଗ ଖାନଙ୍କର କଥା କହିଲେ ତାଙ୍କର ବଙ୍ଗଳା ‘ମନ୍ନତ’ ମୁମ୍ବାଇର ସବୁଠୁ ମହଙ୍ଗା ଓ ସୁନ୍ଦର ଘର ମଧ୍ୟରୁ ଗୋଟିଏ ଅଟେ । କହିଦେଛୁ ଯେ ଶାହରୁଖଙ୍କର ଏହି ବଙ୍ଗଳାର ଦାମ ୨୦୦ କୋଟି ଟଙ୍କା ଅଟେ ।

ସୈଫ ଅଲୀ ଖାନ – କରୀନା କପୂର ଖାନ

ନବାବ ଖାନଦାନ ସହ ସମ୍ପର୍କ ରଖୁଥିବା ସୈଫ ଅଲୀ ଖାନଙ୍କର ପଟୌଦୀ ପୈଲେସ ପାଖାପାଖି ଆଜି ପର୍ଯ୍ୟନ୍ତ କେହି ପହଞ୍ଚି ନାହାନ୍ତି । ତାଙ୍କର ଏହି ପଟୌଦୀ ପୈଲେସର ଦାମ ୭୫୦ କୋଟି ଟଙ୍କା ଅଟେ ।