ବର୍ଷ 2021 ରେ ଏହି 7 ଟି ରଶିଙ୍କ ଉପରେ ରହିବ ରାହୁ ଙ୍କ ଖରାପ ପ୍ରଭାବ, ରୁହନ୍ତୁ ସାବଧାନ, ଜୀବନରେ ଆସିପାରେ ବହୁତ ବଡ ସମସ୍ଯା

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆକାଶ ମଣ୍ଡଳରେ ଥିବା ଗ୍ରହମାନଙ୍କର ସମୟ ସହ ସ୍ଥିତି ପରିବର୍ତ୍ତନ ହୋଇଥାଏ । ଯାହା ପାଇଁ ସବୁ ରାଶି ଉପରେ ଶୁଭ ଅଶୁଭ ପ୍ରଭାବ ପଡିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାହୁଙ୍କୁ ଏକ ଛତ୍ର ଛାୟା ବୋଲି ମାନା ଯାଏ । ଏହାର କୌଣସି ଭୌତିକ ସ୍ୱରୂପ ନହିଁ   । ରାହୁ ଗ୍ରହ ସ୍ଥାନ ପରିବର୍ତ୍ତନ କଲେ ମଣିଷ ଜୀବନରେ ପ୍ରଭାବ ପଡିଥାଏ । ଜ୍ୟୋତିଷ ଗଣନା ଅନୁସାରେ ରାହୁ ଗ୍ରହ ରୋହିଣୀ ନକ୍ଷତ୍ରରେ ରହିଛି । ଏହି ନକ୍ଷତ୍ରର ସ୍ଵାମୀ ଚନ୍ଦ୍ର ଅଟନ୍ତି । ଏହି ବର୍ଷ ଶେଷ ଯାଏଁ ରାହୁ ଗ୍ରହ ରୋହିଣୀ ନକ୍ଷତ୍ରରେ ରହିବେ । ଆସନ୍ତୁ ଜାଣିବା କେଉଁ ରାଶି ଉପରେ ରାହୁ ଗ୍ରହର ପ୍ରଭାବ ରହିବ ?

ମେଷ ରାଶି–  ଏହି ରାଶିର ଲୋକଙ୍କ ଉପରେ ରାହୁଙ୍କର ଶୁଭ ପ୍ରଭାବ ରହିବ । ଧନ ପ୍ରାପ୍ତ ହେବ । ପରିବାର ଲୋକଙ୍କ ସହ ଭଲ ସମୟ କଟିବା ସହ ମିଳିମିଶି ରହିବେ । କୋଣସି ଜାଗା କିଣିପାରିବେ । କୌଣସି କ୍ଷେତ୍ରରେ ଲାଭ ପ୍ରାପ୍ତି ହେବ ।

କର୍କଟ ରାଶି –   ଏହି ରାଶିର ଲୋକଙ୍କ ପାଇଁ ରାହୁଙ୍କର ଭଲ ପ୍ରଭାବ ରହିବ । ଆମଦାନୀ ବଢିବ ସହ ବେପାରରେ ଲାଭ ମିଳିବ । ବିବାହୀତ ଜୀବନରେ ସୁଖ ପ୍ରାପ୍ତି ହେବ । ଜୀବନ ସାଥି ସହ ଭଲ ସମୟ ଅତିବାହିତ କରିବେ । ସନ୍ତାନ ଯୋଗୁ ଖୁସି ଖବର ମିଳିବାରୁ ଆପଣ ନିଜକୁ ଗର୍ବିତ ଅନୁଭବ କରିବେ । ସାମାଜିକ କାର୍ଯ୍ୟରେ ଯୋଗ ଦେବେ ।

