Sonakshi Sinha ହେଇପାରନ୍ତି Salman Khan ଙ୍କ ସମ୍ପର୍କୀୟ, କରି ପାରନ୍ତି ଏହି ବ୍ୟକ୍ତି ଙ୍କ ସହ ବିବାହ

ବଲିଉଡର ଡବଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା ଅଭିନୟ ସହ ନିଜ ନାଚୁରାଲ ବ୍ୟୁଟି ପାଇଁ ଖୁବ ଲୋକପ୍ରିୟ । ସୋନାକ୍ଷୀ ହେଉଛନ୍ତି ଫିଲ୍ମ ଅଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ଝିଅ । ସେ ସଲମାନ ଖାନ ଙ୍କ ଫିଲ୍ମ ‘ଦବଙ୍ଗ’ ରୁ ନିଜ ଫିଲ୍ମି କ୍ଯାରିଅର ଆରମ୍ଭ କରିଥିଲେ ।

ସୋନାକ୍ଷୀ ସୋସିଆଲ ମିଡିଆରେ ଖୁବ ସକ୍ରିୟ ରୁହନ୍ତି ଓ ନିଜ ପ୍ରଶଂସକଙ୍କ ସହ ନିଜ ସ୍ପେଶାଲ ମୋମେଣ୍ଟ ସବୁ ସେୟାର କରିବାକୁ ମଧ୍ୟ ଭୁଲନ୍ତି ନାହିଁ । ଆଜି ଆମେ ଆପଣଙ୍କୁ ସୋନାକ୍ଷୀ ଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ଆପଣଙ୍କୁ କିଛି କହିବୁ । ସଲମାନ ଖାନ ବଲିଉଡରେ ଅନେକ ଲୋକଙ୍କୁ ରାସ୍ତା ଦେଖାଇଛନ୍ତି, ଯାହାଙ୍କ ସାହାଯ୍ୟରେ ଅନେକେ ହିଟ ଫିଲ୍ମ ପାଇଛନ୍ତି । ଏହି ଲିଷ୍ଟରେ ସୋନାକ୍ଷୀ ସିହ୍ନା ଙ୍କର ମଧ୍ୟ ନାମ ରହିଛି । ଏପରିକି ତାଙ୍କ ଫିଲ୍ମରେ ସୋନାକ୍ଷୀଙ୍କ ଏଣ୍ଟ୍ରି ପାଇଁ ସଲମାନ ଖାନ ନିଜ ଖାସ ବନ୍ଧୁ ଗୋବିନ୍ଦାଙ୍କ ସହ ମଧ୍ୟ ପଙ୍ଗା ନେଇ ଯାଇଥିଲେ ।

ଖବର ମୁତାବକ ଗୋବିନ୍ଦା ଚାହୁଁଥିଲେ କି ସଲମାନ ଖାନ ତାଙ୍କ ଝିଅ ଟିନାଙ୍କୁ ଏହି ଫିଲ୍ମରେ ଡେବ୍ୟୁ କରାନ୍ତୁ ବୋଲି । କିନ୍ତୁ ସଲମାନ ଖାନ ଶତ୍ରୁଘ୍ନ ସିହ୍ନାଙ୍କୁ ଦେଇଥିବା କଥା ରକ୍ଷା କରି ସୋନାକ୍ଷୀଙ୍କୁ ନିଜ ଫିଲ୍ମରେ ନେଇଥିଲେ । ଏହାଯୋଗୁଁ ଗୋବିନ୍ଦା, ସଲମାନ ଖାନଙ୍କୁ ନେଇ ଅନେକ ପ୍ରକାର କଥା କହିବା ସହ ତାଙ୍କ ସାଙ୍ଗେ କଥାବାର୍ତ୍ତା ମଧ୍ୟ ବନ୍ଦ କରି ଦେଇଥିଲେ । ସୋନାକ୍ଷୀ ସିହ୍ନା ଦବଙ୍ଗ ଖାନଙ୍କ ସହ ଅନେକ ହିଟ ଫିଲ୍ମ ଦେଇଥିବା ବେଳେ ଏବେ ସତରେ ତାଙ୍କର ସମ୍ପର୍କୀୟ ହେବାକୁ ଯାଉଛନ୍ତି ବୋଲି ଶୁଣିବାକୁ ମିଳୁଛି ।

