ମା’ ମୁସଲମାନ କିନ୍ତୁ ପିଲାମାନେ ହିନ୍ଦୁ, ଏହି 5 ଜଣ ଷ୍ଟାରଙ୍କ ପିତା ଅନ୍ୟ ଧର୍ମର ମହିଳାଙ୍କ ସହ କରିଥିଲେ ବିବାହ, 2 ନମ୍ବର ଯୋଡି ଟି ଖୁବ ପପୁଲାର

ପ୍ରେମରେ ଲୋକେ ଜାତି, ଧର୍ମ, ବୟସ ଆଦି ଦେଖନ୍ତି ନାହିଁ । ହିନ୍ଦୀ ସିନେମା ଜଗତ ହିଁ ଏହାର ଏକ ବଡ ଉଦାହରଣ ଅଟେ । ବଲିଉଡରେ ଏମିତି ଅନେକ ଷ୍ଟାର ଅଛନ୍ତି ଯେଉଁମାନେ କାହାକୁ ମଧ୍ୟ ଖାତିର ନ କରି ଅନ୍ୟ ଧର୍ମରେ ବିବାହ କରିଛନ୍ତି । ଆଜି ଆମେ ଆପଣଙ୍କୁ ବଲିଉଡର ସେହି ହିନ୍ଦୁ କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କ ମା ଜଣେ ମୁସଲମାନ ଥିଲେ । ସାହିଦ କପୁରଙ୍କ ପିତା ଅଟନ୍ତି ପଙ୍କଜ କପୁର ।

ପଙ୍କଜ କପୁର ନୀଳିମା ଅଜିମଙ୍କୁ ବିବାହ କରିଥିଲେ । କିନ୍ତୁ ଏବେ ନୀଳିମା ଏବଂ ପଙ୍କଜ ଆଉ ଏକାଠି ନାହାନ୍ତି । ଏହି ଦୁହେଁ ବହୁତ ଆଗରୁ ଛାଡପତ୍ର ନେଇ ନିଜ ବବାହ ସମ୍ପର୍କ ଶେଷ କରି ଦେଇଥିଲେ । ସଞ୍ଜୁ ବାବା ନାମରେ ପ୍ରସିଦ୍ଧ ସୁପରଷ୍ଟାର ସଞ୍ଜୟ ଦତ୍ତଙ୍କ ପିତା ଦିବଙ୍ଗତ ଅଭିନେତା ସୁନିଲ ଦତ୍ତ ଥିଲେ ।

ମୁସଲମାନ ଅଭିନେତ୍ରୀ ନରଗିସଙ୍କ ଉପରେ ସୁନିଲ ଦତ୍ତଙ୍କ ହୃଦୟ ଆସି ଯାଇଥିଲା । ହିନ୍ଦୁ ସୁନିଲ ଦତ୍ତ ମୁସଲମାନ ନରଗିସଙ୍କୁ ୧୯୫୮ ମସିହାରେ ବିବାହ କରିଥିଲେ । ବିବାହ ପରେ ଇସଲାମ ଧର୍ମ ପରିତ୍ୟାଗ କରି ନରଗିସ ହିନ୍ଦୁ ହୋଇ ଯାଇଥିଲେ । ହିରୋ ନମ୍ବର ୱାନ ଅର୍ଥାତ ସୁପରଷ୍ଟାର ଗୋବିନ୍ଦାଙ୍କ ପିତା ଅରୁଣ ଆହୁଜା ମଧ୍ୟ ବଲିଉଡରେ ଅନେକ ଫିଲ୍ମରେ କାର୍ଯ୍ୟ କରିଛନ୍ତି । ଗୋବିନ୍ଦାଙ୍କ ପିତା ନଜୀମଙ୍କୁ ବିବାହ କରିଥିଲେ ଏବଂ ପରେ ନଜୀମ ନିଜ ଧର୍ମ ପରିବର୍ତ୍ତନ କରି ନେଇଥିଲେ ଓ ହିନ୍ଦୁ ହୋଇ ଯାଇଥିଲେ ।

