ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂହ ଶେୟର କଲେ ନିଜ ଦୁଃଖ, କହିଲେ – ଇଣ୍ଡଷ୍ଟ୍ରିର ଅଧା ପୁରୁଷ ମୋ ପଛରେ ପଡିଛନ୍ତି, ଆଉ ଏବେ…

ଭୋଜପୁରୀ ସିନେମାର ନିଶା ବହୁତ ବ୍ୟାପି ଅଛି ଓ ଏଠିକାର ଫିଲ୍ମକୁ ସମସ୍ତ ଭାଷାର ଲୋକମାନେ ବହୁତ ପସନ୍ଦ ବି କରୁଛନ୍ତି । ଭୋଜପୁରୀ ସିନେମାର ଅଭିନେତ୍ରୀଙ୍କର ବି କୌଣସି ଜବାବ ନାହିଁ କାରଣ ତାଙ୍କର ବୋଲ୍ଡନେସ ଓ ହଟନେସ ଲୋକମାନଙ୍କର ହୃଦୟକୁ ଚୋରୀ କରି ନେଇଥାଏ । ସେଥିପାଇଁ ଏମାନଙ୍କର ଚର୍ଚ୍ଚା ବି ସୋସିଆଲ ମିଡିଆରେ ବହୁତ ହୋଇଥାଏ ।

ଆଜି ଆମେ ଆପଣଙ୍କୁ ଏମିତି ହିଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ନିଜ ବିଷୟରେ ଏକ ବଡ ବୟାନ ଦେଇଛନ୍ତି । ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂହ ଶେୟାର କରିଲେ ନିଜର ଦୁଃଖ ।

ଭୋଜପୁରୀ ଆକ୍ଟ୍ରେସ ଅକ୍ଷରା ସିଂହ ଦେଲେ ବଡ ବୟାନ

ସିନେମା, ଟିଭି, ଗୀତ ଓ କିଛି ଶୋ କରିସାରିଥିବା ଅକ୍ଷରା ସିଂହ ଆଜି କୌଣସି ପରିଚୟର ମୋହତାଜ ନୁହଁନ୍ତି । ଏହି କାରଣ ଅଟେ ଆଜି ତାଙ୍କର ପପୁଲାରିଟି ଆକାଶକୁ ସ୍ପର୍ଶ କରୁଛି । କିନ୍ତୁ ତାଙ୍କର ସଫଳତା କିଛି ଲୋକମାନଙ୍କୁ ପସନ୍ଦ ଆସୁନାହିଁ । କିଛି ଲୋକ ଅକ୍ଷରାଙ୍କର ନାମକୁ ବଦନାମ କରି ତାଙ୍କୁ ଏହି ଇଣ୍ଡଷ୍ଟ୍ରିରୁ ହଟାଇବା ପାଇଁ ଚାହୁଁଛନ୍ତି । ଏହି କଥା ଆମେ ନୁହେଁ ନିଜେ ଅକ୍ଷରା ସିଂହ ଦରଭଙ୍ଗାର ଏକ ଷ୍ଟେଜ ଶୋ ସମୟରେ କହିଥିଲେ ।

ଅକ୍ଷରା କହିଲେ କି, “ଭୋଜପୁରୀ ଇଣ୍ଡଷ୍ଟ୍ରିର ଅଧାରୁ ଅଧିକ ପୁରୁଷମାନେ ମୋତେ ଏହି ଇଣ୍ଡଷ୍ଟ୍ରିରୁ ବାହାର କରିବା ପାଇଁ ମୋ ପଛରେ ଲାଗିଛନ୍ତି । ଏହି କାରଣରୁ ବେଳେ ବେଳେ ମୋ ସହିତ କିଛି ଏମିତି ହୋଇଥାଏ ଯାହାକୁ ଝିଅ ହୋଇ ମଧ୍ୟ ମୁଁ ଏକାକୀ ଲଢିଥାଏ । ସେ ମୋତେ ଏହି ଇଣ୍ଡଷ୍ଟ୍ରି ଛାଡିବା ପାଇଁ ଧମକ ବି ଦିଅନ୍ତି । କିନ୍ତୁ ଇଶ୍ଵରଙ୍କର ଆଶୀର୍ବାଦ ଓ ମୋର ଫ୍ୟାନମାନଙ୍କର ଦମରେ ଆଜି ବି ମୁଁ ଏହି ଇଣ୍ଡଷ୍ଟ୍ରିରେ ଅଛି ।“

ସେହି ବ୍ୟକ୍ତିମାନେ କିଏ ଯେତେବେଳେ ମିଡିଆ ଏହି କଥାର ଯାଞ୍ଚ କରିଲା ତେବେ ଜଣା ପଡିଲା କି ଏକ ଚର୍ଚ୍ଚିତ ଯୂଟ୍ୟୁବ କମ୍ପାନୀରୁ ଅକ୍ଷରାଙ୍କର ଏକ ସ୍ୟାଡ ସଙ୍ଗ ରିଲିଜ ହେବାର ଥିଲା କିନ୍ତୁ ଅକ୍ଷରାଙ୍କର ପାଖାପାଖି ଥିବା ପବନ ସିଂହ ସେହି କମ୍ପାନୀ ଉପରେ ଚାପ ପକାଇ ତାକୁ ରିଲିଜ ହେବାକୁ ଦେଲେ ନାହିଁ ।

ଏହା ଛଡା ଅକ୍ଷରାଙ୍କର ପ୍ରୋଜେକ୍ଟକୁ ଇଣ୍ଡଷ୍ଟ୍ରିର କେତେକ ଦିଗ୍ଗଜ ଲୋକମାନେ ପ୍ରଭାବିତ କରିବା ପାଇଁ ଚେଷ୍ଟା କରୁଛନ୍ତି । ଏହିଭଳି ସମସ୍ତ ଘଟଣାରୁ ଚିନ୍ତିତ ହୋଇ ଅକ୍ଷରା ଶେଷରେ ନିଜର ନୀରବତା ଭାଙ୍ଗିଲେ । ସେ ସେହି  ଷ୍ଟେଜ ଶୋ ରେ ଆଗକୁ କହିଲେ କି, “ବହୁତ ମ୍ୟୁଜିକ କମ୍ପାନୀ ଅଛନ୍ତି ଯେଉଁମାନେ ମୋର ପ୍ରତିଭାର ସମ୍ମାନ କରନ୍ତି ଓ ସେମାନେ ମୋତେ ବିଶ୍ଵାସ ବି ଦେଇଛନ୍ତି । ବିହାରର ଝିଅ ଅଟେ ଓ କାହାକୁ ମୁଁ ଡରିବି ନାହିଁ ।“

ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।