ସୋନାକ୍ଷୀ ଏବେ ବି ବ୍ୟାଚଲର ଅଛନ୍ତି ଓ ବଣ୍ଟି ସଚଦେବାଙ୍କୁ ଡେଟ କରୁଛନ୍ତି । ତେବେ ବଣ୍ଟି ସଚଦେବା ଆଉ କେହି ନୁହନ୍ତି ବରଂ ସେ ସଲମାନ ଖାନଙ୍କ ନିକଟ ସମ୍ପର୍କୀୟ ଅଟନ୍ତି । ସେଥିପାଇଁ ସୋନାକ୍ଷୀ ଯଦି ବଣ୍ଟିଙ୍କୁ ବିବାହ କରନ୍ତି ତେବେ ସଲମାନଙ୍କ ସମ୍ପର୍କୀୟ ହୋଇଯିବେ । ବଣ୍ଟି ସଚଦେବା ହେଉଛନ୍ତି ସଲମାନ ଖାନଙ୍କ ଭାଇ ସୋହେଲ ଖାନଙ୍କ ଶଳା । ସୋନାକ୍ଷୀ ଏବଂ ବଣ୍ଟି ବିବାହ କରିବାର ବହୁତ ଚାନ୍ସ ରହିଛି । କାରଣ ଦୁହିଁଙ୍କ ପରିବାରକୁ ଏହି ସମ୍ପର୍କ ମଞ୍ଜୁର ଅଟେ । ମିଡିଆ ରିପୋର୍ଟ ଅନୁସାରେ ସୋନାକ୍ଷୀଙ୍କ ଘର ଲୋକଙ୍କୁ ବଣ୍ଟି ସଚଦେବା ଖୁବ ପସନ୍ଦ ଅଟନ୍ତି ।

ବଣ୍ଟି ପିଆର ଆଜେନ୍ସି କର୍ନରଷ୍ଟୋନର ମାଲିକ ଅଟନ୍ତି । ଏହି ଦୁହିଁଙ୍କୁ ଅନେକ ପାର୍ଟି ଗୁଡିକରେ ଏକାଠି ଦେଖିବାକୁ ମିଳିଛି । ସୋନାକ୍ଷୀ ଏକ ଇଣ୍ଟରଭ୍ୟୁରେ କହିଥିଲେ କି ବଣ୍ଟି ଜେନ ସେଲ୍ଫମେଡ ମ୍ୟାନ ଓ ସେ ନିଜ ବ୍ୟାଚଲରହୁଡ କୁ ଉପଭୋଗ କରିବାକୁ ଚାହାନ୍ତି । ଏହି କାରଣରୁ ସୋନାକ୍ଷୀ ଏବେ ଯାଏ ବିବାହ କରିପାରି ନାହାନ୍ତି । ସୋନାକ୍ଷୀ ୨୦୦୫ରେ ପ୍ରଥମେ ଜଣେ କଷ୍ଟମ ଡିଜାଇନର ଭାବେ ନିଜ କ୍ଯାରିଅର ଆରମ୍ଭା କରିଥିଲେ । କିନ୍ତୁ ପରେ ଅଭିନେତ୍ରୀ ହୋଇଯାଇଥିଲେ ଓ ଏବେ ପର୍ଯ୍ୟନ୍ତ ଅନେକ ହିଟ ଫିଲ୍ମ ଗୁଡିକରେ କାମ କରି ସାରିଛନ୍ତି ।

ସୋନାକ୍ଷୀ ଫିଲ୍ମ ନିର୍ମାତା ଜୋୟା ଅଖତରଙ୍କ ସହ ଆଗାମୀ ଡିଜିଟାଲ ଡେବ୍ୟୁର ଶୁଟିଙ୍ଗ ଶେଷ କରି ସାରିଛନ୍ତି । ଏହା ସହ ଆଗକୁ ଅଜୟ ଦେବଗନଙ୍କ ସହ ଫିଲ୍ମ ‘ଭୁଜ: ଦି ପ୍ରାଇଡ ଅଫ ଇଣ୍ଡିଆ’ ରେ ମଧ୍ୟ ସେ ନଜର ଆସିବେ । ଏହା ଏକ ଐତିହାସିକ ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ ଅଟେ । ଏହିପରି ରୋଚକ ଅପଡେଟ ପାଇବାକୁ ଚାହୁଁଥିଲେ ଆମ ପେଜ୍ କୁ ଲାଇକ କରନ୍ତୁ ।