ମୁମ୍ବାଇର ପ୍ରଥମ ମହିଳା ବସ ଡ୍ରାଇଭର ଏମିତି ହେଲେ ଏହି ଦବଙ୍ଗ ଝିଅ, ବସ୍ ଚଲେଇଲାବେଳେ ତ ଲୋକେ ବୁଲି ବୁଲି ଚାହିଁଥାନ୍ତି, ଦେଖନ୍ତୁ

ଗତ କେତେ ଦଶକରୁ କୌଣସି ମହିଳାଙ୍କର ଟେକ୍ସୀ, ଅଟୋ, ବସ ଓ ବିମାନ ଭଳି ଜିନିଷକୁ ଚଳାଇବା ବହୁତ ବଡ ଅଜବ ଓ ଆଶ୍ଚର୍ଯ୍ୟଜନକ ମନା ଯାଏ । କିନ୍ତୁ ବର୍ତ୍ତମାନ ଧୀରେ ଧୀରେ ମହିଳାମାନେ ଏହି କ୍ଷେତ୍ରରେ ବହୁତ ଆଗକୁ ବଢି ଯାଇଛନ୍ତି । ଏମିତି ହିଁ ଜଣେ ମହିଳା ଅଟନ୍ତି ଯିଏକି ମୁମ୍ବାଇର ପବ୍ଲିକ ବସ ସର୍ବିସ BESTର ପ୍ରଥମ ଲାଇସେଂସ ଧାରୀ ମହିଲା ଡ୍ରାଈବର ହୋଇ ଯାଇଛନ୍ତି ।

ସେହି ମହିଳା ଜଣକ ହେଉଛନ୍ତି ୨୪ ବର୍ଷୀୟ ପ୍ରତୀକ୍ଷା ଦାସ । ପ୍ରତୀକ୍ଷା ଯେତେବେଳେ ମୁମ୍ବାଇର ରାସ୍ତା ଉପରେ ସାର୍ବଜାନିକ ଯାତାୟାତ ବସ ଚଳାଇଥାଏ ତେବେ ଲୋକମାନେ ତାଙ୍କୁ ବୁଲି ବୁଲି ଦେଖନ୍ତି । କହିଦେଉଛୁ ଯେ ପ୍ରତୀକ୍ଷା ମୈକେନିକଲ ଇଂଜିନିଯରର ଡିଗ୍ରୀ ବି ନେଇ ରଖିଛନ୍ତି । ସେ ରୀଜନଲ ଟ୍ରାଂସପୋର୍ଟ ଅଫିସର (RTO) ହେବାକୁ ଚାହୁଁଛନ୍ତି । ଏଥିପାଇଁ ତାଙ୍କୁ ଭାରି ବାହନ ଚଳାଇବାର ଜ୍ଞାନ ବି ଥିବା ବହୁତ ଜରୁରୀ ଥିଲା । ଏମିତିରେ ସେ ମୁମ୍ବାଇର ଗୋରେଗାଂୱ ବସ ଡିପୋଟରେ BEST ଟ୍ରେନର ଠାରୁ ବସ ଡ୍ରାଇଭିଙ୍ଗ ଶିଖିବାକୁ ଆରମ୍ଭ କରିଦେଲେ ।

ପ୍ରତୀକ୍ଷା କୁହନ୍ତି କି “ଏହା କିଛି ଏମିତି ଅଟେ ଯେଉଁଥିରେ ସେ ଗତ ୬ ବର୍ଷ ହେବ ମହାରଥ ହାସଲ କରିବାକୁ ଚାହୁଁଥିଲେ । ମୋର ଭାରି ବାହନ ପ୍ରତି ଇଚ୍ଛା ନ ଥିଲା । ମୁଁ ପ୍ରଥମେ କେତେକ ବାଇକ ଚଳାଇଲି, ଏହା ପରେ ବଡ ବଡ କାର ବି ମୁଁ ଚଳାଇଛି ଓ ବର୍ତ୍ତମାନ ମୁଁ ବସ ଓ ଟ୍ରକ ବି ଚଳାଇ ପାରିବି । ଏହା କରିବାର ଅନୁଭବ ବହୁତ ଭଲ ଲାଗିଲା ।“