ଧନୁ ରାଶି  –  ଏହି ରାଶିର ଲୋକଙ୍କ ସମୟ ଭଲ କଟିବ । ପରୀକ୍ଷାର୍ଥୀଙ୍କୁ ସଫଳତା ମିଳିବ । ନିଜ ପରିଶ୍ରମର ଫଳ ମିଳିବ । ଚାକିରି କ୍ଷେତ୍ରରେ ଭଲ ରହିବ । ଆପଣଙ୍କ ବ୍ୟକ୍ତିତ୍ୱର ବିକାଶ ଘଟିବ । ଭାଗ୍ୟ ଆପଣଙ୍କ ପୁରା ସାଥ ଦେବ । କୁମ୍ଭ ରାଶି  –  ଏହି ରାଶି ର ଲୋକମାନଙ୍କର ସମୟ ଭଲ ରହିବ ।  ପୈତୃକ ସମ୍ପତିର ବାଦ ବିବାଦରୁ ମୁକ୍ତି ମିଳିବ । ସ୍ଵାମୀ ସ୍ତ୍ରୀଙ୍କ ଭିତରେ ଭଲ ସମ୍ପର୍କ ରହିବ । କାନୁନି ମାମଲାରେ ଫଇସଲା ଆପଣଙ୍କ ପକ୍ଷରେ ହେବ । ଘରେ ସୁଖ ଶାନ୍ତି ରହିବ ।

ମୀନ ରାଶି –  ଏହି ରାଶିର ଲୋକମାନେ ସାହସୀ ଓ ପରାକ୍ରମୀ ହେବେ । ନିଜ ଶତ୍ରୁକୁ ପରାସ୍ତ କରିବେ । ଚାକିରିରେ ଭଲ ପଦ ମିଳିବ । ପରିବାର ଓ ପ୍ରେମ ଜୀବନରେ ସୁଖ ଶାନ୍ତି ଆସିବ । କୌଣସି ଜାଗାକୁ  ଯାତ୍ରା କରିବାର ସମ୍ଭାବନା ରହିଛି । ବେପାରରେ ଭଲ ଲାଭ ମିଳିବ । ଆସନ୍ତୁ ଜାଣିବା କେଉଁ ରାଶିମାନଙ୍କ ଉପରେ ଖରାପ ପ୍ରଭାବ ଅଛି ?

ବୃଷ ରାଶି –  ଏହି ରାଶିର ଲୋକମାନେ ମାନସିକ ଚିନ୍ତାରେ ରହିବେ । କାହା ଉପରେ ଭରସା କରନ୍ତୁ ନାହିଁ ନ ହେଲେ ଧୋକା ମିଳିପାରେ । ସ୍ଵାମୀ ସ୍ତ୍ରୀଙ୍କ ଭିତରେ ଝଗଡା ହୋଇପାରେ । ନିଜର ଆର୍ଥିକ ସ୍ଥିତି ଉପରେ ଧ୍ୟାନ ଦିଅନ୍ତୁ । ଏହି ରାଶିର ଲୋକମାନଙ୍କ ଉପରେ ରାହୁଙ୍କର ଖରାପ ପ୍ରଭାବ ରହିବ । ବ୍ୟବାହିକ ଜୀବନରେ ଅସୁବିଧା ହେଇପାରେ ।

ମିଥୁନ ରାଶି –  ଏହି ରାଶିର ଲୋକମାନଙ୍କର  ରାହୁଙ୍କ ପ୍ରଭାବ ଯୋଗୁ ଧନ ହାନିର ସମ୍ଭାବନା ଅଛି । କାମ କାର୍ଯ୍ୟରେ ବାଧା ସୃଷ୍ଟି ହେବ । କୌଣସି ବ୍ୟକ୍ତିକୁ ପଇସା  କରଜ ଦେବେ ନାହିଁ । ଆର୍ଥିକ ସ୍ଥିତି ଆପଣଙ୍କର ଭଲ ରହିବ ନାହି ।

