ମୁଣ୍ଡରେ ଲାଇଟି ଓ କୋଳରେ ଛୋଟ ଛୁଆକୁ ନେଇ ବରଯାତ୍ରିରେ ଯାଉଥିଲେ ଗରିବ ମହିଳା ଜଣକ, ଯାହାକୁ ଦେଖି ଏହି ବଡ ବିଜିନେସମ୍ୟାନ ରଖିଲେ ଏମିତି ପ୍ରତିକ୍ରିୟା

ଗୋଟେ ମା ନିଜ ଛୁଆ ଉପରେ ସବୁବେଳେ ମୋହମାୟା ଲାଗି ରହିଥାଏ  । ଯେବେ ଛୁଆଟି ଛୋଟ ହୋଇଥାଏ ତେବେ ସେ ତା ମା ଉପରେ ସମ୍ପୂର୍ଣ ରୂପେ ନିର୍ଭର ହୋଇଥାଏ । ମା ଯୁଆଡେ ବି ଯାଏ ନିଜ ଛୁଆକୁ ସାଙ୍ଗରେ ନେଇ ଯାଇଥାଏ । ନିଜ ଆଖି ଆଗରୁ ସେ କେବେବି ନିଜ ଛୁଆକୁ ଦୂରେଇ ଦେଇ ନଥାଏ । ଗୋଟେ ଛୋଟ ଛୁଆକୁ ସମ୍ଭାଳିବା ବହୁତ କଷ୍ଟ କାମ ହୋଇଥାଏ । ତା ଉପରେ ନିଜ ଛୁଆକୁ ସାଙ୍ଗରେ ଧରି କାମକୁ ଯିବା ଆହୁରି କାଠିକର ପାଠ ହୋଇଥାଏ ।

ସେହି ମହିଳାମାନଙ୍କ କଥା ଭାବନ୍ତୁ ଯେଉଁମାନେ ନିଜ ଛୁଆକୁ ଧରି କାମ କରିବାକୁ ଯାଆନ୍ତି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଚିତ୍ରଟିକୁ ଦେଖନ୍ତୁ । ପ୍ରସିଦ୍ଧ ବ୍ୟବସାୟୀ ହର୍ଷ ଗୋଏଙ୍କା ନିଜ ଟ୍ଵିଟର ଆକାଉଣ୍ଟରେ ଏହି ଚିତ୍ରଟିକୁ ପରିପ୍ରକାଶ କରିଛନ୍ତି । ଏହି ଚିତ୍ରରେ ଏକ ବରଯାତ୍ରୀର ଫୋଟୋଟି ଦିଆଯାଇଛି । ଏହି ଚିତ୍ରରେ ବର ଘୋଡାରେ ବସି ବରଯାତ୍ରୀ ନେଇ ବାହା ହେବାକୁ ଯାଉଛି ।

ସେଠାରେ ଜଣେ ମହିଳା ନିଜ ମୁଣ୍ଡ ଉପରେ ଲାଇଟି ରଖି ବରଯାତ୍ରିରେ ଯାଉଛନ୍ତି । ତାଙ୍କ କାନ୍ଧ ରେ ଗୋଟେ ମୁଣି ମଧ୍ୟ ଦେଖିବାକୁ ମିଳୁଛି । ସେହି ମୁଣିରେ ମହିଳା ଜଣକ   ତାଙ୍କ ଛୋଟ ଛୁଆଟିକୁ ବରଯାତ୍ରିରେ ନେଇଯିବାର  ଦେଖାଯାଉଛନ୍ତି ।  ଏହି ଫୋଟୋରେ ହର୍ଷ ଗୋଏଙ୍କା ବୁଝି ବିଚାରି କହିଛନ୍ତି ଯେ ମୁ ବି ବେଳେବେଳେ ବହୁତ କାମ କରିଥାଏ । କିନ୍ତୁ ଏମିତି ଦ୍ରୁଶ୍ୟ ମୁ ଆଗରୁ କେବେ ବି ଦେଖି ନ ଥିଲି । ମୁ ଏହି ମା ଜଣ ଙ୍କୁ ପ୍ରଣାମ କରୁଅଛି ।

ମାଙ୍କ ମମତା ଓ ପରିଶ୍ରମ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି । ହର୍ଷ ଗୋଏଙ୍କାଙ୍କୁ ଏହି ଚିତ୍ର ପାଇଁ ୧୯ ହଜାରରୁ ଅଧିକା ଲାଇକ ମିଳିସାରିଛି । ସାଧାରଣ ଜନତା ମଧ୍ୟ ଏହି ଚିତ୍ରଟିକୁ ପସନ୍ଦ କରିଛନ୍ତି । ତା ଛଡା ବଲିଉଡ ଅଭିନେତ୍ରୀ ଶିମି ଗରେବାଲ ମଧ୍ୟ ଏହି ଚିତ୍ରଟିକୁ ଲାଇକ କରିଛନ୍ତି । ଏହି ଚିତ୍ରକୁ ଦେଖି ଶିମି ଗରେବାଲ କହିଛନ୍ତି ଯେ ସେ ମହିଳା ଜଣକ ନିଜର ମୁଣି ବୋହିବା ସହ ନିଜ ଛୁଆକୁ ବି ବୋହି ଚାଲିଛନ୍ତି ।

ମାର ମମତା କାହା ପାଖରେ ବି ଲୁଚି ରହେନା । ସେ ନିଜେ ଭୋକ ଉପାସରେ ରହି ନିଜ ଛୁଆକୁ ଖାଇବାକୁ ଦେଇଥାଏ । ନିଜ ଜୀବନକୁ ବାଜି ଲଗେଇ ମଧ୍ୟ ନିଜ ଛୁଆକୁ ସବୁ ବିପଦରୁ ରକ୍ଷା କରିଥାଏ । ମା ଭଳି ସ୍ନେହ ଓ ମମତା କେହି ବି ଦେଇ ପାରିବେ ନହିଁ । ଗୋଟେ ଛୁଆ ଜୀବନରେ ମା  ଜାଗା କେହି ବି ନେଇ ପାରିବେ ନହିଁ । ଏହି ଚିତ୍ରରୁ ପ୍ରମାଣ ହେଲା ଯେ ଏହି ମହିଳା ଜଣକ ବହୁତ ମଜବୁତ ଅଛନ୍ତି । ଏହି ମାଙ୍କୁ ଆମେ ହୃଦୟରୁ ପ୍ରଣାମ କରୁଅଛୁ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।