ପ୍ରତୀକ୍ଷା ଏହା ବି କହିଲେ କି ଯେତେବେଳେ ସେ ବସ ଡ୍ରାଇଭିଙ୍ଗ ଆରମ୍ଭ କରିଥିଲେ ତେବେ ତାଙ୍କର ଟ୍ରେନର ବହୁତ ଟେନସନରେ ଥିଲେ । ସେ ବାରମ୍ବାର ପଚାରୁଥିଲେ କି “ ଝିଅ ତୁମେ ଏହାକୁ ଚଳାଇ ପାରିବ ନା ନାହିଁ ?” କହିଦେଉଛୁ ଯେ ବସ ଚଳାଇବା ପାଇଁ ବହୁତ ବଳ ଦରକାର ହୋଇଥାଏ ।

ପ୍ରତୀକ୍ଷାଙ୍କର ଟ୍ରେନିଙ୍ଗ ୩୦ ଦିନ ପର୍ଯ୍ୟନ୍ତ ଥିଲା ଯେଉଁଥିରେ ସେ ବେସିକ ଠାରୁ ଆରମ୍ଭ କରି ଏଡଭାନ୍ସ ଲେବୁଲ ପର୍ଯ୍ୟନ୍ତ ବସ ଡ୍ରାଇଭିଙ୍ଗ ଶିଖିଲେ । ପ୍ରଥମେ ଦିନ ପ୍ରତୀକ୍ଷା କେବଳ ବସ ଡିପୋଟ ଭିତରେ ବିନା ଅଟକି ପ୍ରଥମ ଗିୟରରେ ବସ ଚଳାଇଲେ । ଏହାକୁ ଦେଖି ସମସ୍ତେ ଇମ୍ପ୍ରେସ ହୋଇଗଲେ । ଟ୍ରେନିଙ୍ଗର ଦ୍ଵିତୀୟ ଦିନ ସେ ଈସ୍ଟର୍ନ ଏକ୍ସପ୍ରେସ ହାଈୱେ ଉପରେ ୧୬ କିଲୋମୀଟର ପର୍ଯ୍ୟନ୍ତ ବସ ଚଳାଇଲେ ।

ପ୍ରତୀକ୍ଷା କହିଲେ କି “ଯେତେବେଳେ ମୁଁ ରୋଡ ଉପରେ ବସ ଚଳାଇ ଥାଏ ତେବେ ଲୋକମାନେ ରାସ୍ତାରେ ଛିଡା ହୋଇଯାଇ ବୁଲି ବୁଲି ମୋତେ ଦେଖନ୍ତି । କିନ୍ତୁ ମୁଁ ସେମାନଙ୍କୁ ନଜର ଅନ୍ଦାଜ କରି ନିଜର ଧ୍ୟାନ କେବଳ ଡ୍ରାଇଭିଙ୍ଗ ଉପରେ ହିଁ କେନ୍ଦ୍ରିତ କରିଥାଏ ।

ପ୍ରତୀକ୍ଷା ଭବିଷ୍ୟତରେ ଏରୋପ୍ଲେନ ଉଡାଇବା ବି ଶିଖିବାକୁ ଚାହୁଁଛନ୍ତି । ଏଥିପାଇଁ ସେ ବର୍ତ୍ତମାନ ଠାରୁ ଟଙ୍କା ଜମା କରୁଛନ୍ତି । ଯାହା ଦ୍ଵାରା ସେ ମୁମ୍ବାଇର ଫ୍ଲାଇଂଗ ସ୍କୁଲରେ ଟ୍ରେନିଙ୍ଗ ନେଇ ପାରିବେ । ଏହି ସମୟରେ ସେ କିଛି ବାଇକ ଟ୍ରିପରେ ବି ଯିବାକୁ ଚାହୁଁଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।