ଲୋଟାରେ ଫସିଗଲା କ୍ଷୀର ପିଇବାକୁ ଯାଇଥିବା ବିଲେଇର ମୁହଁ, ଆଉ ତା’ପରେ ଯାହା ହେଲା, ଦେଖିଲେ ହସି ହସି ଗଡିବେ ଆପଣ ! ଦେଖନ୍ତୁ ଏହି Viral Video

ଆଜିର କ୍ୟାମେରା ଯୁଗରେ ପ୍ରତ୍ଯେକ ଘଟଣାର ଭିଡିଓକୁ ସାଙ୍ଗେ ସାଙ୍ଗେ କ୍ୟାମେରାରେ କଏଦ କରି ହେଉଛି । ଆଜିକାଲି ସୋ-ସି-ଆ-ଲ ମି-ଡି-ଆ-ରେ ନାନା ପ୍ରକାର ଭିଡିଓ ଦେଖିବାକୁ ମିଳୁଛି । ସେଥିରେ ଦୈନନ୍ଦିନ ଜୀବନରେ ଘଟୁଥିବା କିଛି ମଜାଦାର ଭିଡିଓ ମଧ୍ୟ ରହିଛି । ଯାହା ଲୋକଙ୍କ ମନୋରଞ୍ଜନ କରାଉଛି । ଲୋକଙ୍କ ବ୍ଯସ୍ତବହୁଳ ପୂର୍ଣ୍ଣ ଜୀବନରେ ତାଙ୍କୁ ହସାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି ଏହି ଭିଡିଓ ମାନ । ଆଜି ଆମେ ଆପଣଙ୍କ ପାଇଁ ଏପରି ଏକ ଭିଡିଓ ନେଇ ଆସିଛୁ ।

ଏହି ଭିଡିଓଟି ଏକ ବିଲେଇର ଅଟେ । ଭିଡିଓ ଦେଖିଲେ ଆପଣଙ୍କୁ ହସ ଯେତିକି ଲାଗିବ, ବିଲେଇ ପ୍ରତି ସେତିକି ସମବେଦନା ମଧ୍ୟ ମନରେ ଜାଗ୍ରତ ହେବ । ଚୋରି କରି କ୍ଷୀର ପିଇବାକୁ ଯାଇଥିବା ବିଲେଇ ମୁହଁ ଏକ ଲୋଟା ବା ଢାଳ ଭିତରେ ଫ-ସି ଯାଇଥିଲା । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ କୋଳାହଳ ମଚି ଯାଇଥିଲା । ଘଟଣାଟି ହେଉଛି ମନ୍ଦସୌରର ଗୋପାଲପୁରା ଗ୍ରାମ ର । ଏକ ଭୁଆଁ ବିଲେଇ ଜଣଙ୍କ ଘରେ କ୍ଷୀର ପିଇବାକୁ ପଶିଥିଲା । କ୍ଷୀର ଖୋଜୁ ଖୋଜୁ ଏକ ଢାଳ ଭିତରେ ପ-ଶି ଯାଇଥିଲା ବିଲେଇର ମୁହଁ ।

ବିଲେଇଟି ଢାଳ ଭିତରୁ ମୁହଁ କାଢିବାକୁ ଚେଷ୍ଟା କରିଥିଲା କିନ୍ତୁ ତା ମୁଣ୍ଡଟି ବେକ ପାଖରୁ ଢାଳ ଭିତରେ ଫ-ସି ରହିଥିଲା । ଏହାପରେ ବିଲେଇଟି ବ୍ୟସ୍ତରେ ରାସ୍ତାରେ ଏଣେତେଣେ ଦୌଡିବାକୁ ଲାଗିଥିଲା । ଏହା ଦେଖିବା ପରେ କିଛି ଗ୍ରାମବାସୀ ବିଲେଇକୁ ଧରି ତା ମୁଣ୍ଡ ଢାଳ ଭିତରୁ ବାହାର କରିବାକୁ ଖୁବ ଚେଷ୍ଟା କରିଥିଲେ । କିନ୍ତୁ ବିଲେଇକୁ ଧରିବା ହୋଇଥିଲା ମୁସ୍କିଲ । ବିଲେଇ ଆଗେ ଆଗେ ଆଉ ଲୋକେ ପଛେ ପଛେ ଧାଇଁଥିଲେ । ବିଲେଇକୁ ଧରିବାକୁ ଯେତେ ଚେଷ୍ଟା କଲେ ମଧ୍ୟ ବିଲେଇଟି ବାରମ୍ବାର ଚକମା ଦେଉଥିଲା ।

ତେବେ ଏହିପରି ଅନେକ ସମୟ ଧରି କସରତ କରିବା ପରେ ଶେଷରେ ଢାଳ ଭିତରୁ ବିଲେଇ ମୁହଁକୁ କାଢିବାରେ ସକ୍ଷମ ହୋଇଥିଲେ ଗ୍ରାମବାସୀ । ତେବେ ଏହି ସମୟର ଭିଡିଓକୁ କ୍ୟାମେରାରେ କଏଦ କରି ନେଇଥିଲେ କିଛି ଗ୍ରାମବାସୀ । ଆପଣଙ୍କୁ ଆମ ପୋଷ୍ଟ ଭଲ ଲାଗିଥିଲେ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଏହିପରି ଅପଡେଟ ପାଇବାକୁ ହେଲେ ଆମ ପେଜ୍ କୁ ଲାଇକ କରନ୍ତୁ ।