ଏମାନେ ହେଲେ Bollywood ର 5 ଫେମସ ଦିଅର-ଭାଉଜ ଯୋଡି, ନଂ 5 ଙ୍କ ମଧ୍ୟରେ ରହିଛି ବହୁତ ଭଲ ବଣ୍ଡିଙ୍ଗ

କଥା ଅଛି ଶାଶୁଘରେ ଦିଅର ହିଁ ଗୋଟେ ଝିଅର ସବୁଠୁ ଉତ୍ତମ ବନ୍ଧୁ ହୋଇଥାଏ । ତେବେ ସାଧାରଣ ଭାଉଜ ଦିଅର ହୁଅନ୍ତୁ ବା ସେଲିବ୍ରିଟି ଦିଅର ଭାଉଜ, ସମ୍ପର୍କ ବହୁତ ଖାସ୍ ଅଟେ । ତେବେ ଆମେ ଆଜି ଆପଣଙ୍କୁ କିଛି ସେଲିବ୍ରିଟି ଦିଅର ଭାଉଜ ଯୋଡ଼ି ବିଷୟରେ ଆପଣଙ୍କୁ ଜଣାଇବୁ ।

ମୀରା ରାଜପୁତ ଓ ଇଶାନ ଖଟର

ଏମାନେ ହେଲେ ବଲିଉଡର ସବୁଠୁ ଚୁଲବୁଲ୍ ଦିଅର ଭାଉଜ ଯୋଡ଼ି । ଇଶାନ, ସାହିଦ୍ କପୁରଙ୍କ ଛୋଟ ଭାଇ ବା ତାଙ୍କ ସାବତ ମାଆ ଙ୍କ ପୁଅ ଅଟନ୍ତି । ତଥାପି ଦୁଇ ଭାଇଙ୍କ ମଧ୍ୟରେ ବହୁତ ଭଲ ପାଇବା ରହିଛି । ସେହିପରି ସାହିଦଙ୍କ ପତ୍ନୀ ମୀରା ରାଜପୁତଙ୍କ ସହ ମଧ୍ୟ ଇଶାନଙ୍କ ସମ୍ପର୍କ ଖୁବ୍ ଭଲ ଅଟେ । ସେମାନଙ୍କୁ ଅନେକ ସମୟରେ ଫଟୋରେ ଏକାଠି ଦେଖିବାକୁ ମିଳେ ଓ ଇଶାନ ନିଜ ଭାଉଜଙ୍କୁ ଖୁବ୍ ସମ୍ମାନ କରନ୍ତି । ଅନେକ ସମୟରେ ମୀରା, ଇଶାନଙ୍କ ସହ ଥଟ୍ଟା ମଜା କରୁଥିବାର ମଧ୍ୟ ଦେଖା ଯାଇଛି ।

ମଲାଇକା ଅରୋରା ଓ ସୋହେଲ ଖାନ୍

ମଲାଇକା, ସଲମାନ୍ ଖାନ୍ ଙ୍କ ଭାଇ ଅରବାଜ୍ ଖାନ୍ ଙ୍କୁ ବିବାହ କରିଥିଲେ । ଏହି ଦୃଷ୍ଟିରୁ ସୋହେଲ ହେଉଛନ୍ତି ମଲାଇକାଙ୍କ ଦିଅର । ବର୍ତ୍ତମାନ ମଲାଇକା ଓ ଅରବାଜ୍ ଖାନ୍ ଅଲଗା ହୋଇ ଯାଇଥିଲେ ମଧ୍ୟ ଭାଉଜ ଓ ଦିଅର ଙ୍କ ସମ୍ପର୍କ ଏବେ ମଧ୍ୟ ଖୁବ୍ ଭଲ ଅଟେ । ଏବେ ମଧ୍ୟ ସେମାନେ ପରସ୍ପର ସହ ଖୁବ୍ ଭଲରେ କଥା ହୁଅନ୍ତି ।