ସିଂହ ରାଶି –  ଏହି ରାଶିର ଲୋକମାନଙ୍କର ଜୀବନରେ ସମସ୍ୟା ସୃଷ୍ଟି ହୋଇପାରେ । କାମ କାର୍ଯ୍ୟରେ ବାଧା ଉତ୍ପନ ହେବ । ମାନସିକ ଚିନ୍ତା ରହିବ । ବେପାର ବାଣିଜ୍ୟରେ କ୍ଷତି ହେବ । ମାତା ପିତାଙ୍କର ସହଯୋଗ ମିଳିବ । ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ଯେଉଁ ଠାରେ ଦରକାର ସେଠାରେ ପଇସା ଖରଚ କରନ୍ତୁ ।

କନ୍ୟା ରାଶି –  ଏହି ରାଶିର ଲୋକମାନେ ରାହୁଙ୍କର ପ୍ରବେଶ ଯୋଗୁ ଅନେକ  ସମସ୍ୟାର ସାମ୍ନା କରିବେ । ମାନ ସମାନ ହାନି ହେବ । ହଟାତ କୌଣସି ଦୂର ସ୍ଥାନକୁ  ଯାତ୍ରା କରିବେ । ଆପଣଙ୍କ ଯାତ୍ରା କଷ୍ଟକରି ହେବ ।  ଛାତ୍ରମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ । ପିତାଙ୍କ ସହ ଝଗଡା ହୋଇପାରେ ।

ତୁଳା ରାଶି –  ଏହି ରାଶିର ଲୋକମାନଙ୍କର ଜୀବନରେ ବାଧା ସୃଷ୍ଟି ହେବ । ମାନସିକ ଚିନ୍ତାରେ ରହିବେ । ପଇସା ରୋଜଗାର ପାଇଁ  କୌଣସି ଭୁଲ କାମ କରିବେ ନାହିଁ ନଚେତ ଆଗକୁ ସମସ୍ୟାସୃଷ୍ଟି ହୋଇପାରେ । ଶଶୁର ଘର  ଲୋକଙ୍କ ସହ ସମ୍ଭନ୍ଧ ଭଲ ରହିବ । ସ୍ଵାମୀ ସ୍ତ୍ରୀଙ୍କ ଭିତରେ ସମ୍ପର୍କ ଭଲ ରହିବ । ଘରର କୌଣସି  ଲୋକଙ୍କ ସହ ଝଗଡା ହୋଇପାରେ ।

ବିଛା ରାଶି  –  ଏହି ରାଶିର ଲୋକମାନେ ଦେବା ନେବା ସମୟରେ ସତର୍କ ରହିବେ । ରାହୁଙ୍କ ପ୍ରଭାବ ଯୋଗୁ ଦାମ୍ପତ୍ୟ ଜୀବନରେ ଅଶାନ୍ତି ସୃଷ୍ଟି ହୋଇପାରେ । ବେପାରରେ ଲାଭ ମିଳିପାରେ । କର୍ମ କ୍ଷେତ୍ରରେ ସଫଳତା ମିଳିବ । ବାଦ ବିବାଦରୁ ଦୂରେଇ ରହିବେ । ଗାଡି ଚଳେଇବା ସମୟରେ ସତର୍କ ଅବଲମ୍ବନ କରିବେ ।

ମକର ରାଶି –  ଏହି ରାଶିର ଲୋକମାନଙ୍କ ଉପରେ ରାହୁର ଖରାପ ପ୍ରଭାବ ପଡିଥିବା ଯୋଗୁ ଅନେକ କଷ୍ଟର ସାମ୍ନା କରିବାକୁ ପଡିବ । ପାରିବାରିକ ଜୀବନରେ ଅଶାନ୍ତି ସୃଷ୍ଟି ହେବ । ପ୍ରେମ ଜୀବନରେ ବାଧା ସୃଷ୍ଟି ହେବ । ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ସନ୍ତାନ ଯୋଗୁ ଆପଣ ଅଧିକ ଚିନ୍ତିନ୍ତ ରହିବେ । ଶିକ୍ଷା କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।