ତାଙ୍କ ନାମ ମଧ୍ୟ ନଜୀମରୁ ନିର୍ମଳା ଦେବୀ ରଖା ଯାଇଥିଲା । ଆପଣଙ୍କୁ ଜଣାଇ ଦେଉଛୁ ଯେ, ଗୋବିନ୍ଦାଙ୍କ ମା ମଧ୍ୟ ଜଣେ ଅଭିନେତ୍ରୀ ଥିଲେ । ସୂରଜ ପଞ୍ଚୋଲି ଅଭିନେତା ଆଦିତ୍ଯ ପଞ୍ଚୋଲିଙ୍କ ପୁଅ ଅଟନ୍ତି । ହିନ୍ଦୁ ଧର୍ମରେ ଜନ୍ମିତ ଆଦିତ୍ୟ ପଞ୍ଚୋଲି ମୁସଲମାନ ଅଭିନେତ୍ରୀ ଜରୀନା ବହାବଙ୍କୁ ବିବାହ କରିଥିଲେ । ଅଭିନେତ୍ରୀ ଆଥିୟା ଶେଠୀଙ୍କ ମା ଓ ଜଣାଶୁଣା ଅଭିନେତା ସୁନିଲ ଶେଠୀଙ୍କ ପତ୍ନୀ ମଧ୍ୟ ଜଣେ ମୁସଲମାନ ଥିଲେ । ସୁନିଲ ଶେଠୀ ମୁସଲମାନ ଧର୍ମାବଲମ୍ବି ମୋନିଶା କାଦ୍ରିଙ୍କୁ ବିବାହ କରିଥିଲେ ।

କିନ୍ତୁ ମସଲମାନ ମୋନିଶା କାଦ୍ରି ହିନ୍ଦୁ ସୁନିଲ ଶେଠୀଙ୍କୁ ବିବାହ କରିବା ମାତ୍ରେ ମାନା ଶେଠୀ ହୋଇ ଯାଇଥିଲେ । ସେ ନିଜ ଧର୍ମ ଓ ନାମ ଉଭୟ ପରିବର୍ତ୍ତନ କରି ଦେଇଥିଲେ ଓ ମାନା ଶେଠୀ ଭାବେ ହିନ୍ଦୁ ଧର୍ମ ସ୍ଵୀକାର କରିଥିଲେ । ଫତିମା ସନା ଶେଖଙ୍କୁ ଦଙ୍ଗଲ ଗାର୍ଲ କ୍ଭାବେ ଖୁବ ଲୋକପ୍ରିୟତା ମିଳିଥିଲା । ଅଭିନେତ୍ରୀ ଫତିମାଙ୍କ ମା ତବାସୁମ ମୁସଲମାନ ଅଟନ୍ତି ଇ ତାଙ୍କ ପିତା ବିପିନ ଶର୍ମା ହିନ୍ଦୁ ଅଟନ୍ତି ।

ଅନେକ ବଲିଉଡ ଫିଲ୍ମରେ କମ କରିଥିବା ଅଭିନେତ୍ରୀ ଆୟେଶା ଟାକିଆଙ୍କ ପିତା ନିଶିତ ଟାକିଆ ହିନ୍ଦୁ ଅଟନ୍ତି । ଆଉ ଆୟେଶାଙ୍କ ମାଙ୍କ ନାମ ଫରୀଦା ଅଟେ । ଯିଏ କି ଜଣେ ମୁସଲମାନ ଅଟନ୍ତି । ଫରହାନ ଆଜମିଙ୍କୁ ବିବାହ କରି ଆୟେଶା ମଧ୍ୟ ମୁସଲମାନ ହୋଇ ଯାଇଛନ୍ତି । ଅଭିନେତ୍ରୀ ନଗମା ଆଜିକାଲି ରାଜନୀତିରେ ବ୍ୟସ୍ତ ଅଛନ୍ତି । ସେ ୯୦ ଦଶକରେ ଅନେକ ଫିଲ୍ମରେ କାମ କରିଥିଲେ ।

ନଗମା ମଧ୍ୟ ମୁସଲମାନ ଥିଲେ । ଆଉ ନଗମାଙ୍କ ପିତା ଶ୍ରୀ ଅରବିନ୍ଦ ପ୍ରତାପସିଂହ ମୋରାରଜୀ ହିନ୍ଦୁ ଥିଲେ । ନଗମାଙ୍କ ମା ଶମା କାଜି ମୁସଲମାନ ଥିଲେ ଓ ବିବାହ ପରେ ସୀମା ସାଧନା ହୋଇ ଯାଇଥିଲେ । ପ୍ରସିଦ୍ଧ ଗାୟକ ଓ ସଙ୍ଗୀତକାର ଏ.ଆର. ରହମାନ ହିନ୍ଦୁ ଅଟନ୍ତି । କିନ୍ତୁ ତାଙ୍କ ପିତା ଆର. କେ. ଶେଖର ହିନ୍ଦୁ ଥିଲେ ଓ ମା କରୀମା ବେଗମ ମୁସଲମାନ ଥିଲେ । ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।