ଚାଣକ୍ୟ ନୀତି : ମହିଳାମାନଙ୍କ ପାଇଁ କୁହାଯାଇଥିବା ଏହି ୫ ଟି କଥା ବିଲକୁଲ ସତ ଅଟେ, ଜାଣନ୍ତୁ ଚାଣକ୍ୟଙ୍କର ବିଚାର

ଆଚାର୍ଯ୍ୟ ଚାଣକ୍ୟଙ୍କ ବିଷୟରେ ସମସ୍ତେ ଜାଣିଛନ୍ତି । ସେ ପାଟଳିପୁତ୍ରର ଜଣେ ମହାନ ବିଦ୍ଵାନ ଥିଲେ । କହିବାକୁ ଗଲେ ଚାଣକ୍ୟ ନିଜ ନୀତିରେ ଏମିତି କିଛି କହିଛନ୍ତି ଯଦି କୌଣସି ବ୍ୟକ୍ତି ତାହାକୁ ପାଳନ କରିଥାଏ ତେବେ ତାହାକୁ ସଫଳ ହେବାରୁ କେହି ବି ଅଟକାଇ ପାରିବେ ନାହିଁ । ଆଜି ଆମେ ଆପଣଙ୍କୁ ଚାଣକ୍ୟ ନୀତିରେ ଲେଖା ହୋଇଥିବା ଏମିତି କିଛି କଥା ବିଷୟରେ କହିବୁ ଯାହା ଆପଣଙ୍କର ଜୀବନକୁ ଏକ ସାମର୍ଥ୍ୟ ରୂପରେ ପରିଣତ କରିଦେବ ।

କୁହାଯାଏ କି ମହିଳାମାନଙ୍କର ସ୍ଵଭାବକୁ ମଣିଷ କଣ ଆଜି ପର୍ଯ୍ୟନ୍ତ ଭଗବାନ ବି ବୁଝି ପାରି ନାହାଁନ୍ତି । କିନ୍ତୁ ମହିଳାମାନଙ୍କର ଆଚରଣରେ କିଛିଟା ସମାନତା ଦେଖିବାକୁ ମିଳିଥାଏ । ଏହି କଥାର ଧ୍ୟାନ ରଖି ଚାଣକ୍ୟ ସ୍ତ୍ରୀମାନଙ୍କର ସମ୍ବନ୍ଧରେ କିଛି ମହତ୍ୱପୂର୍ଣ କଥା କହିଛନ୍ତି । ଆସନ୍ତୁ ଜାଣିବା ମହିଳାମାନଙ୍କ ପ୍ରତି ଚାଣକ୍ୟଙ୍କର ବିଚାର ।

ଆଚାର୍ଯ୍ୟ ଚାଣକ୍ୟ ମହିଳାମାନଙ୍କ ପାଇଁ ଏହି ୫ ଟି କଥା କହିଛନ୍ତି

·    ଚାଣକ୍ୟଙ୍କ ଅନୁସାରେ ମୂର୍ଖ ଶିଷ୍ୟକୁ ଉପଦେଶ ଦେବା, ଚରୀତ୍ରହୀନା ସ୍ତ୍ରୀର ପାଳନ ପୋଷଣ କରିବା ଓ କୌଣସି ଦୁଃଖି ବ୍ୟକ୍ତି ସହିତ ରହିବା ଦ୍ଵାରା ବ୍ୟକ୍ତିକୁ ସବୁବେଳେ ଦୁଃଖ ହିଁ ପ୍ରାପ୍ତ ହୋଇଥାଏ । ଏହି ଲୋକମାନଙ୍କ ସହିତ ରହିଲେ ସେ କେବେ ବି ସୁଖୀ ହୋଇ ପାରିବ ନାହିଁ ।

·    ଖରାପ ସ୍ଵଭାବ, କଟୁ ବଚନ ଓ ଚରୀତ୍ରହୀନା ମହିଳାଙ୍କୁ ଛାଡି ଦେବା ହିଁ ଉଚିତ ଅଟେ । ଠିକ ସେହିଭଳି କୌଣସି ନିଚ୍ଚ ବ୍ୟକ୍ତିଙ୍କ ସହିତ ବି କୌଣସି ପ୍ରକାରର ସମ୍ବନ୍ଧ ରଖିବା ଉଚିତ ନୁହେଁ । ଚାଣକ୍ୟଙ୍କ ଅନୁସାରେ ଏହିଭଳି ଲୋକମାନଙ୍କ ସହ ସମ୍ବନ୍ଧ ରଖିବା ଦ୍ଵାରା ଆପଣଙ୍କୁ କ୍ଷତି ପହଞ୍ଚିଥାଏ ।

·    ଏକ ବ୍ୟକ୍ତିକୁ ସବୁବେଳେ ନିଜର ଜରୁରୀ ଜିନିଷ ପାଇଁ ଧନ ବଞ୍ଚାଇ ରଖିବା ଉଚିତ ଓ ଧନରୁ ବି ଜରୁରୀ ନିଜର ସ୍ତ୍ରୀର ରକ୍ଷା କରିବା ଉଚିତ । କିନ୍ତୁ ସ୍ତ୍ରୀ ଠାରୁ ବି ଅଧିକ, ନିଜର ରକ୍ଷା କରିବା ଉଚିତ । ଯଦି ପୁରୁଷ ସୁରକ୍ଷିତ ରହିବ ତେବେ ଯାଇ ସେ ନିଜ ପରିବାରର ସୁରକ୍ଷା କରି ପାରିବ ।

·    ଆଚାର୍ଯ୍ୟଙ୍କ ଅନୁସାରେ ଯଦି କୌଣସି ପୁରୁଷର ପୁତ୍ର ଆଜ୍ଞାକାରୀ ହୋଇଥିବ ଓ ପତ୍ନୀର କଥାରେ ଓ ତାହା ପାଖରେ ଟଙ୍କାର ଅସୁବିଧା ନ ଥିବ ତେବ ସେହି ବ୍ୟକ୍ତିର ଜୀବନ ବହୁତ ସୁଖଦ ହୋଇଥାଏ । ସେହି ବ୍ୟକ୍ତିର ଜୀବନ କୌଣସି ସ୍ଵର୍ଗ ଠାରୁ କମ ହୋଇ ନ ଥାଏ ।

·    ଆଚାର୍ଯ୍ୟ କହିଥିଲେ କି ମହିଳାମାନଙ୍କର ଭୋକ ପୁରୁଷଙ୍କ ଠାରୁ ଦୁଇଗୁଣ ହୋଇଥାଏ । ଏହା ଛଡା ମହିଳାମାନଙ୍କର ଲଜ୍ୟା ବି ପୁରୁଷଙ୍କ ଅପେକ୍ଷା ଚାରି ଗୁଣ ଅଧିକ ହୋଇଥାଏ । ସାହସର କଥା କହିଲେ ମହିଳାମାନଙ୍କ ମଧ୍ୟରେ ପୁରୁଷଙ୍କ ଠାରୁ ୬ ଗୁଣା ଅଧିକ ସାହସ ହୋଇଥାଏ । ସେଥିପାଇଁ ମହିଳାଙ୍କୁ ଦେବୀ ରୂପରେ ପୂଜା କରାଯାଏ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।