Odishara Nua Swara ଷ୍ଟେଜ ଉପରେ ରଜାଝିଅ ସଙ୍ଗେ ଭାବ କଲେ Dibya Sai, ସମସ୍ତେ ହେଲେ Surprise, ଦେଖନ୍ତୁ Video

ସିଦ୍ଧାର୍ଥ ଟିଭିରେ ପ୍ରସାରିତ ଗୀତ ରିୟାଲିଟି ଶୋ “ଓଡିଶାର ନୂଆ ସ୍ଵର” ର ଜୁନିୟର ପ୍ରତିଯୋଗୀତା କାର୍ଯ୍ୟକ୍ରମଟି ଓଡିଶାର ଦର୍ଶକଙ୍କ ଦ୍ଵାରା ବେଶ ଆଦୃତ ହୋଇପଡ଼ିଛି । ଏହି ଶୋ’ରେ ଓଡିଶାର ଦକ୍ଷ ଶିଶୁ ପ୍ରତିଯୋଗୀ ମାନେ ଭାଗ ନେଇଛନ୍ତି । ଯେଉଁ ବୟସରେ ପିଲା ଠିକ ସେ କଥା ମଧ୍ୟ କହିବାକୁ ଭୟ କରନ୍ତି ସେହି ବୟସର ପିଲାମାନେ ମଞ୍ଚ ଉପରେ ଗୀତ ଗାଈ ଦର୍ଶକଙ୍କୁ ବିମୋହିତ କରୁଛନ୍ତି । ଏହି କାର୍ଯ୍ୟକ୍ରମରେ ଉଭୟ ପୁଅ ଏବଂ ଝିଅ ଅନେକ ପ୍ରତିଯୋଗୀ ଓଡିଶାର ବିଭିନ୍ନ ଜିଲ୍ଲା ମାନଙ୍କରୁ ଭାଗ ନେଇଛନ୍ତି ।

ମଞ୍ଚ ଉପରେ ସୁନ୍ଦର ଗୀତ ପରିବେଷଣ କରି ଜଜ୍ ଙ୍କ ସମେତ ସମସ୍ତଙ୍କୁ ଖୁବ ଆଶ୍ଚର୍ଯ୍ୟ କରି ଦେଉଛନ୍ତି । ଏହି ଶୋ ର ଜଣେ ପ୍ରତିଭାଶାଳୀ ଗାୟକ ହେଉଛନ୍ତି ଦିବ୍ୟ ସାଇ । ତାଙ୍କ ଗୀତ ଶୁଣିବାକୁ ସମସ୍ତେ ପସନ୍ଦ କରନ୍ତି ଓ ସେ କେତେବେଳେ ମଞ୍ଚରେ ଆସି ଗୀତ ପରିବେଷଣ କରିବେ ତାହା ଶୁଣିବାକୁ ସମସ୍ତେ ଚାହିଁ ରହିଥାନ୍ତି । ନିକଟରେ ଓଡିଶାର ନୂଆ ସ୍ଵର କାର୍ଯ୍ୟକ୍ରମରେ ପ୍ରତିଯୋଗୀ ମାନେ ଡୁୟେଟ ଗାଇବାର ଏକ ଅଧ୍ୟାୟ ପ୍ରସାରିତ କରା ଯାଇଥିଲା ।

ଏହି ଅଧ୍ୟାୟରେ ଦିବ୍ୟ ସାଇଙ୍କ ଗୀତକୁ ସମସ୍ତେ ବେଶ ପ୍ରଶଂସା କରିଥିଲେ । ଓଡିଆ ଫିଲ୍ମ ” ରଜାଝିଅ ସଙ୍ଗେ ହେଇଗଲା ଭାବ” ର ଟାଇଟଲ ଟ୍ରାକ ଗାଇଥିଲେ ଦିବ୍ୟ, ଯାହା ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । ଏହି ଫିଲ୍ମରେ ଓଲିଉଡ ଅଭିନେତା ଅରିନ୍ଦମଙ୍କ ସହ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଅଭିନୟ କରିଥିଲେ ।

ଫିଲ୍ମରେ ମିହିର ଦାସ ଏବଂ ମହେଶ୍ଵତା ରାୟ ମଧ୍ୟ କାମ କରିବାର ନଜର ଆସିଥିଲା । ଏହି ଫିଲ୍ମଟି ସୁପର ହିଟ୍ ହୋଇଥିଲା ଓ ତା’ର ଟାଇଟଲ ଟ୍ରାକ ଟି ମଧ୍ୟ ଦର୍ଶକେ ବେଶ ପସନ୍ଦ କରିଥିଲେ । ଓଡିଆ ଫିଲ୍ମର ଏହି ଲୋକପ୍ରିୟ ଗୀତକୁ ଦିବ୍ୟ ସହ ବୈଷ୍ଣବୀ ମିଶ୍ର ମଧ୍ୟ ଗାଇଥିଲେ । ଦୁହିଁଙ୍କ ଯୋଡିକୁ ଦର୍ଶକେ ବେଶ ପସନ୍ଦ କରିଥିଲେ । ଜଜ୍ ମାନେ ମଧ୍ୟ ଦିବ୍ୟ ଓ ବୈଷ୍ଣବୀ ଉଭୟଙ୍କୁ ଖୁବ ପ୍ରଶଂସା କରିଥିଲେ । ଷ୍ଟେଜ ଉପରେ ଦିବ୍ୟ ଓ ବୈଷ୍ଣବୀଙ୍କ ଯୋଡି କମାଲ କରି ଦେଇଥିଲା ।

ଦିବ୍ୟଙ୍କର ଏହି ଗୀତଟି ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି ଓ ତାଙ୍କ ଗାୟକୀକୁ ସମସ୍ତେ ପସନ୍ଦ କରୁଛନ୍ତି । ଆପଣଙ୍କୁ ଦିବ୍ୟ ସାଇଙ୍କ ଏହି ପରଫମାନ୍ସ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।