ଆପଣଙ୍କର ନାଭି ଖୋଲିଥାଏ ଆପଣଙ୍କର ବ୍ୟକ୍ତିତ୍ଵର ଅନେକ ରାଜ୍, ଏହି ସବୁ ଉପାୟ ଦ୍ଵାରା ଆପଣ ବି ଜାଣି ପାରିବେ !

କଣ ଆପଣ ଜାଣିଛନ୍ତି କି ଆପଣଙ୍କ ଶରୀରର ସମସ୍ତ ଅଙ୍ଗ ଆପଣଙ୍କର ବ୍ୟକ୍ତିତ୍ଵ ବିଷୟରେ କହିଥାଏ । ଆମ ଶରୀରର ସମସ୍ତ ଅଙ୍ଗର ପ୍ରଭାବ ଆମ ବ୍ୟକ୍ତିତ୍ଵ ଉପରେ ନିଶ୍ଚିତ ପଡିଥାଏ । ଏହି କଥା ନାଭି ଉପରେ ବି ସଠିକ ପ୍ରମାଣିତ ହୋଇଥାଏ । ସମସ୍ତ ବ୍ୟକ୍ତିଙ୍କର ଅଲଗା ଅଲଗା ପ୍ରକାରର ନାଭି ହୋଇଥାଏ ଯାହା ତାଙ୍କ ବିଷୟରେ ବହୁତ କିଛି କହିଥାଏ । ଆଜି ଆମେ ଆପଣମାନଙ୍କୁ ନାଭିର ଆକାର ଆଧାରରେ ବ୍ୟକ୍ତିର ବ୍ୟକ୍ତିତ୍ଵ ବିଷୟରେ କହିବାକୁ ଯାଉଛୁ ।

ବିରୋଧ ନାଭି

ବିରୋଧ ନାଭି ବାଲା ବ୍ୟକ୍ତି ଏକ ମଜବୁତ ଚରିତ୍ରକୁ ଦର୍ଶାଇ ଥାଏ । ଏହିଭଳି ଲୋକମାନେ ସଠିକ ହେବା ସହିତ ଧୈର୍ଯ୍ୟ ବି ରଖିଥାନ୍ତି । ଏହି ଲୋକମାନେ ଅନ୍ୟ ବ୍ୟକ୍ତିଙ୍କର ଧ୍ୟାନ ନିଜ ଆଡକୁ ଆକର୍ଷିତ କରିଥାନ୍ତି । ଏମାନଙ୍କର ସମ୍ପର୍କ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିଥାଏ । କାରଣ ଏମାନେ ନିଜ ଜୀବନସାଥିକୁ ଖୋଜିବାରେ ବହୁତ ସମୟ ଲଗାଇଥାନ୍ତି ।

ବହୁତ ଗଭୀର ନାଭି

ଏହିଭଳି ନାଭି ଥିବା ଲୋକମାନେ ବହୁତ ବଡ ହୃଦୟର ହୋଇଥାନ୍ତି । ଏହିଭଳି ଲୋକମାନଙ୍କୁ ଅନ୍ୟ ବ୍ୟକ୍ତିଙ୍କ ପ୍ରତି ବହୁତ ସହାନୁଭୂତି ବି ଥାଏ । ଏହିଭଳି ଲୋକମାନେ ନିଜର କଷ୍ଟକୁ ନିଜ ମଧ୍ୟରେ ହିଁ ସୀମିତ ରଖନ୍ତି । ଏହିଭଳି ଲୋକମାନେ ନିଜ ଜୀବନର ପରିସ୍ଥିତିରୁ ଶିଖି ବି ଯାଆନ୍ତି ।

ଛୋଟ ଓ କମ ଗଭୀର ନାଭି ବାଲା ବ୍ୟକ୍ତି

ଏହିଭଳି ଲୋକମାନେ ନିଜ ଭିତରେ ଖୁସିରେ ରହିବା ଭଳି ଲୋକ ହୋଇଥାନ୍ତି । ଏହା ସହିତ ଏହିଭଳି ଲୋକମାନେ କଥା ଗୁଡିକୁ ଗୁପ୍ତ ରଖିବାରେ ମାହିର ଅଟନ୍ତି ।

ଲମ୍ବା ନାଭି

ଏହିଭଳି ନାଭି ବାଲା ବ୍ୟକ୍ତି ବହୁତ ଚାଲାଖ ଅଟନ୍ତି ଓ ଏହା ସହିତ ଏମାନେ ଅଳସୁଆ ବି ହୋଇଥାନ୍ତି । ଏମାନେ ନିଜେ କାମକୁ କରିବାକୁ ପସନ୍ଦ କରନ୍ତି ନାହିଁ । ତଳ ଆଡକୁ ଥିବା ନାଭି କମ ଊର୍ଜା ଦେଖାଇଥାଏ ।

ୱାଇଡ ବେଲୀ ନାଭି

ଏହିଭଳି ଲୋକମାନେ କେବେ ବି ଅନ୍ୟ ବ୍ୟକ୍ତିଙ୍କ ଉପରେ ବିଶ୍ଵାସ ହିଁ କରନ୍ତି ନାହିଁ । ସର୍ବଦା ଆତ୍ମ ନିର୍ଭରଶୀଳ ହେବାରେ ବିଶ୍ଵାସ ରଖନ୍ତି । ଏହି ଲୋକମାନେ ସମସ୍ତ ପରିସ୍ଥିତିରେ ନିଜକୁ ମଜବୁତ ରଖିଥାନ୍ତି ।

ଗୋଲ ନାଭି

ଏହିଭଳି ଲୋକମାନେ ବହୁତ ମହତ୍ୱାକାଂକ୍ଷୀ ହୋଇଥାନ୍ତି ଓ ନୂଆ ନୂଆ ଜିନିଷ ବିଷୟରେ ଜାଣିବାକୁ ସବୁବେଳେ ଉତ୍ସୁକ ରହିଥାନ୍ତି । ଏହିଭଳି ଲୋକମାନେ ନିଜକୁ ସର୍ବଦା ବ୍ୟସ୍ତ ରଖିଥାନ୍ତି । ଏହିଭଳି ଲୋକମାନେ ସମସ୍ତ ବ୍ୟଥାକୁ ଚୁପଚାପ ହୋଇ ସହି ଯାଆନ୍ତି । ସେଥିପାଇଁ ଏମାନେ ବହୁତ କମଜୋର ବି ହୋଇଥାନ୍ତି । ଏହି ଲୋକମାନେ ସମସ୍ତ ଜିନିଷକୁ ବହୁତ ଗମ୍ଭୀରତାର ସହ ନେଇଥାନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।