ରାନୀ ମୁଖାର୍ଜୀ ଓ ଉଦୟ ଚୋପ୍ରା

ରାନୀ ମୁଖାର୍ଜୀ ଫିଲ୍ମ ମୁଝସେ ଦୋସ୍ତି କରୋଗିରେ ଉଦୟ ଚୋପ୍ରାଙ୍କ ସହ କାମ କରିଥିଲେ । ରାନୀ ୟଶରାଜ୍ ପ୍ରଡକ୍ସନ ହାଉସର ମାଲିକ ଆଦିତ୍ୟ ଚୋପ୍ରାଙ୍କୁ ବିବାହ କରିଛନ୍ତି ଓ ଉଦୟ ହେଉଛନ୍ତି ତାଙ୍କ ଦିଅର । ତେବେ ଏହି ଦିଅର ଭାଉଜଙ୍କ ମଧ୍ୟରେ ବିଲକୁଲ୍ ବନ୍ଧୁ ଭଳି ସମ୍ପର୍କ ରହିଛି । ଅନେକ ଥର ରାନୀଙ୍କୁ ତାଙ୍କ ସ୍ଵାମୀ ଓ ଦିଅରଙ୍କ ସହ ଏକାଠି ଦେଖିବାକୁ ମିଳେ ।

ସଞ୍ଜୟ କପୁର ଓ ସୁନୀତା କପୁର

ସଞ୍ଜୟ କପୁର ହେଉଛନ୍ତି ଅନିଲ କପୁରଙ୍କ ସାନ ଭାଇ । ଅନିଲ କପୁରଙ୍କ ପତ୍ନୀ ସୁନୀତାଙ୍କ ସହ ଦିଅର ସଞ୍ଜୟଙ୍କ ଖୁବ୍ ଭଲ ସମ୍ବନ୍ଧ ରହିଛି । ସଞ୍ଜୟ ନିଜ ଭାଉଜଙ୍କୁ ବହୁତ ସମ୍ମାନ କରନ୍ତି ଓ ସୁନିତା ମଧ୍ୟ ସଞ୍ଜୟଙ୍କୁ ଛୋଟ ଭାଇ ଭଳି ମାନନ୍ତି ।

ଆଦିତ୍ୟ ରୟ କପୁର ଓ ବିଦ୍ୟା ବାଲନ୍

ବଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ ବିଦ୍ୟା ବାଲନ୍ ଆଦିତ୍ୟ ରୟ କପୁରଙ୍କ ଭାଇ ସିଦ୍ଧାର୍ଥ ରୟ କପୁରଙ୍କୁ ବିବାହ କରିଛନ୍ତି । ଏହି ଦିଅର ଓ ଭାଉଜଙ୍କ ମଧ୍ୟରେ ସମ୍ପର୍କ ଖୁବ୍ ଭଲ ରହିଛି । ଅନେକ ପର୍ବ ପର୍ବାଣୀରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳେ । ଏମାନେ ଦୁଇ ବନ୍ଧୁ ପରି ରୁହନ୍ତି । ବିଦ୍ୟା ମଧ୍ୟ ଅନେକ ଥର କହିଛନ୍ତି ଯେ ସେ ଆଦିତ୍ୟଙ୍କ ଅଭିନୟ ଖୁବ୍ ପସନ୍ଦ କରନ୍ତି ଓ ଦିନେ ନା ଦିନେ ଆଦିତ୍ୟଙ୍କ ସହ ଫିଲ୍ମ କରିବାକୁ ପସନ୍ଦ କରିବେ । ଏମାନଙ୍କ ଭିତରୁ କେଉଁ ଦିଅର-ଭାଉଜ ଯୋଡି ଆପଣଙ୍କୁ ବେଶୀ ପସନ୍ଦ ଆମକୁ କମେଣ୍ଟ କରି ଜଣେଇବେ ଓ ଏହିପରି ପୋଷ୍ଟ ପଢିବା ପାଇଁ ଆମ ପେଜ୍ କୁ ଲାଇକ ମଧ୍ୟ କରନ୍ତୁ ।